ମଙ୍ଗୁଳିରେ ଡେଙ୍ଗୁ ସଚେତନତା
ମଙ୍ଗୁଳିରେ ଡେଙ୍ଗୁ ସଚେତନତା ଟାଙ୍ଗୀ-ଚୌଦ୍ୱାର(ଏନ୍.ଏମ୍.): ବ୍ୟବସାୟିକ ଓ ପରିବହନ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥିବା ଟାଙ୍ଗୀ ଥାନା ମଙ୍ଗୁଳି ଅଞ୍ଚଳରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମଙ୍ଗୁଳି-ନିର୍ଗୁଣ୍ଡି ଟ୍ରକ ମାଲକ ସଂଘ ସଭାପତି ତଥା ବିଜେଡ଼ି ପଞ୍ଚାୟତ ସଭାପତି ନରେନ୍ଦ୍ର କୁମାର ରାଉତରାୟଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଟାଙ୍ଗୀ-ଚୌଦ୍ୱାର ତହସିଲଦାର ନିରଞ୍ଜନ ମଲ୍ଲିକ ମୁଖ୍ୟ ଅତିଥି ଓ ଟାଙ୍ଗୀଥାନା ଭାରପ୍ରାପ୍ତ ଆରକ୍ଷୀ ନିରୀକ୍ଷକ ସୁଚିତ୍ରବିର୍ଯ୍ୟ ଦାସ ସମ୍ମାନିତ ଅତିଥିଭାବେ ଯୋଗଦାନ କରିଥିଲେ ।…
