କରୋନା କଟକଣାରେ ଇଦ-ଉଲ-ଜୁହା : ଘରେ ରହି କଲେ ନମାଜ ପାଠ

କରୋନା କଟକଣାରେ ଇଦ-ଉଲ-ଜୁହା : ଘରେ ରହି କଲେ ନମାଜ ପାଠ

କରୋନା କଟକଣାରେ ଇଦ-ଉଲ-ଜୁହା : ଘରେ ରହି କଲେ ନମାଜ ପାଠ


କଟକ(ଏନ୍‍.ଏମ୍‍.): ମୁସଲିମ ଧର୍ମାବଲମ୍ବୀଙ୍କ ପବିତ୍ର ପର୍ବ ଇଦ-ଉଲ-ଜୁହା କଟକ ସହରରେ ବୁଧବାର ପାଳନ କରାଯାଇଛି । ତେବେ ଚଳିତ ବର୍ଷ ମହାମାରୀ କରୋନା ଲାଗି ଏହି ପର୍ବ ପାଳନରେ ବାଧକ ସାଜିଛି । ଏଥିଲାଗି ସମସ୍ତ ଇସଲାମ ଧର୍ମାବଲମ୍ବୀ ପ୍ରାତଃକାଳରେ ସମୂହ ପ୍ରାର୍ଥନା ନ କରି ନ ନିଜ ଘରେ ପ୍ରାର୍ଥନା କରିଥିଲେ । ବିଶେଷକରି ସାମାଜିକ ଦୂରତ୍ୱକୁ ମାନି ପରିସ୍ଥିତିର ମୁକାବିଲା ଲାଗି ବନ୍ଧୁବାନ୍ଧବଙ୍କ ଘରକୁ ଯାଇନଥିଲେ । ମାସ୍କ ବ୍ୟବହାର କରି ଇଦ ପର୍ବ ପାଳନ ହୋଇଥିଲା । ଏହି ଉତ୍ସବ ପାଳନ ଲାଗି କମିଶନରେଟ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଭାବେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଚଳିତ ବର୍ଷ କରୋନା ସଂକ୍ରମଣକୁ ଏଡାଇବା ଲାଗି ମସଜିଦ ଗୁଡିକରେ ସମୂହ ନମାଜ ପାଠ କରିବା ଉପରେ ମଧ୍ୟ କଟକଣା ଜାରି ହୋଇଥିଲା । ପ୍ରତି ମସଜିଦ ମାନଙ୍କ ୫ ଜଣ ଲେଖାଏଁ ନମାଜ ପାଠ କରିବାକୁ ପ୍ରଶାସନ ପକ୍ଷରୁ ଅନୁମତି ମିଳିଥିଲା । କରୋନା ମହାମାରୀ ସମୟରେ ସରକାରଙ୍କ କଟକଣା ମାନି ନମାଜ ପାଠ କରାଯାଇଥିବା ଅଫରୋଜ ଖାନ ସୂଚନା ଦେଇଛନ୍ତି । ମୁସଲମାନ ଭାଇ ଭଉଣୀ ମାନେ ଫୋନ ଦ୍ୱାରା ସାଙ୍ଗ ଓ ସାଥୀଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ । ସୁରକ୍ଷା ବ୍ୟବସ୍ଥା ଲାଗି ସହରର ବିଭିନ୍ନ ସ୍ଥାନରେ ପ୍ରାୟ ୧୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା । ଡିସିପି ପ୍ରତୀକ ସିଂହ ସମସ୍ତ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଇସଲାମିକ କ୍ୟାଲେଣ୍ଡରର ଶେଷ ମାସ ହେଉଛି ବକରିଇଦ । ରମଜାନ ମାସ ସମାପ୍ତ ହେବାର ୭୦ ଦିନ ପରେ ଇସଲାମି ଧର୍ମାବଲମ୍ବୀ ଇଦ-ଉଲ-ଜୁହା ବା ବକରିଇଦ ଏହି ମାସରେ ପାଳନ କରିଥାନ୍ତି । ବକରିଇଦର ତାତ୍ପର୍ଯ୍ୟ ହେଲା ପୈଗମ୍ବର (ମହାପୁରୁଷ) ହଜରତ ଇବ୍ରାହିମକୁ ସ୍ୱପ୍ନାଦେଶ ଅନୁଯାୟୀ ତାଙ୍କର ଏକମାତ୍ର ପୁତ୍ର ଇସମାଇଲ୍‌କୁ କୁର୍ବାନୀ (ବଳି) ଦେବା ବେଳେ ଦୈବାତ ଏକ ଦୁମ୍ବା (ଛେଳି ଜାତୀୟ) ପଶୁ ଆସି ବେକ ଦେଖାଇ କୁର୍ବାନୀ ହୋଇଯାଇଥିଲା । ସେହି ପରମ୍ପରା ରକ୍ଷା ଲାଗି ପ୍ରତିବର୍ଷ ଧାର୍ମୀକ ନିୟମ ଅନୁଯାୟୀ ଇସଲାମ ଧର୍ମାବଲମ୍ବୀ ଏହି ଦିନରୁ ୩ ଦିନ ଧରି କୁର୍ବାନୀ ଦେଇଥାନ୍ତି ବୋଲି ପୂର୍ବତନ କର୍ପୋରେଟର ଡକ୍ଟର ମହମ୍ମଦ ଆୟୁବ ସୁଚନା ଦେଇଛନ୍ତି । ସେହିପରି ବିଭିନ୍ନ ମସଜିଦମାନଙ୍କରେ ଡିସିପି ଶ୍ରୀ ସିଂହ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ । ବିଶେଷ କରି ସର୍ବପୁରାତନ କଦମଏ ରସୁଲରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ଏହି ଯାଞ୍ଚ ସମୟରେ ଏସିପି ସରିଫଉଦ୍ଦିନ ଖାନ, ଦରଘାବଜାର ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଜେନାଙ୍କ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ