ମାଗଣାରେ ମିଳିବ ଜାପାନ ନିର୍ମିତ ମେସିନରୁ ସ୍ୱାସ୍ଥ୍ୟପ୍ରଦ ପାନୀୟଜଳ

ମାଗଣାରେ ମିଳିବ ଜାପାନ ନିର୍ମିତ ମେସିନରୁ ସ୍ୱାସ୍ଥ୍ୟପ୍ରଦ ପାନୀୟଜଳ

News by Smruti Ranjan Tripathy (Cuttack)

କଟକ(ଏନ୍‌.ଏମ୍‌.): କଟକ ସହରରେ ଜନସାଧାରଣଙ୍କୁ କେବଳ ଶୁଦ୍ଧ ପାନୀୟ ଜଳ ନୁହେଁ ସ୍ୱାସ୍ଥ୍ୟ ପାଇଁ ଉପକାରୀ ପାନୀୟ ଜଳ ଯୋଗାଇ ଦେବା ପାଇଁ ସ୍ୱତନ୍ତ୍ର ପାନୀୟ ଜଳ ପ୍ରକଳ୍ପ ଉଦ୍‌ଘାଟିତ ହୋଇଯାଇଛି । ସିଏମସି ୫୩ନମ୍ବର ୱାର୍ଡ ଦରଖାପାଟଣା ଅନ୍ତର୍ଗତ କଲ୍ୟାଣୀନଗର ସ୍ଥିତ ନାରାୟଣୀ ହସ୍ପିଟାଲ ନିକଟରେ ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏକ ଏନାଜିକ୍ କାଙ୍ଗେନ୍ ୱାଟର ପଏଣ୍ଟ୍‌ର ଉଦଘାଟନ କରିଛନ୍ତି । ଜାପାନର ଏନାଜିକ୍ କମ୍ପାନୀ ଦ୍ୱାରା ନିର୍ମିତ ଏହି ମେଡିକାଲ ଡିଭାଇସ୍ ଦ୍ୱାରା ଯେଉଁ ପାଣି ବାହାରିଥାଏ ତାହା ସ୍ୱାସ୍ଥ୍ୟପ୍ରଦ ଏବଂ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ ବୋଲି ବିଶେଷଜ୍ଞମାନେ ମତଦେଇଛନ୍ତି । ଏହି ପାଣିର ଔଷଧିୟ ଗୁଣ ଥିବାରୁ ଏହାର ବ୍ୟବହାର ଦ୍ୱାରା ମଣିଷ ଶରୀରର ବିଭିନ୍ନ ପ୍ରକାରର ଦୁରାରୋଗ୍ୟ ଓ ଜୀବନ ଘାତକ ରୋଗରୁ ମୁକ୍ତି ମିଳିଥାଏ । ସାଧାରଣ ପାଣି ଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ଅଟେ । ଏହି ୱାଟର ପଏଣ୍ଟରୁ ଜନସାଧାରଣମାନେ ମାଗଣାରେ ଏହି ପାଣି ନେଇ ବ୍ୟବହାର କରିପାରିବେ ବୋଲି ଏହାର ପରିଚାଳକ ଡାକ୍ତର ଆର୍ତବଲ୍ଲଭ ଦାଶ ଘୋଷଣା କରିଛନ୍ତି । ଏହି ଉତ୍ସବରେ ଅତିଥି ଭାବେ ୫୩ ନମ୍ବର ୱାର୍ଡ କର୍ପୋରେଟର ଅରବିନ୍ଦ ଜେନା, ୫୨ନମ୍ବର କର୍ପୋରେଟର ସୌଭାଗୀନି ଜେନା, ସ୍ଥାନୀୟ ବିଜେଡି ୱାର୍ଡ ସଭାପତି ସାରଙ୍ଗ ପାଣି ଷଡ଼ଙ୍ଗୀ, ଡଃ ବ୍ୟୋମକେଶ କାନୁନଗୋ, ଗୋବିନ୍ଦ ଚନ୍ଦ୍ର ପଣ୍ଡା, ନଗେନ୍ ଦାସ, ସୁଶାନ୍ତ ବେହେରାଙ୍କ ସମେତ ଅଞ୍ଚଳବାସୀ ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *