ଚାଷ ଜମିକୁ ପାଣି ନାହିଁ ସମସ୍ୟାର ସମାଧାନ ନହେଲେ ରାସ୍ତାକୁ ଓଲ୍ଲାଇବେ ଚାଷୀ !
ଚାଷ ଜମିକୁ ପାଣି ନାହିଁ ସମସ୍ୟାର ସମାଧାନ ନହେଲେ ରାସ୍ତାକୁ ଓଲ୍ଲାଇବେ ଚାଷୀ ! ନରସିଂହପୁର (ଏନ୍.ଏମ୍.): ନରସିଂହପୁର ବ୍ଲକର ଚାଷ ଜମିକୁ ଜଳସେଚନ ସୁବିଧା ମିଳୁନଥିବା ଅଭିଯୋଗରେ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାର ପ୍ରତିବାଦରେ ଅଞ୍ଚଳବାସୀଙ୍କ ପକ୍ଷରୁ ସ୍ଥାନୀୟ ବିଡିଓ ଓ ତହସିଲଦାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିବା ସହ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି । ସୂଚନା ଯୋଗ୍ୟ ଯେ, ନରସିଂହପୁର ଅଞ୍ଚଳରେ ଚାଷ ଜମିକୁ ଜଳସେଚନ ନିମନ୍ତେ ୩୭୮କୋଟି ଟଙ୍କା…
