ଆନ୍ତଃରାଜ୍ୟ ନିଶା ଚାଲାଣ: ୧୪ କିଲୋ ଗଞ୍ଜେଇ ଜବତ ୧ଗିରଫ

ଆନ୍ତଃରାଜ୍ୟ ନିଶା ଚାଲାଣ: ୧୪ କିଲୋ ଗଞ୍ଜେଇ ଜବତ ୧ଗିରଫ

ଆନ୍ତଃରାଜ୍ୟ ନିଶା ଚାଲାଣ: ୧୪ କିଲୋ ଗଞ୍ଜେଇ ଜବତ ୧ଗିରଫ


କଟକ(ଏନ୍‍.ଏମ୍‍.): ଜଣେ ଆନ୍ତଃରାଜ୍ୟ ଗଞ୍ଜେଇ ଚାଲାଣକାରୀକୁ ରେଳବାଇ ପୋଲିସ(ଆରପିଏଫ) ଗିରଫ କରିଛି । ଅଭିଯୁକ୍ତ ଜଣକ ଦିଲ୍ଲୀରେ ରହୁଥିବା ବିହାର ପାଟନା ସହରର ଆଶୁତୋଷ ସିହ୍ନା(୪୧) ବୋଲି ଜଣାପଡ଼ିଛି । ତା’ ନିକଟରୁ ୧୪ କିଲୋ ଓଜନର ଗଞ୍ଜେଇ ଜବତ ହୋଇଛି ।
ସୂଚନା ଅନୁଯାୟୀ, ଗତ ସୋମବାର ସନ୍ଧ୍ୟାରେ ଆଶୁତୋଷ ଦୁଇଟି ଲଗେଜ ଧରି କଟକ ରେଳ ଷ୍ଟେସନରେ ପହଞ୍ôଚଥିଲା । ସେଠାରେ ଦିଲ୍ଲୀ ଯିବା ଲାଗି ଗୋଟିଏ ଟିକଟ କାଟି ୧ନମ୍ବର ଗେଟ ଦେଇ ପ୍ଲାଟଫର୍ମ ଭିତରକୁ ପ୍ରବେଶ କରୁଥିଲା । ଏତିକିବେଳେ ସେଠାରେ ଥିବା ସ୍କାନିଂ ମେସିନରେ ବ୍ୟାଗ ସ୍କାନ କରାଯିବାରୁ ସେଥିରେ ଗଞ୍ଜେଇ ଥିବା ଜଣାପଡିଥିଲା । ଯାଞ୍ଚ କରିବାରୁ ବ୍ୟାଗ ଭିତରୁ ପ୍ରାୟ ୧୪ କିଲୋ ଗଞ୍ଜେଇ ମିଳିଥିଲା । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ ଲକ୍ଷ ଟଙ୍କା ହେବ । ଏହାପରେ ନିୟୋଜିତ ଆରପିଏଫ କର୍ମଚାରୀ ବ୍ୟାଗ ସହ ଅଭିଯୁକ୍ତ ଆଶୁତୋଷକୁ ଥାନାକୁ ଆଣି ଜେରା କରିବାରୁ ଏକ ବଡ ଗଞ୍ଜେଇ ଚାଲାଣ ରାକେଟ ବିଷୟରେ ସୂଚନା ମିଳିଥିଲା । ଆଶୁତୋଷର କହିବାନୁସାରେ, ଗତ ସୋମବାର ଅପରାହ୍ନରେ ସେ ଟ୍ରେନ ଯୋଗେ ଦିଲ୍ଲୀରୁ ଭୁବନେଶ୍ୱର ଆସିଥିଲା । ପରେ ସେଠାରୁ ଆଉ ଏକ ଟ୍ରେନରେ କଟକ ଆସିଥିଲା । କଟକ ରେଳ ଷ୍ଟେସନରେ ପହଞ୍ôଚବା ପରେ ସେ ଗଞ୍ଜେଇ ବ୍ୟବସାୟୀ ପପୁ ଓରଫ ବଣ୍ଟି ଓରଫ ନରେନ ନାମକ ଜଣେ ଯୁବକକୁ ଫୋନ କରିଥିଲା । ପପୁ ପହଞ୍ôଚବା ପରେ ଆଶୁତୋଷ ସାଙ୍ଗରେ ଆଣିଥିବା ଦୁଇଟି ଟ୍ରଲି ବ୍ୟାଗ ତାକୁ ଦେଇଥିଲା । ମାତ୍ର ଅଧ ଘଣ୍ଟା ପରେ ପପୁ ଉକ୍ତ ଦୁଇଟି ବ୍ୟାଗେର ଗଞ୍ଜେଇ ଭର୍ତ୍ତି କରି ଆଣି ଦୁଇ ନମ୍ବର ଗେଟ ପାଖରେ ଆଶୁତୋଷ ହାତକୁ ଦେଇଥିଲା । ସେଠାରୁ ଆଶୁତୋଷ ବ୍ୟାଗ ଦୁଇଟିକୁ ଧରି ୧-ନମ୍ବର ଗେଟ ଦେଇ ପ୍ଲାଟଫର୍ମ ଭିତରକୁ ପ୍ରବେଶ କରୁଥିଲା ବେଳେ ଆରପିଏଫ ହାତରେ ଧରାପଡିଥିଲା । ତେବେ ଏହି ବ୍ୟାଗ ଦୁଇଟିକୁ ଦିଲ୍ଲୀର ଜଣେ ବ୍ୟକ୍ତିଙ୍କୁ ହସ୍ତାନ୍ତର କରିବା ପରେ ତାକୁ ୧୦ ହଜାର ଟଙ୍କା ମିଳିବ ବୋଲି ପପୁ ପ୍ରତିଶ୍ରୁତି ଦେଇଥିଲା । ତେବେ ଏହି ବିଷୟ ଜାଣିବା ପରେ ଆରପିଏଫ ଏବେ ମୁଖ୍ୟ ଚାଲାଣକାରୀ ପପୁକୁ ଧରିବା ଲାଗି ଉଦ୍ୟମ ଚଳାଇଛି । ମୁଖ୍ୟ କଥା ହେଉଛି ଗତ ୧୨ ତାରିଖରେ ସମାନ ତରିକାରେ ଗଞ୍ଜେଇ ଚାଲାଣ କରୁଥିବା ଜଣେ ମହିଳାଙ୍କୁ ଆରପିଏଫ ଧରିଥିଲା । ସେତେବେଳ ମହିଳାଙ୍କ ବୟାନ ଅନୁସାରେ ପଶ୍ଚିମବଙ୍ଗର ସକିବୁଲ କଟକ ରେଳ ଷ୍ଟେସନ ନିକଟବର୍ତ୍ତୀ ଅଞ୍ଚଳରୁ ଗଞ୍ଜେଇ ଆଣୁଥିବା ବିଷୟ ଜଣାପଡିଥିଲା । ମାତ୍ର ଏହାପରେ ଆରପିଏଫ ଷ୍ଟେସନ ପାଖ ମୁଖ୍ୟ ଗଞ୍ଜେଇ ବେପାରୀକୁ ଧରିବାରେ ତତ୍ପରତା ଦେଖାଇନଥିଲା । ଫଳରେ ଏବେ ଟ୍ରେନରେ ବେଧଡକ ଭାବେ ଗଞ୍ଜେଇ ଚାଲାଣ ହେଉଛି । ଏପଟେ ଆରପିଏଫ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଆଶୁତୋଷକୁ ଗିରଫ ପରେ କୋର୍ଟ ଚାଲାଣ କରିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ