କଟକରେ ଯୁବ କଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

କଟକରେ ଯୁବ କଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ

କଟକରେ ଯୁବ କଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ
କଟକ (ଏନ୍‌.ଏମ୍‌.): ସମ୍ପ୍ରତି ମହାମାରୀ କରୋନା ଯୋଗୁଁ ଲକଡାଉନ ଓ ସଟ ଡାଉନ ଯୋଗୁଁ ଲୋକେ ନାହିଁ ନଥିବା ହଇରାଣ ହେଉଥିବାବେଳେ ଯୁବକଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ ବିତରଣ କରାଯାଇଛି । ସହରରେ ଗରିବ, ଦିନ ମଜୁରିଆ ଲୋକେ କାମଧନ୍ଦା ନପାଇ ରୋଜଗାର ହରାଇବା ଯୋଗୁଁ ନାହିଁ ନଥିବା ଅବସ୍ଥାରେ ଚଳୁଛନ୍ତି । ଦୁଇ ଓଳି ଦୁଇ ମୁଠା ଖାଇବାକୁ ପାଉ ନାହାନ୍ତି । ଏଭଳି ଦୁର୍ଦ୍ଦିନ ସମୟରେ ସାଧାରଣ ଲୋକଙ୍କ ପାଖରେ ଠିଆ ହେବାପାଇଁ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମଙ୍କ ସହଯୋଗ କ୍ରମେ କଟକ ନଗର ଜିଲ୍ଲା ଯୁବ କଂଗ୍ରେସ କମିଟି ଉପ-ସଭାପତି ସେକ ଗୁଲାମ ମୋହିଦ୍ଦିନ ଅଣ୍ଟା ଭିଡିଛନ୍ତି। ଆଜି ପୂର୍ବାହ୍ନରେ ସ୍ଥାନୀୟ ବକ୍ସି ବଜାର ପେନସନ ଲେନ ଅଞ୍ଚଳରେ ଯୁବ କଂଗ୍ରେସ ପକ୍ଷରୁ ଶ୍ରୀ ମୋହିଦ୍ଦିନଙ୍କ ନେତୃତ୍ୱରେ ଶୁଖିଲା ଖାଦ୍ୟ ଓ ସାନିଟାଇଜର, ମାସ୍କ ଓ ସାବୁନ ଆଦି ବଣ୍ଟନ କରାଯାଇଥିଲା ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ