କଟକରେ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ : ସହର ବିଭିନ୍ନ ସ୍ଥାନ ପରିକ୍ରମା କଲା ଜୁଲୁସ,ଏକାଠି ହେଲେ ସମସ୍ତ ବର୍ଗର ଧର୍ମାବଲମ୍ବୀ
କଟକ(ଏନ୍.ଏମ୍.): କଟକ ସହରରେ ମୁସଲିମ ଧର୍ମଗୁରୁ ପ୍ରଫେଟ ମହମ୍ମଦଙ୍କ ପବିତ୍ର ଜୟନ୍ତୀ । ରୀତିନୀତି ଅନୁସାରେ ଏହି ପର୍ବକୁ ପାଳନ କରିଛନ୍ତି କଟକର ମୁସଲିମ ଧର୍ମାବଲମ୍ବୀ । ସହରରେ ଥିବା ମୁସଲମାନ ସମ୍ପ୍ରଦାୟର ଲୋକେ ବିଶାଳ ଶୋଭାଯାତ୍ରାରେ ବାହାରି କଟକ ସହର ପରିକ୍ରମା କରିଥିଲେ । ଏହାପରେ ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ ସମୟ ଅନୁସାରେ ଶୋଭାଯାତ୍ରା ଗୁଡିକ କଦମ-ଏ-ରସୁଲ ଠାରେ ପହଞ୍ôଚଥିଲା । ସେଠାରେ ବିଶ୍ୱଶାନ୍ତି ନିମନ୍ତେ ସମୁହ ନମାଜ ପାଠ କରାଯାଇଥିଲା । ଅନ୍ୟପକ୍ଷରେ ପ୍ରତ୍ୟେକ ମୁସଲିମ ଧର୍ମାବଲମ୍ବୀଙ୍କ ଘର ବିଭିନ୍ନ ଆଲୋକମାଳାରେ ସାଜସଜ୍ଜା ହୋଇଥିବାବେଳେ ମସଜିଦଗୁଡିକ ମଧ୍ୟ ସୁନ୍ଦର ରୂପ ଦିଆଯାଇଥିଲା । ସନ୍ଧ୍ୟାରେ ବିଭିନ୍ନ ଆତସବାଜୀ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଇଦ ମିଲ୍ଲା ଉଦ୍ଦିନ ନବିଙ୍କ ଏକ ବିରାଟ ଶୋଭାଯାତ୍ରା (ଜୁଲୁସ)ରେ ମୁସଲିମ ଶ୍ରଦ୍ଧାଳୁମାନେ ଯୋଗଦେଇଥିବା ବେଳେ ହିନ୍ଦୁ ଓ ଖ୍ରୀଷ୍ଟ ଧର୍ମବଲମ୍ବୀମାନେ ମଧ୍ୟ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା । ଏଥିରେ ବିଭିନ୍ନ ସାହି ଓ ମସଜିଦ କମିଟି ପକ୍ଷରୁ ପ୍ରାୟ ୬୦ଟି ଜୁଲସ ଶୋଭାଯାତ୍ରାରେ ସାମିଲ ହୋଇଥିଲା । ରେହେମାନ ଛକରୁ ଶୋଭାଯତ୍ରାରେ ବାହାରି କଲେଜ ଛକ, ରାଣୀହାଟ, ମଙ୍ଗଳାବାଗ, ହାୱାଡା ମୋଟର, ମସ୍ତାନ ଦର୍ଘା, ମଣିସାହୁ ଛକ, ବକ୍ସି ବଜାର, ମିଶନ ରୋଡ, ସୂତାହାଟ, ଓଡିଆ ବଜାର, ଗଙ୍ଗା ମନ୍ଦିର, ଗୌରୀଶଙ୍କର ପାର୍କ ଦେଇ କଦମରସୁଲରେ ଶେଷ ହୋଇଥିଲା । ଏହା ବ୍ୟତୀତ ସାହି ମହଲ୍ଲାରୁ ଅନ୍ୟାନ୍ୟ ଶୋଭାଯାତ୍ରା ବାହାରି ବକ୍ସି ବଜାର ଦେଇ ମଣିସାହୁ ଛକ, ଗିନର ହୋଟେଲ ଛକ, ଗୌଡଗଡା ଛକ, ମାତାମଠ ଛକ ଓ ହାୱାଡା ମଟର ଛକରେ ପହଞ୍ôଚ ମୁଖ୍ୟ ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ବିଭିନ୍ନ ସାହିର ଜୁଲସମାନେ ନିଜ ନିଜ ସାହିରେ ପରିକ୍ରମା କରିବା ପରେ ମାତାମଠା ଛକଠାରେ ଏକତ୍ରିତ ହୋଇଥିଲେ । ସେଠାରୁ ବାହାରି ବକ୍ସି ବଜାର ଦେଇ ସୂତାହାଟ ଦେଇ ମହମ୍ମଦଙ୍କ ପାଦ ଚିହ୍ନ ଥିବା କଦମ-ଏ-ରସୁଲ ଠାରେ ପହଞ୍ôଚଥିଲେ । ସେଠାରେ ସାମୁହିକ ପ୍ରାର୍ଥନା କରାଯାଇଥିଲା । ଶୋଭାଯାତ୍ରାରେ ସମସ୍ତେ ହାତରେ ପତାକା ଧରି ଯାଉଥିବା ଦେଖିବାକୁ ମିଳିଥିଲା । ଏହା ସହିତ ମସଜିଦ ମକ୍କା ଓ ମଦିନାର ପ୍ରଜ୍ଞାପନ ମେଢ ମଧ୍ୟ ସାମିଲ ହୋଇଥିଲା । ଚଳିତ ବର୍ଷ ମହଲ୍ଲା କମିଟ ପକ୍ଷରୁ ତ୍ରିରଙ୍ଗା ଥିମରେ ଶୋଭାଯାତ୍ରା ବାହାରିଥିଲା । ଏଥିସହ ୧୫ କ୍ୱିଣ୍ଟାଲ ଖାଦ୍ୟର ବ୍ୟବସ୍ଥା ହୋଇଥିଲା । ଭାଇଚାରା ସହରରେ ସମସ୍ତେ ଏକ୍ରତିତ ହୋଇ ଶାନ୍ତି ଓ ସ୍ନେହର ବାର୍ତ୍ତା ବାଣ୍ଟିଥିଲେ । କାର୍ଯ୍ୟକ୍ରମରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ, ପୂର୍ବତନ ବିଧାୟକ ଡ. ପ୍ରଭାତ ରଞ୍ଜନ ବିଶ୍ୱାଳ, ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମ, ବାରବାଟୀ-କଟକ ପୂର୍ବତନ ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ, ସିଏମସି ମେୟର ସୁବାସ ସିଂହ, ବରିଷ୍ଠ ବିଜେଡି ନେତା ମଧୁସୂଦନ ସାହୁ, ଧର୍ମେଶ ନାୟକ, ପୂର୍ବତନ କର୍ପୋରେଟର ରମଜାନ ଖାଁ, ସେଣ୍ଟ୍ରାଲ ରେଡକ୍ରସ ଆୱାରନେସ କମିଟି ଅଧ୍ୟକ୍ଷ ଡ. ରଞ୍ଜନ କୁମାର ବିଶ୍ୱାଳ ପ୍ରମୁଖ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମକୁ ଶୃଙ୍ଖଳାର ସହ ପରିଚାଳନା କରିବା ପାଇଁ କମିଶନରେଟ ପୁଲିସର ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ବିଶେଷ କରି ଯୋବ୍ରା, ବକ୍ସି ବଜାର, କଲେଜ ଛକ, ସୂତାହାଟ ଓ ଗୌରୀଶଙ୍କର ପାର୍କ ସମେତ ସହରର ପ୍ରମୁଖ ଛକମାନଙ୍କରେ ପୋଲିସ ମୁତୟନ ରହିଥିଲେ ।