ସିରିଜ୍ ଦୁର୍ଘଟଣା ଘଟାଇଥିବା ଟ୍ରକ ଜବତ, ଚାଳକ ଅଟକ
ସିରିଜ୍ ଦୁର୍ଘଟଣା ଘଟାଇଥିବା ଟ୍ରକ ଜବତ, ଚାଳକ ଅଟକ #କଟକ (ଏନ୍.ଏମ୍.): ତିନୋଟି ସ୍ଥାନରେ ସିରିଜ୍ ଦୁର୍ଘଟଣା ଘଟାଇଥିବା ଏକ ଟ୍ରକକୁ ଲୋକେ ଅଟକାଇବା ସହିତ ଚାଳକକୁ ବିଡାନାସୀ ପୁଲିସ ଜିମା ଦେଇଛନ୍ତି । ତେବେ ଏହି ସିରିଜ୍ ଦୁର୍ଘଟଣାରେ ଗୋଟିଏ ମଟର ସାଇକେଲ୍ ଓ ଏକ କାର୍ ଭାଙ୍ଗିରୁଜି ଯାଇଛି । ତେବେ ସୌଭାଗ୍ୟକ୍ରମେ ଏହି ଘଟଣାରେ କେହି ମୃତାହତ ହୋଇନାହନ୍ତି । ପୁଲିସ ସୁତ୍ରରୁ ପ୍ରକାଶ ଯେ ଆଜି ସଂନ୍ଧ୍ୟାରେ ଧବଳେଶ୍ୱର ନିକଟରେ (ଓଆର୍-୦୫-ଆର୍-୯୦୧୫)ନମ୍ବର…
