ପ୍ରଭାତ ତ୍ରିପାଠୀଙ୍କୁ ନାଗରିକ ସମ୍ବର୍ଦ୍ଧନା
ପ୍ରଭାତ ତ୍ରିପାଠୀଙ୍କୁ ନାଗରିକ ସମ୍ବର୍ଦ୍ଧନା କଟକ(ଏନ୍.ଏମ୍.): ବିଶିଷ୍ଟ ଶ୍ରମିକ ନେତା, ପୂର୍ବତନ ବିଧାୟକ ତଥା ହିନ୍ଦ୍ ମଜ୍ଦୁର ସଭାର ନବ ନିର୍ବାଚିତ କାର୍ଯ୍ୟକାରୀ ସଭାପତି ପ୍ରଭାତ ତ୍ରିପାଠୀଙ୍କ ୭୦ତମ ଜୟନ୍ତୀ ସମାରୋହ ଅବସରରେ ରକ୍ତଦାନ ଶିବିର ଓ ନାଗରିକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସଂପ୍ରତି ଶ୍ରମିକମାନଙ୍କ ଉପରେ ଅତ୍ୟାଚାର ଚାଲିଛି, ପୁଞ୍ଜିପତିମାନଙ୍କ ପକ୍ଷରୁ ଧାରାବାହିକ ଭାବେ ଶ୍ରମିକମାନଙ୍କ ଉପରେ ଚାଲିଥିବା ଆକ୍ରମଣ ବିରୁଦ୍ଧରେ ଗଣଆନ୍ଦୋଳନ ଗଢ଼ି ତୋଳିବା ପାଇଁ ପ୍ରଭାତ ତ୍ରିପାଠୀ ସମ୍ବର୍ଦ୍ଧନାର ଉତ୍ତରରେ…
