ଘରୋଇ ଡ୍ରାଇଭରମାନଙ୍କ ଦାବି ୩ମାସ ମଧ୍ୟରେ ପୂରଣ ହେବ: ମନ୍ତ୍ରୀ
ଘରୋଇ ଡ୍ରାଇଭରମାନଙ୍କ ଦାବି ୩ମାସ ମଧ୍ୟରେ ପୂରଣ ହେବ: ମନ୍ତ୍ରୀ ଭୁବନେଶ୍ୱର(ଏନ୍.ଏମ୍.): ଓଡ଼ିଶା ରାଜ୍ୟ ଘରୋଇ ଡ୍ରାଇଭର ମହାସଂଘ ତରଫରୁ ବିଭିନ୍ନ ଦାବି ନେଇ ମାଷ୍ଟରକ୍ୟାଣ୍ଟିନ୍ ଛକଠାରେ ବିକ୍ଷୋଭ କରାଯାଇଛି । ରାଜ୍ୟର ୩୦ଟି ଜିଲ୍ଲାରୁ ଘରୋଇ ଡ୍ରାଇଭରମାନେ ବହୁସଂଖ୍ୟାରେ ଧାରଣାରେ ସାମିଲ ହୋଇଥିଲେ । ଡ୍ରାଇଭରମାନେ ସ୍ୱଳ୍ପ ଦରମାରେ କାର୍ଯ୍ୟ କରୁଥିବାବେଳେ ସେମାନଙ୍କ ଲାଗି ଜୀବନବୀମା କରାଇବା ଓ ଅବସର ପରେ ପେନ୍ସନ୍ ପ୍ରଦାନ କରିବା ସହିତ ବିଭିନ୍ନ ଦାବି ନେଇ ଧାରଣା ଦେଇଥିଲେ ।…
