ସ୍ୱାଭିମାନ କଟକ ପକ୍ଷରୁ ବିଧାୟକ ମହମ୍ମଦ ମୋକିମଙ୍କୁ ନାଗରିକ ସମ୍ବର୍ଦ୍ଧନା

ସ୍ୱାଭିମାନ କଟକ ପକ୍ଷରୁ ବିଧାୟକ ମହମ୍ମଦ ମୋକିମଙ୍କୁ ନାଗରିକ ସମ୍ବର୍ଦ୍ଧନା

News by Padmalochan Mishra (Cuttack)

କଟକ(ଏନ୍‌.ଏମ୍‌.): ଓଡ଼ିଶାର ମାଟି ପ୍ରତି ମୋହ ଏବଂ ଓଡ଼ିଆ ଝିଅକୁ ଭାରତର ସାମ୍ବିଧାନିକ ମୁଖ୍ୟ ରାଷ୍ଟ୍ରପତି ପଦରେ ଅଧିଷ୍ଠିତ କରିବା ପାଇଁ ନିଜର ମୂଲ୍ୟବାନ ଭୋଟ ପ୍ରଦାନ କରି ଓଡ଼ିଆ ଜାତିର ଟେକ ରଖିଥିବା କଟକ ବାରବାଟୀ ମାନ୍ୟବର ବିଧାୟକ ମହମ୍ମଦ ମୋକିମଙ୍କୁ ସ୍ୱାଭିମାନ କଟକ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଅଛି । ଏହି ପରିପେକ୍ଷୀରେ ବିଧାୟକ ମହୋଦୟଙ୍କୁ ଶିଖରପୁର କାଳୀମନ୍ଦିର ନିକଟରୁ ସ୍ୱାଗତ କରି ଏକ ବିରାଟ ଶୋଭାଯାତ୍ରା ରେ ହାରାମଣି ମଣ୍ଡପ,ଜଷ୍ଟିସ ଛକ ଓ ମଙ୍ଗଳା ଛକ ଦେଇ ସେଲିବ୍ରେସନ ମଣ୍ଡପ ଅଣାଯାଇଥିଲା । ସ୍ଥାନୀୟ କର୍ପୋରେଟର ମାନଙ୍କ ଠାରୁ ଆରମ୍ଭ କରି ଅନେକ ଯୁବନେତା, ରାଜନେତା,ଛାତ୍ରନେତା,ନାରୀନେତ୍ରୀ ମାନଙ୍କ ସହିତ ମହିଳା ମାନେ ଏହି ଶୋଭାଯାତ୍ରାରେ ଯୋଗଦାନ କରିଥିଲେ । ସ୍ୱାଭିମାନ କଟକର ସଭାପତି ସତ୍ୟ ମହାନ୍ତି, ସମ୍ପାଦକ ଫିରୋଜ ଖୁଣ୍ଟିଆ ,ଆଇନଜୀବୀ ଶୁଭେନ୍ଦୁ ମହାନ୍ତି ଓ ରେଭେନ୍ସାର ପୂର୍ବତନ ସଭାପତି ଜ୍ୟୋତିରଞ୍ଜନ ରାୟ ବିଧାୟକ ମହୋଦୟଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ମାନ୍ୟବର ବିଧାୟକ ନିଜ ଅଭିଭାଷଣରେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ଅଭି୍ୱାଦନ ଜଣାଇବା ସହିତ ଦଳମତ ନିର୍ବିଶେଷରେ ଓଡ଼ିଆ ମାଟି ତଥା ଓଡ଼ିଶାର ଟେକ ରଖିବା ନିମନ୍ତେ ପ୍ରଦାନ କରିଥିବା ତାଙ୍କର ମୂଲ୍ୟବାନ ଭୋଟ ନିମନ୍ତେ ନିଜକୁ ଗର୍ବିତ ମନେ କରିବା ସହିତ କଟକ ଚୌଦ୍ୱାରକୁ ଏକ ସ୍ୱାଭିମାନୀ ନିର୍ବାଚନ ମଣ୍ଡଳୀ ରୂପେ ଗଢି ତୋଳିବାକୁ ସଂକଳ୍ପ ମଧ୍ୟ ନେଇଥିଲେ । ସିଏମସି କର୍ପୋରେଟର ସନ୍ତୋଷ ଭୋଳ, ସ୍ୱର୍ଣ୍ଣପ୍ରଭା ପଶାୟତ, ବଟକୃଷ୍ଣ ସାହୁ, ଲିଜାରାଣୀ ରାଉତ, ସୁବାଶିଷ ପଟ୍ଟନାୟକଙ୍କ ସହିତ ସମାଜସେବୀ ଅଶୋକ ମହାନ୍ତି, ଅଧ୍ୟାପକ ତୁଷାର କାନ୍ତି, ଯୁବ ଛାତ୍ରନେତା ନିକୁଞ୍ଜ ପଶାୟତ, ତନ୍ମୟ ପଣ୍ଡା,ଅଜୟ ଗୋଛାୟତ, ଜିତୁ ରାଉତ, ପ୍ରତାପ ପରିଡା, ସୁରଜିତ ସାହୁ, ନାରୀନେତ୍ରୀ ଲିଜାରାଣୀ ସ୍ୱାଇଁ ପ୍ରମୁଖ ବହୁ ବୁଦ୍ଧିଜୀବୀ ପ୍ରମୁଖ ସଭାରେ ଉପସ୍ଥିତ ରହି ବିଧାୟକ ମହୋଦୟଙ୍କୁ ଅଭିବାଦନ ଜଣାଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *