ପତ୍ନୀକୁ ମାରି ଗାଁ ପଡ଼ିଆରେ ଫୋପାଡି ଦେଲା ପତି
ପତ୍ନୀକୁ ମାରି ଗାଁ ପଡ଼ିଆରେ ଫୋପାଡି ଦେଲା ପତି #ଭଦ୍ରକ(ଏନ୍.ଏମ୍.): ପାରିବାରିକ କଳହର କରୁଣ ପରିଣତି ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ । ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର ହେବା ପରେ ବିଭିନ୍ନ କଳ୍ପନା ଜଳ୍ପନା ସୃଷ୍ଟି ହୋଇଛି । ପତ୍ନୀକୁ ହତ୍ୟା କରି ପତି ମୃତ ଦେହକୁ ପଡ଼ିଆ ପକାଇ ଦେଇଥିବା ଅଭିଯୋଗ ହୋଇଛି । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ଶୁକଦେବପୁର ବିନାୟକପୁର ଗାଁରେ ।…
