୭ଫୁଟ୍‌ର ଅଜଗର ଉଦ୍ଧାର

୭ଫୁଟ୍‌ର ଅଜଗର ଉଦ୍ଧାର ଟାଙ୍ଗୀ(ଏନ୍‍.ଏମ୍‍.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଜରିପଡ଼ା ପଞ୍ଚାୟତ ପଇଗୁଆଁ ଗ୍ରାମ ନିକଟରୁ ୭ଫୁଟ୍ ଲମ୍ବର ଏକ ଅଜଗର ସାପ ଉଦ୍ଧାର କରାଯାଇଛି । ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ଶୁଭମ୍ କୁମାର ପରିଡ଼ା ସାପଟିକୁ ଉଦ୍ଧାରକରି ନିକଟସ୍ଥ ଜଙ୍ଗଲରେ ଛାଡ଼ିଥିବା ଜାଣିବାକୁ ମିଳିଛି । ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଗୋଟିଏ ପଟେ ବିରୂପା ନଦୀ ଓ ଅନ୍ୟପଟେ ମେଣ୍ଢାଖାଇ ଯୋର ରହିଛି । ଫଳରେ ସାପଟି ପାଣି ସ୍ରୋତରେ ଭାସି ଆସିଥିବା ଅନୁମାନ…

Read More

ମଙ୍ଗୁଳି-ନିର୍ଗୁଣ୍ଡି ଟ୍ରକ ମାଲିକ ସଂଘର ନୂତନ କର୍ମକର୍ତ୍ତା: ଚତୁର୍ଥ ଥର ସଭାପତି ଆସନରେ ନରେନ୍ଦ୍ର

ମଙ୍ଗୁଳି-ନିର୍ଗୁଣ୍ଡି ଟ୍ରକ ମାଲିକ ସଂଘର ନୂତନ କର୍ମକର୍ତ୍ତା: ଚତୁର୍ଥ ଥର ସଭାପତି ଆସନରେ ନରେନ୍ଦ୍ର ଟାଙ୍ଗୀ(ଏନ୍‍.ଏମ୍‍.): କଟକ ଜିଲ୍ଲା ଟାଙ୍ଗୀଥାନା ଅନ୍ତର୍ଗତ ମଙ୍ଗୁଳି-ନିର୍ଗୁଣ୍ଡି ଟ୍ରକ ମାଲିକ ସଂଘର କର୍ମକର୍ତ୍ତା ନିର୍ବାଚନ ଶେଷ ହୋଇଥିବାବେଳେ କରୋନାଜନିତ କଟକଣା ମଧ୍ୟରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଭାପତି ଭାବେ ହାଟ୍ରିକ ଅର୍ଜନ କରିଥିବା ନରେନ୍ଦ୍ର କୁମାର ରାଉତରାୟ ୪ର୍ଥ ଥର ନିମନ୍ତେ ନିଜ ପଦ ବଜାୟ ରଖିନ୍ତି । ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ମଧ୍ୟରେ କରୁଣାକର ମହାପାତ୍ର ଉପ…

Read More

ମହିଳା ଆରୋଗ୍ୟ ସମିତି ପକ୍ଷରୁ ବୃକ୍ଷରୋପଣ

ମହିଳା ଆରୋଗ୍ୟ ସମିତି ପକ୍ଷରୁ ବୃକ୍ଷରୋପଣ କଟକ(ଏନ୍‌.ଏମ୍‌.): ସିଡ଼ିଏ ସେକ୍ଟର-୬ସ୍ଥିତ କୃଷକ ବଜାର ଅଞ୍ଚଳରେ ମହିଳା ଆରୋଗ୍ୟ ସମିତି ଓ ଆଶକର୍ମୀ ନିର୍ଝରିଣୀ ଲେଙ୍କା ନେତୃତ୍ୱରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ସିଏମସି ଅନ୍ତର୍ଗତ ୬ନମ୍ବର ୱାର୍ଡ଼ର ପୂର୍ବତନ କର୍ପୋରେଟର ସଂଯୁକ୍ତା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଶାରଳା ମହିଳା ଆରୋଗ୍ୟ ସମିତିର ସଭାପତି ଲକ୍ଷ୍ମୀପ୍ରିୟା ସାହୁ, କୋଷାଧ୍ୟକ୍ଷ ବନଲତା କାନୁନଗୋ,…

Read More

ରାଣୀହାଟ ଉଚ୍ଚ ବିଦ୍ୟାଳୟରେ ଅତ୍ୟାଧୁନିକ ପାଠାଗାର ଉଦ୍‌ଘାଟିତ

ରାଣୀହାଟ ଉଚ୍ଚ ବିଦ୍ୟାଳୟରେ ଅତ୍ୟାଧୁନିକ ପାଠାଗାର ଉଦ୍‌ଘାଟିତ କଟକ(ଏନ୍‌.ଏମ୍‌.): ରାଜ୍ୟ ସରକାରଙ୍କ ‘ମୋ ସ୍କୁଲ୍‌’ ଅଭିଯାନ ମାଧ୍ୟମରେ କଟକସ୍ଥିତ ରାଣୀହାଟ ଉଚ୍ଚ ବିଦ୍ୟାଳୟରେ ଏକ ଅତ୍ୟାଧୁନିକ ପାଠାଗାରର ନିର୍ମାଣ କରାଯାଇଛି । ଆଜି ‘ମୋ ସ୍କୁଲ୍ ଅଭିଯାନ’ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଏହି ପାଠାଗାରକୁ ଉଦ୍‌ଘାଟନ କରିବା ସହ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ରାଜ୍ୟର ଏହି ପୁରାତନ ବିଦ୍ୟାଳୟରେ ପୂର୍ବରୁ ରହିଥିବା ଅବ୍ୟବହୃତ ପାଠାଗାରକୁ ମୋ ସ୍କୁଲ୍ ଅଭିଯାନ ମାଧ୍ୟମରେ ନୂତନ ରୂପ ଦିଆଯାଇ…

Read More

ଜିଲ୍ଲାପାଳଙ୍କ ବଡମ୍ବା ଓ ନରସିଂପୁର ଅଞ୍ଚଳ ପରିଦର୍ଶନ

ଜିଲ୍ଲାପାଳଙ୍କ ବଡମ୍ବା ଓ ନରସିଂପୁର ଅଞ୍ଚଳ ପରିଦର୍ଶନ କଟକ(ଏନ୍‌.ଏମ୍‌.): ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ଆଜି ଜିଲ୍ଲାର ବଡମ୍ବା ଏବଂ ନରସିଂହପୁର ଅଞ୍ଚଳ ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସେ ପ୍ରଥମେ କମଳାଡିହ ପଞ୍ଚାୟତ ପରିଦର୍ଶନ କରି ସେଠାରେ ଏସବିଆଇ ବ୍ରାଞ୍ଚ ଖୋଲାଯିବା ନିମନ୍ତେ ସ୍ଥାନ ବୁଲି ଦେଖିଥିଲେ । ସେଠାରେ ଖୁବଶୀଘ୍ର ବାଣିଜ୍ୟିକ ବ୍ୟବସ୍ଥାର ଅଧିକ ଉନ୍ନତି ସହିତ ବ୍ୟାଙ୍କିଙ୍ଗ ସେବା ଯୋଗାଇବା ଉପରେ ଜିଲ୍ଳାପାଳ ଶ୍ରୀ ଚୟନୀ ଗୁରୁତ୍ୱାରୋପ କରିଥିଲେ…

Read More

ବାରହା ଆକ୍ରମଣରେ ୪ ଚାଷୀ ଆହତ

ବାରହା ଆକ୍ରମଣରେ ୪ ଚାଷୀ ଆହତ କଟକ(ଏନ୍‌.ଏମ୍‌.):ଆଠଗଡ଼ ତିଗିରିଆ ଶୁଣ୍ଠିପାଳ ଗାଁରେ ବାରହା ଆତଙ୍କ । ବାରହା ଆକ୍ରମଣରେ ୪ ଚାଷୀ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ତେବେ ଆହତମାନେ ହେଲେ ପ୍ରସନ୍ନ କୁମାର ପଣ୍ଡା (୩୫),ବାଙ୍କନିଧି ସାହୁ (୪୮), ପ୍ରସନ୍ନ କୁମାର ନାୟକ ଏବଂ ଦୁଃଶାସନ ରାଉତ । ବିଲକୁ ଚାଷ କାମ କରିବାକୁ ଯାଉଥିବା ବେଳେ ବାରହା ଆକ୍ରମଣ ଶିକାର ହୋଇଥିଲେ ୪ ଚାଷୀ । ଏଥିରେ ପ୍ରସନ୍ନ…

Read More

କଳାହାଣ୍ଡି କପ: ମ୍ୟାଚ ଅଧାରୁ ବାତିଲ, ଡିଏଲଏସରେ ବିଜୟୀ

କଳାହାଣ୍ଡି କପ: ମ୍ୟାଚ ଅଧାରୁ ବାତିଲ, ଡିଏଲଏସରେ ବିଜୟୀ କଟକ (ଏନ୍‌.ଏମ୍‌.): ଓସିଏ ପକ୍ଷରୁ ଭୁବନେଶ୍ୱର ଓ କଟକର ବିଭିନ୍ନ ଖେଳ ପଡିଆରେ ଚାଲିଥିବା କଳାହାଣ୍ଡି କପର ଦ୍ୱିତୀୟ ଦିନରେ ବର୍ଷା ବାଧକ ସାଜିଥିଲା । ଅନେକ ମ୍ୟାଚ ବର୍ଷା ଲାଗି ଡିଏଲଏସ ପଦ୍ଧତିରେ ବିଜୟ ଘୋଷଣା କରାଯାଇଥିବା ବେଳେ ଅନ୍ୟ ମ୍ୟାଚ ଗୁଡିକ ବାତିଲ କରାଯାଇଥିଲା । ବର୍ଷା ପୂର୍ବରୁ ଖେଳାଯାଇଥିବା ମ୍ୟାଚ ଗୁଡିକରେ ଫଳ ବାହାରିଥିଲା । ପୂର୍ବତଟ ରେଳୱେରେ ଅନୁଷ୍ଠିତ ମ୍ୟାଚରେ ଇକୋର୍ସ…

Read More

ହାଇଦର ଏନକାଉଣ୍ଟର ନେଇ ଓଏଚଆରସିରେ ମାମଲା: ବିଭାଗୀୟ ଅଧିକାରୀଙ୍କୁ ନୋଟିସ ଜାରି

ହାଇଦର ଏନକାଉଣ୍ଟର ନେଇ ଓଏଚଆରସିରେ ମାମଲା: ବିଭାଗୀୟ ଅଧିକାରୀଙ୍କୁ ନୋଟିସ ଜାରି କଟକ (ଏନ୍‌.ଏମ୍‌.): କୁଖ୍ୟାତ ଅପରାଧୀ ହାଇଦରକୁ ଏନକାଉଣ୍ଟର ଘଟଣାରେ ଓଏଚଆରସି (ମାନବାଧିକାର କମିଶନ) ନିଜଆଡ଼ୁ ମାମଲା ରୁଜୁ କରିଛନ୍ତି । ଏ ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଆଧାରରରେ କମିଶନ ମାମଲା ରୁଜୁ କରିବା ସହ ଗୃହ ବିଭାଗ ଏସିଏସ୍‌, ପୁଲିସ ଡିଜି, ଜେଲ୍ ବିଭାଗ ଡିଜି ଓ ଟୁଇନ ସିଟି ପୁଲିସ କମିଶନରଙ୍କୁ ନୋଟିସ ଜାରି କରିଛନ୍ତି । ୪ ସପ୍ତାହ…

Read More

କଟକରେ ଅତ୍ୟାଧୁନିକ ରେଳ ଷ୍ଟେସନ ପାଇଁ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ: ଡିଆରଏମ

କଟକରେ ଅତ୍ୟାଧୁନିକ ରେଳ ଷ୍ଟେସନ ପାଇଁ ପ୍ରସ୍ତୁତ ହେବ ବ୍ଲୁ ପ୍ରିଣ୍ଟ: ଡିଆରଏମ କଟକ (ଏନ୍‌.ଏମ୍‌.): କଟକ ରେଳଷ୍ଟେସନକୁ ଅତ୍ୟାଧୁନିକ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନେତୃତ୍ୱ ନେବା ପରେ ବିଭିନ୍ନ ଷ୍ଟେସନ ମାନଙ୍କରେ ଉନ୍ନତିକରଣ ଲାଗି ଯୋଜନା ପ୍ରସ୍ତୁତ ହୋଇଛି । କେନ୍ଦ୍ରମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ କଟକରେ ଥିବା ରେଳ ଷ୍ଟେସନର ଉନ୍ନତିକରଣ ଓ ଆଧୁନିକକରଣ ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଥିବା ଖୋର୍ଦ୍ଧା ରୋଡ ଡିଆରଏମ…

Read More

କଟକ ବାରବାଟି ଦୁର୍ଗକୁ ନବୀକରଣ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ସୁବାସ ସିଂହ

କଟକ ବାରବାଟି ଦୁର୍ଗକୁ ନବୀକରଣ କରିବାକୁ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ସୁବାସ ସିଂହ କଟକ(ଏନ୍‌.ଏମ୍‌.): କଟକ ବାରବାଟୀ ଦୁର୍ଗକୁ ନବୀକରଣ କରିବା ନେଇ ଗତକାଲି ଦିଲ୍ଲୀ ଠାରେ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜି. କିଷାନ ରେଡ୍ଡିଙ୍କୁ ରାଜ୍ୟସଭାର ଡେପୁଟି ଲିଡର ସାଂସଦ ଡକ୍ଟର ସସ୍ମିତ ପାତ୍ର ଓ ସାଂସଦ ସୁବାସ ସିଂହ ସାକ୍ଷାତ୍ କରି ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । କଟକର ହଜାର ବର୍ଷର ଗର୍ବ ଓ…

Read More

ହାଇଦରର ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର: ୪ଟି ଗୁଳି ବାହାରିଲା ଆଗରୁ ଗୋଟିଏ ଥିଲା

ହାଇଦରର ଶବ ବ୍ୟବଛେଦ ପରେ ପରିବାରକୁ ହସ୍ତାନ୍ତର: ୪ଟି ଗୁଳି ବାହାରିଲା ଆଗରୁ ଗୋଟିଏ ଥିଲା ବାଲେଶ୍ୱର/କଟକ(ଏନ୍‌.ଏମ୍‌.): ବ୍ୟବଛେଦ ପରେ ହାଇଦରର ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି । ହାଇଦରର ପତ୍ନୀ ଓ ଦୁଇ ବୋହୂଙ୍କୁ ମୃତଦେହ ହସ୍ତାନ୍ତର ହୋଇଛି । ତେବେ ବ୍ୟବଛେଦ ସମୟରେ ହାଇଦର ଶରୀରରୁ ୪ଟି ଗୁଳି ବାହାରିଥିବା ସୂଚନା ମିଳିଛି । ୨ଟି ଅଣ୍ଟାରୁ ଓ ୨ଟି ଜଙ୍ଘରୁ ବାହାରିଥିବା ସୂଚନା ମିଳିଛି । ୪ଟି ଗୁଳିରୁ ଗୋଟିଏ ଗୁଳି ପୂର୍ବରୁ…

Read More

ଜର୍ଣ୍ଣାଲିଷ୍ଟ ଡେଭେଲପମେଣ୍ଟ କାଉନସିଲ ଅଫ ଇଣ୍ଡିଆ ଓ ରୋଟାରି କ୍ଲବ ପକ୍ଷରୁ ବୃକ୍ଷରୋପଣ ଅଭିଯାନ

ଜର୍ଣ୍ଣାଲିଷ୍ଟ ଡେଭେଲପମେଣ୍ଟ କାଉନସିଲ ଅଫ ଇଣ୍ଡିଆ ଓ ରୋଟାରି କ୍ଲବ ପକ୍ଷରୁ ବୃକ୍ଷରୋପଣ ଅଭିଯାନ ଭୁବନେଶ୍ୱର (ଏନ୍‌.ଏମ୍‌.): ଜର୍ଣ୍ଣାଲିଷ୍ଟ ଡେଭେଲପମେଣ୍ଟ କାଉନସିଲ ଅଫ ଇଣ୍ଡିଆ (ଜେ .ଡି ସି .ଆଇ ) ସମଗ୍ର ଦେଶର ସାମ୍ବାଦିକ ମାନଙ୍କର ସମୂହ ସ୍ୱାର୍ଥ ସାଧନ ଓ ସାମଗ୍ରିକ କଲ୍ୟାଣ ପାଇଁ ଅଭିପ୍ରେତ ବୋଲି ଏହାର ଜାତୀୟ ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ତଥା ବିଶ୍ୱ ଓଡ଼ିଶା ସମାଜର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ମତ ପ୍ରକାଶ କରିଛନ୍ତି । ଭାରତର ସମସ୍ତ ସାମ୍ବାଦିକ…

Read More