କଟକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନିଶ୍ଳୁକ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ

କଟକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନିଶ୍ଳୁକ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ

କଟକ (ଏନ୍.ଏମ୍.): କରୋନା ମହାମାରୀରେ ପିଡିତ ହେଉଥିବା ରୋଗୀମାନଙ୍କୁ ନିରନ୍ତର ସେବା ଯୋଗାଇ ଦେବା ପାଇଁ କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୈାଧୁରୀଙ୍କ ତତ୍ୱବଧାନରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଆଜି କଟକ ଜିଲା କଂଗ୍ରେସ କାର୍ଯ୍ୟାଳୟଠାରେ ଦୁଇଟିି ନିଶ୍ଳକ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରିଛନ୍ତି କଂଗ୍ରେସର ମୁଖପାତ୍ର ତଥା ସାମ୍ବାଦିକ ସତ୍ୟପ୍ରକାଶ ନାୟକ ।  ସମଗ୍ର କଟକ ଜିଲ୍ଲାର ସମସ୍ତ ନାଗରିକମାନେ ଏହି ସେବାକୁ ବିନା ମୁଲ୍ୟରେ ପାଇପାରିବେ । ଏଥିପାଇଁ ନିମ୍ନଲିଖିତ ଟୋଲ ଫ୍ରି ନମ୍ବର ୧୮୦୦-୨୫୭-୨୬୫୬ ଏବଂ ହ୍ୱାଟ୍ସଅପ ନମ୍ବର ୯୯୩୭୬୯୬୯୬୯ରେ ମଧ୍ୟ ଯୋଗାଯୋଗ କରିପାରିବେ । ଏଥି ସହିତ ୧୫ ଦିନ ପାଇଁ ଭିଟାମିନ ଔଷଧ ଲୋକମାନଙ୍କୁ ବଣ୍ଟାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେର ମୁଖପାତ୍ର ଶ୍ରୀ ନାୟକ ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସର ସଭାପତି ୟାସିର ନୱାଜ, ଓଡିଶା ଯୁବ କଂଗ୍ରେସର ଉପସଭାପତି ଅଭିଳାଷ ମାଣିଆ, ଯୁବକଂଗ୍ରେସର ସାଧାରଣ ସମ୍ପାଦକ ଡକ୍ଟର ବିପ୍ଳବ ଶିଲାଦିତ୍ୟଙ୍କ ସମେତ ବହୁ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ