କଟକ ଶିଖରପୁର ଅଞ୍ଚଳରେ ଦୂଷିତ ଜଳ ଯୋଗାଣ ନେଇ ଜନଅସନ୍ତୋଷ

କଟକ ଶିଖରପୁର ଅଞ୍ଚଳରେ ଦୂଷିତ ଜଳ ଯୋଗାଣ ନେଇ ଜନଅସନ୍ତୋଷ

କଟକ ଶିଖରପୁର ଅଞ୍ଚଳରେ ଦୂଷିତ ଜଳ ଯୋଗାଣ ନେଇ ଜନଅସନ୍ତୋଷ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‍.ଏମ୍‍.): କଟକ ସହରରେ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ପାନୀୟଜଳ ସ୍ୱାସ୍ଥ୍ୟପକ୍ଷେ କ୍ଷତିକାରକ । ଏହି ଜଳକୁ ଠିକ୍‍ ଭାବେ ବିଶୋଧନ କରାଯାଉ ନାହିଁ । ବିଭାଗୀୟ ଅଧିକାରୀମାନଙ୍କ ଖାମଖିଆଲି ନୀତି ଯୋଗୁଁ ସହରବାସୀ ବିଭିନ୍ନ ସଂକ୍ରାମକ ରୋଗର ଶିକାର ହେଉଛନ୍ତି । ଏଭଳି ଅଭିଯୋଗ ଆଣିଛନ୍ତି ଶିଖରପୁର ଅଞ୍ଚଳର ଜନସାଧାରଣ । ସହରରେ ଦୂଷିତ ଜଳ ଯୋଗାଣ କରାଯାଉଥିବା ଦୁର୍ଭାଗ୍ୟ ଜନକ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । କଟକ ମହାନଗର ନିଗମ ୪୬ନମ୍ବର ୱାର୍ଡ଼ ଅଞ୍ଚଳରେ ବିଛାଯାଇଥିବା ପାଇପଲାଇନରେ ଦୂଷିତ ଜଳ ଆସିବା ନେଇ ଅସନ୍ତୋଷ ଦେଖାଦେବା ପରେ ସମାଜସେବୀ ତଥା କଂଗ୍ରେସ କର୍ପୋରେଟର ପ୍ରାର୍ଥୀ ଅଜୟ ଗୋଚ୍ଛାୟତ ଏବଂ ତାଙ୍କର କିଛି ସମର୍ଥକ ସ୍ଥାନୀୟ ରାଣୀହାଟ ସ୍ଥିତ ଜନସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟକୁ ଯାଇ ଆସିଷ୍ଟାଣ୍ଟ ମ୍ୟାନେଜରଙ୍କୁ ସାକ୍ଷାତ କରିଥିଲେ । ଏହି ଅଞ୍ଚଳରେ ପାଇପ ଲାଇନରେ ଯୋଗାଇ ଦିଆଯାଉଥିବା ଜଳ ବିଶୋଧନ ହେଉନଥିବା ତଥା ଦୂଷିତ ଜଳ ଆସୁଥିବା ସମ୍ପର୍କରେ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ଗୋଟିଏ ପଟେ ସ୍ୱାସ୍ଥ୍ୟ କ୍ଷେତ୍ରରେ ରାଜ୍ୟ ସରକାର ଯେଉଁ ଡିଣ୍ଡିମ ପିଟୁଛନ୍ତି ତାହା କଟକ ସହରର ୪୬ନମ୍ବର ୱାର୍ଡ଼ରେ ତାହାର ସ୍ପଷ୍ଟ ଚିତ୍ର ଜଳଜଳ ହୋଇ ଦିଶୁଛି ବୋଲି ଶ୍ରୀ ଗୋଚ୍ଛାୟତ ଅଭିଯୋଗ କରିଛନ୍ତି । ସହରବାସୀଙ୍କୁ କେବଳ ଭୂଆଁ ବୁଲାଯାଉଥିବା ସେ କହିଥିଲେ । ତେବେ ଅଭିଯୋଗ ପାଇବା ପରେ ତୁରନ୍ତ ଏହାର ସମାଧାନ କରାଯିବ ବୋଲି ଅଧିକାରୀ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅବସରରେ ୱାର୍ଡ଼ ସଭାପତି ସୌମେନ୍ଦ୍ର ମହାନ୍ତି, ପ୍ରତାପ ଚନ୍ଦ୍ର ପରିଡା, ଆଲୋକ ମହାନ୍ତି, ଶିବଶଙ୍କର ଜେନା, ବିଭୂତି ଭୂଷଣ ସ୍ୱାଇଁ, ପ୍ରଦୀପ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ