ଏସସିବିରେ ଚିକିତ୍ସା ଅବହେଳା ଅଭିଯୋଗ: ଇଚ୍ଛା ମୃତ୍ୟୁ ଲାଗି ନିବେଦନ କଲେ ଦୁଷ୍ମନ୍ତ
ଏସସିବିରେ ଚିକିତ୍ସା ଅବହେଳା ଅଭିଯୋଗ: ଇଚ୍ଛା ମୃତ୍ୟୁ ଲାଗି ନିବେଦନ କଲେ ଦୁଷ୍ମନ୍ତ କଟକ(ଏନ୍.ଏମ୍.): ରାଜ୍ୟର ସର୍ବ ବୃହତ୍ତ ଚିକିତ୍ସା ପ୍ରତିଷ୍ଠାନ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ(ଏସସିବି)କୁ ରାଜ୍ୟସରକାର ବିଶ୍ୱସ୍ତରୀୟ ଏମ୍ସ ପ୍ଲସ ଲାଗି ଯୋଜନା କରିଥିବାବେଳେ ଏଠାରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରାଯାଉନଥିବା ଭଳି ସଂଗୀନ ଅଭିଯୋଗ ହୋଇଛି । ଚିକିତ୍ସାରେ ଅବହେଳା ଯୋଗୁଁ ଯନ୍ତ୍ରଣାରେ ଛଟପଟ ହେବା ସହ ଜଣେ ରୋଗୀ ଇଚ୍ଛାମୃତ୍ୟୁ ପାଇଁ ନିବେଦନ କରିବା ରାଜ୍ୟର ସ୍ୱାସ୍ଥ୍ୟବିଭାଗର ପାରିବା…
