କଟକରେ ୩ଟି ବେଆଇନ ବେକେରୀ ୟୁନିଟ ସିଲ, ୧ଟନ ସାମଗ୍ରୀ ଜବତ

କଟକରେ ୩ଟି ବେଆଇନ ବେକେରୀ ୟୁନିଟ ସିଲ, ୧ଟନ ସାମଗ୍ରୀ ଜବତ

କଟକରେ ୩ଟି ବେଆଇନ ବେକେରୀ ୟୁନିଟ ସିଲ, ୧ଟନ ସାମଗ୍ରୀ ଜବତ


କଟକ(ଏନ୍‌.ଏମ୍‌.): କୌଣସି ଅନୁମତି ପତ୍ର ନଥାଇ ବିଭିନ୍ନ ବେନାମୀ କମ୍ପାନୀ ନାମରେ ଏହି ଖାଦ୍ୟ ସାମଗ୍ରୀ ବଜାରକୁ ଛାଡ଼ି ଲକ୍ଷ ଲକ୍ଷ ଟଙ୍କା ଲାଭ ନେଉଥିବାବେଳେ ସିଏମସି ପକ୍ଷରୁ ଚଢ଼ାଉ କରାଯାଇଛି । ସୁନ୍ଦର ସୁନ୍ଦର ପ୍ୟାକେଟ ଭିତରେ ନିମ୍ନମାନର ଖାଦ୍ୟ ସାମଗ୍ରୀ ବିକ୍ରୟ କରାଯାଇ କେବଳ ଗ୍ରାହକ ମାନଙ୍କୁ ଠକୁ ନାହାନ୍ତି ବରଂ ଏହି ଖାଦ୍ୟ ସାମଗ୍ରୀ ମାଧ୍ୟମରେ ବିଭିନ୍ନ ରୋଗ ମଧ୍ୟ ବାଣ୍ଟୁଥିବାର ଅଭିଯୋଗ ଉଠିଛି । ଏପରିକି ସିଏମସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିୟମିତ ଚଢ଼ାଉ କରାଯାଇ ଏକାଧିକ ବେଆଇନ ଖାଦ୍ୟ ସାମଗ୍ରୀ କାରଖାନା ଗୁଡ଼ିକୁ ସିଲ କରାଯାଇଥିଲେ ମଧ୍ୟ ଏମାନଙ୍କ ସଂଖ୍ୟା କମିବା ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି । ଆଜି କଟକ ସହରର ସ୍ଥାନୀୟ ଶିଖରପୁର ଅଞ୍ଚଳରେ ଏକ ବେଆଇନ ବେକେରୀ କାରଖାନା ଚାଲିଥିବାବେଳେ ସିଏମସି ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ସେଠାରେ ୩ଟି ବେକେରୀ ୟୁନିଟ୍ ସିଲ କରାଯାଇଛି । ଏହି ବେକେରୀ କାରଖାନାଟି ଏକ ବେନାମୀ କମ୍ପାନୀ ନାମରେ ଚାଲିଥିବାବେଳେ ଏଠାରେ ପ୍ରାୟ ୧ଟନରୁ ଉର୍ଦ୍ଧ୍ୱ ଓଜନର ବିଭିନ୍ନ ବେକେରୀ ଜବତ କରାଯାଇଛି । ଏଠାରେ ବିଭିନ୍ନ ପ୍ରକାର କେକ୍‌, ପାଉଁରୁଟି ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଏଠାରେ ପ୍ରସ୍ତୁତ କରାଯାଉଥିଲେ ବି ଏହି କମ୍ପାନୀ ନାମରେ ଖାଦ୍ୟ ପ୍ରକ୍ରିୟାକରଣର କୌଣସି ଅନୁମତି ବା ପ୍ରମାଣ ପତ୍ର ନଥିଲା । ଅନ୍ୟପକ୍ଷରେ ଏହା ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶ ମଧ୍ୟ ପ୍ରସ୍ତୁତ କରାଯାଉଥିବା ଚଢ଼ାଉ ସମରେ ଜଣାପଡ଼ିଥିଲା । କଟକ ସହରରେ ଏଭଳି ବେଆଇନ କାରଖାନା ଚାଲୁଥିବା ଖବର ପାଇବା ପରେ ସିଏମସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ଏକ ଟିମ ସେଠାରେ ପହଞ୍ôଚ ଚଢ଼ାଉ ଆରମ୍ଭ କରିଥିଲା । ଏହି ଟିମ୍‌ରେ ସିଏମସି ଖାଦ୍ୟ ନିରାପତ୍ତା ଅଧିକାରୀ ପ୍ରତୀକ୍ଷା ଦାସ ମହାପାତ୍ର, ଭଗବାନ ଲେଙ୍କାଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ