ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ ଓ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଟ୍ରଷ୍ଟର ୬ଷ୍ଠ ସ୍ୱନକ୍ଷତ୍ର ଦିବସ

ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ ଓ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଟ୍ରଷ୍ଟର ୬ଷ୍ଠ ସ୍ୱନକ୍ଷତ୍ର ଦିବସ ଭୁବନେଶ୍ୱର(ଏନ୍‌.ଏମ୍‌.): ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନର ସ୍ୱନକ୍ଷତ୍ର ଦିବସ ପାଳନ ସହ ୭୨ତମ ବନମହୋତ୍ସବ ସ୍ଥାନୀୟ ଖାରବେଳ ନଗରସ୍ଥିତ ଶିକ୍ଷକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ମେୟର ତଥା ବିଧାୟକ ଅନନ୍ତ ନାରାୟଣ ଜେନା ଓ ଗଣଶିକ୍ଷାମନ୍ତ୍ରୀଙ୍କ ଧର୍ମପତ୍ନୀ ତଥା…

Read More

ଆସନ୍ତା ୧୯ରୁ ଆରମ୍ଭ ହେବ ମୌସୁମୀ ଅଧିବେଶନ

ଆସନ୍ତା ୧୯ରୁ ଆରମ୍ଭ ହେବ ମୌସୁମୀ ଅଧିବେଶନ ନୂଆଦିଲ୍ଲୀ (ଏଜେନ୍ସି): କରୋନା କଟକଣା ମଧ୍ୟରେ ଚଳିତ ମାସରେ ଆରମ୍ଭ ହେବାକୁ ଯାଉଛି ସଂସଦର ମୌସୁମୀ ଅଧିବେଶନ । ଆସନ୍ତା ଜୁଲାଇ ୧୯ରୁ ଆରମ୍ଭ ହେବାକୁ ଯାଉଥିବା ଏହି ଅଧିବେଶନରେ ଅଗଷ୍ଟ ୧୩ରେ ଶେଷ ହେବ ବୋଲି ଜଣାପଡ଼ିଛି । ଏଥିରେ ମୋଟ୍ ୧୯ଟି କାର୍ଯ୍ୟଦିବସ ରହିଛି । ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହି ସୂଚନା ଦେଇଛନ୍ତି । ଜୁଲାଇ ୧୯ରେ ସଂସଦର ମୌସୁମୀ ଅଧିବେଶ ଆରମ୍ଭ…

Read More

ରାଜ୍ୟରେ ଜୁଲାଇ୧୫ରୁ ଧାନ ସଂଗ୍ରହ ପାଇଁ ଆରମ୍ଭ ହେବ ପଞ୍ଜିକରଣ

ରାଜ୍ୟରେ ଜୁଲାଇ୧୫ରୁ ଧାନ ସଂଗ୍ରହ ପାଇଁ ଆରମ୍ଭ ହେବ ପଞ୍ଜିକରଣ ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ଆସନ୍ତା ଜୁଲାଇ ୧୫ରୁ ଧାନ ସଂଗ୍ରହ ପାଇଁ ନାମ ପଞ୍ଜିକରଣ ଆରମ୍ଭ ହେବ । ଏ ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଏହି ପଞ୍ଜିକରଣ ପ୍ରକ୍ରିୟା ଆସନ୍ତା ଅଗଷ୍ଟ ୧୬ ପର୍ଯ୍ୟନ୍ତ ରହିବ । ଖରିଫ ଧାନ ବିକ୍ରି ନିମନ୍ତେ ସମସ୍ତ ଚାଷୀଙ୍କୁ ଆଉଥରେ ପଞ୍ଜିକରଣ କରିବାକୁ ପଡ଼ିବ । ତେବେ ପୂର୍ବ ପଞ୍ଜିକରଣ…

Read More

କରୋନା କଟକଣାରେ ଶ୍ରୀକ୍ଷେତ୍ରରେ ଘୋଷଯାତ୍ରା: ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ବଡ଼ଦାଣ୍ଡରେ ଗଡ଼ିଲା ୩ ରଥ

କରୋନା କଟକଣାରେ ଶ୍ରୀକ୍ଷେତ୍ରରେ ଘୋଷଯାତ୍ରା: ନିର୍ଦ୍ଧାରିତ ସମୟର ୩ ଘଣ୍ଟା ପୂର୍ବରୁ ବଡ଼ଦାଣ୍ଡରେ ଗଡ଼ିଲା ୩ ରଥ ପୁରୀ(ଏନ୍‌.ଏମ୍‌.): ଦୋଳେଶ୍ଚ ଦୋଳ ଗୋବିନ୍ଦଂ, ଚାପେଶ୍ଚ ମଧୁସୂଦନ, ରଥେତ୍ୱଂ ବାମନଃ ଦୃଷ୍ଟା, ପୁର୍ନଃ ଜନ୍ମ ନ ବିଦ୍ୟତେ । ରଥରେ ପ୍ରଭୁଙ୍କ ଦର୍ଶନରେ ୧୮ଲକ୍ଷ ଜୋନିଜନ୍ମରୁ ମୁକ୍ତି ମିଳିଥାଏ । ସେଥିପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଦର୍ଶନ କରିବା ପାଇଁ ସାରା ବିଶ୍ୱବାସୀଙ୍କ ଭିଡ ହୋଇଥାଏ ଶ୍ରୀକ୍ଷେତ୍ର ଧାମରେ । ମାତ୍ର ଚଳିତ ବର୍ଷ କରୋନା କଟକଣା…

Read More

ପ୍ରେମ ହେଲା ତୋ ସାଥିରେ ରିଲିଜ

ପ୍ରେମ ହେଲା ତୋ ସାଥିରେ ରିଲିଜ କଟକ (ଏନ୍‌.ଏମ୍‌.) : ନୂଆ ଓଡ଼ିଆ ରୋମାଣ୍ଟିକ ଗୀତ ପ୍ରେମ ହେଲା ତୋ ସାଥିରେ ରିଲିଜ ହୋଇଯାଇଛି । କୁନା ରାଉଳଙ୍କ ଫୋର ସାଇଟ ୟୁ ଟ୍ୟୁବ ଚାନେଲରେ ଏହି ନୂଆ ଓଡ଼ିଆ ସ୍ମୃତି ମଧୁର ଗୀତଟି ରିଲିଜ ହୋଇଯାଇଛି । ଏଥିରେ କଣ୍ଠଦାନ କରିଛନ୍ତି ଦେବେଶ ପତି ଏବଂ ଅନ୍ତରା ଚକ୍ରବର୍ତ୍ତୀ । ଆଶୁତୋଷ ବାରିକ ଏହି ଗୀତଟିକୁ ରଚନା କରିଛନ୍ତି । ବିରଜା ପ୍ରସାଦ ଗୀତର ସଂଗୀତ…

Read More

ହୀରାକୁଦ ଜଳଭଣ୍ଡାରରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ

ହୀରାକୁଦ ଜଳଭଣ୍ଡାରରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ସମ୍ବଲପୁର (ଏନ୍‌.ଏମ୍‌.): ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ହୀରାକୁଦ ଜଳଭଣ୍ଡାରରୁ ଆଜି ଛଡ଼ାଯାଇଛି । ହୀରାକୁଦ ଜଳଭଣ୍ଡାରରୁ ମୋଟ ୨ଟି ଗେଟ୍ ଦେଇ ଏବେ ବନ୍ୟାଜଳ ନିଷ୍କାସିତ ହେଉଛି । ଆଜି ପୂର୍ବାହ୍ନ ୧୧ଟା ବେଳେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟକୁ ଖୋଲା ଯିବା ପରେ ଆଉ ଗୋଟେ ସ୍ଲୁଇସ ଗେଟ୍ ଖୋଲାଯାଇଥିଲା । ଗେଟ୍ ଖୋଲିବା ପୂର୍ବରୁ ପ୍ରଶାସନ ପକ୍ଷରୁ…

Read More

ଘୋଷଯାତ୍ରା ପାଇଁ ପ୍ରସ୍ତୁତ ରଥ, ପଥ ଜଗନ୍ନାଥ: ସିଂହଦ୍ୱାର ନିକଟରେ ଲାଗିଲା ତିନି ରଥ

ଘୋଷଯାତ୍ରା ପାଇଁ ପ୍ରସ୍ତୁତ ରଥ, ପଥ ଜଗନ୍ନାଥ: ସିଂହଦ୍ୱାର ନିକଟରେ ଲାଗିଲା ତିନି ରଥ ପୁରୀ (ଏନ୍‌.ଏମ୍‌.): ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ରତ୍ନବେଦୀ ଛାଡ଼ି ଜନ୍ମବେଦୀକୁ ବିଜେ ହେବେ ମହାପ୍ରଭୁ । ଏଥିପାଇଁ ରଥ, ପଥ, ଜଗନ୍ନାଥ ସମସ୍ତେ ପ୍ରସ୍ତୁତ । ଏହି ଅବସରରେ ଆଜି ସିଂହଦ୍ୱାର ସମ୍ମୁଖରେ ୩ରଥ ବି ଲାଗି ସାରିଛନ୍ତି । ଆଜି ଶ୍ରୀମନ୍ଦିରରୁ ରଥଖଳାକୁ ଆଜ୍ଞାମାଳ ଆସିବା ପରେ ପ୍ରଥମେ ନନ୍ଦିଘୋଷକୁ ସିଂହଦ୍ୱାର ସାମ୍ନାକୁ ଅଣାଯାଇଥିଲା । ତା’ ପରେ…

Read More

ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା-ଅନୁଭବ; ହୋଇପାରିଲାନି ସହମତି, ପୁଣି ଏକ ତାରିଖ ଧାର୍ଯ୍ୟ

ଫ୍ୟାମିଲି କୋର୍ଟରେ ହାଜର ହେଲେ ବର୍ଷା-ଅନୁଭବ; ହୋଇପାରିଲାନି ସହମତି, ପୁଣି ଏକ ତାରିଖ ଧାର୍ଯ୍ୟ କଟକ(ଏନ୍‌.ଏମ୍‌.): ବହୁ ବାଦବିବାଦ ଭିତରେ ଆଜି ଅଭିନେତା ତଥା ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ କଟକ ଫ୍ୟାମିଲି କୋର୍ଟ ହାଜର ହୋଇଛନ୍ତି । ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଲାଗି ରହିଥିବା ବିବାଦ ସମାଧାନ ପାଇଁ ଦୀର୍ଘ ୨ଘଣ୍ଟାରୁ ଅଧିକ ସମୟ ଧରି ବୁଝାସୁଝା କରାଯାଇଥିଲା । ମାତ୍ର କୌଣସି ସହମତି ପ୍ରକାଶ ପାଇନଥିବା ଜଣାପଡ଼ିଛି ।…

Read More

ଇମ୍ଫା ପକ୍ଷରୁୁ ତ୍ରିନାଥ ପଲ୍ଲୀରେ ଟିକାକରଣ

ଇମ୍ଫା ପକ୍ଷରୁୁ ଚୌଦ୍ୱାର ତ୍ରିନାଥ ପଲ୍ଲୀରେ ଟିକାକରଣ ଚୌଦ୍ୱାର(ଏନ୍‌.ଏମ୍‌.): ସ୍ଥାନୀୟ ଇମ୍ଫା କାରଖାନା ତରଫରୁ ଚୌଦ୍ୱାର ପୌରପାଳିକା ୧୭ ନମ୍ବର ୱାର୍ଡ଼ସ୍ଥିତ ତ୍ରିନାଥ ପଲ୍ଲୀରେ କରୋନା ଟିକାକରଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଆପୋଲୋ ହସପିଟାଲ ସହଭାଗିତାରେ ଆୟୋଜିତ ଏହି ଶିବିରରେ କଲୋନୀରେ ରହୁଥିବା କୁଷ୍ଠ ରୋଗୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କ ସମେତ ମୋଟ ୧୨୦ ଜଣଙ୍କୁ ପ୍ରଥମ ଡୋଜ ଟିକା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଇମ୍ଫା କାରଖାନାର ଡିଜିଏମ୍ ଜି….

Read More

ବିଦ୍ୟୁତ ଆଘାତରେ ପ୍ରାଣହରାଇଲା ଗଜରାଜ

ବିଦ୍ୟୁତ ଆଘାତରେ ପ୍ରାଣହରାଇଲା ଗଜରାଜ ଅନୁଗୋଳ (ଏନ୍‌.ଏମ୍‌.): ଅନୁଗୋଳ ବନଖଣ୍ଡର ବନ୍ତଳା ରେଞ୍ଜ ଅନ୍ତର୍ଗତ ତଳଗଡ଼ ଗାଁରେ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଛି ଗଜରାଜ । ଆଜି ଉକ୍ତ ଗାଁ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା । ମୃତ ହାତୀକୁ ଆନୁମାନିକ ୧୦ ବର୍ଷ ବୋଲି ବନବିଭାଗ ପକ୍ଷରୁ କୁହାଯାଇଛି । ତେବେ ଜଙ୍ଗଲୀ ଜନ୍ତୁ ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିବା ବେଳେ ହାତୀଟି ଏହା ସଂସ୍ପର୍ଶରେ ଆସି ପ୍ରାଣ ହରାଇଥିବା…

Read More

ଭୁବନେଶ୍ୱରରୁ ୫ ସାଇବର ଠକ ଗିରଫ

ଭୁବନେଶ୍ୱରରୁ ୫ ସାଇବର ଠକ ଗିରଫ ଭୁବନେଶ୍ୱର (ଏନ୍‌.ଏମ୍‌.): ଦ୍ୱୈତ୍ୟନଗରୀ ଭୁବନେଶ୍ୱରରୁ ୫ ଜଣ ସାଇବର ଠକ ଗିରଫ ହୋଇଛନ୍ତି । ଭରତପୁର ଥାନା ପୁଲିସ୍ ସହାୟତାରେ ହାଇଦ୍ରାବାଦ ପୁଲିସ୍ ସେମାନଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଆଦିତ୍ୟ ନାରାୟଣ ମହାପାତ୍ର, ଲକ୍ଷ୍ମୀଧର ମୁର୍ମୁ, ପ୍ରମୋଦ ନାୟକ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଦେବାଶିଷ ଓଝା ବୋଲି ଜଣାପଡ଼ିଛି । ଏହି ୫ଜଣଙ୍କ ମଧ୍ୟରୁ ୩ ଜଣ ଘାଟିକିଆ ଅଞ୍ଚଳର ହୋଇଥିବା ବେଳେ ୨ ଜଣ…

Read More

ଢାକାର ଏକ କାରଖାନାରେ ଅଗ୍ନିକାଣ୍ଡ:୪୦ ମୃତ

ଢାକାର ଏକ କାରଖାନାରେ ଅଗ୍ନିକାଣ୍ଡ:୪୦ ମୃତ ଢାକା (ଏଜେନ୍ସି): ବାଙ୍ଗଲାଦେଶର ରାଜଧାନୀ ଢାକା ଅଞ୍ଚଳର ଏକ କାରଖାନାରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି । ଏହି ଅଗ୍ନିକାଣ୍ଡରେ ପ୍ରାୟ ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବାବେଳେ ୩୦ ରୁ ଅଧିକ ଲୋକେ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଖବର ଅନୁଯାୟୀ, ଢାକା ସ୍ଥିତ ନାରାୟଣଗଞ୍ଜର ରୁପଗଞ୍ଜ ଅଞ୍ଚଳରେ ସ୍ଥିତ ଏକ କାରଖାନାରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିଲା ।…

Read More