ବାରଙ୍ଗ ୩୨ ନମ୍ବର ଜୋନ ବିଜେଡି ପକ୍ଷରୁ ମେଗା ରକ୍ତଦାନ ଶିବିର

ବାରଙ୍ଗ ୩୨ ନମ୍ବର ଜୋନ ବିଜେଡି ପକ୍ଷରୁ ମେଗା ରକ୍ତଦାନ ଶିବିର #ବାରଙ୍ଗ(ଏନ୍‌.ଏମ୍‌.): ବାରଙ୍ଗ ବ୍ଲକ ୩୨ ନମ୍ବର ଜୋନ ବିଜୁ ଯୁବ ଜନତା ଦଳ ସଭାପତି ମନୋଜ ବାରିକ୍ ଏବଂ ମିଶନ ଶକ୍ତିର ସଭାନେତ୍ରୀ ସୁମିନା ପ୍ରଧାନଙ୍କ ନେତୃତ୍ୱରେ ବାହାନଗା ରେଳ ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କ ଚିକିତ୍ସା ନିମନ୍ତେ ‘ଓଡିଶା ମୋ ପରିବାର’ ଏବଂ ଜୀବନବିନ୍ଦୁର ମିଳିତ ଆନୁକୂଲ୍ୟରେ ବାରଙ୍ଗ ବ୍ଲକ୍ ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରକ୍ତଦାନ ଶିବିରରେ…

Read More

ନିରାମୟ ଉପଦେଷ୍ଟା ଡକ୍ଟର ରଞ୍ଜନ କୁମାର ବିଶ୍ୱାଳଙ୍କ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ

ନିରାମୟ ଉପଦେଷ୍ଟା ଡକ୍ଟର ରଞ୍ଜନ କୁମାର ବିଶ୍ୱାଳଙ୍କ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ #କଟକ(ଏନ୍‌.ଏମ୍‌.): ସୁବିଧାରେ ରୋଗୀସେବା ଯୋଗାଇଦେବା ନିମନ୍ତେ ରାଜ୍ୟ ସରକାରଙ୍କ ଅନେକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଜୁ ସ୍ୱାସ୍ଥ୍ୟକାର୍ଡ଼ ଠାରୁ ଆରମ୍ଭ କରି ମାଗଣାରେ ଔଷଧ ଯୋଗାଇବା ନିମନ୍ତେ ନିରାମୟ ଯୋଜନା ପର୍ଯ୍ୟନ୍ତ ସେବା ଯୋଗାଇ ଦିଆଯାଉଛି । ତେବେ ନିରାମୟ ଯୋଜନାରେ ରୋଗୀଙ୍କୁ ଠିକ୍‌ରେ ଔଷଧ ମିଳୁଛି କି ନାହିଁ ତାହାକୁ ନିରାମୟ ଉପଦେଷ୍ଟା ଡକ୍ଟର ରଞ୍ଜନ କୁମାର ବିଶ୍ୱାଳ ବିଭିନ୍ନ…

Read More

ବାହାନଗା ଟ୍ରେନ ଟ୍ରାଜେଡ଼ି: ଏସସିବିରେ ଆହତଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ବାହାନଗା ଟ୍ରେନ ଟ୍ରାଜେଡ଼ି: ଏସସିବିରେ ଆହତଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ #କଟକ(ଏନ୍‌.ଏମ୍‌.): ବାଲେଶ୍ୱର ବାହାନଗା ଠାରେ ହୋଇଥିବା ଟ୍ରେନ ଦୁର୍ଘଟଣାରେ ଆହତମାନଙ୍କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କଟକ ବଡ଼ମେଡ଼ିକାଲ (ଏସସିବି)ରେ ଭେଟିଛନ୍ତି । ପଶ୍ଚିମବଙ୍ଗର ଯେଉଁ ଆହତ ଯାତ୍ରୀମାନେ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି, ସେମାନଙ୍କୁ ମମତା ଭେଟିବା ସହ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ । ଏହି ଅବସରରେ ଆହତମାନଙ୍କ ଆଶୁଆରୋଗ୍ୟ କାମନା ମଧ୍ୟ କରିଥିଲେ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶ୍ରୀମତୀ…

Read More

ବିଶ୍ୱ କଲ୍ୟାଣ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ମୟୂରଭଞ୍ଜ ଜିଲ୍ଲାକୁ ଦିଆ ଯାଇଥିବା ଦୁଇଟି ଅତ୍ୟାଧୁନିକ ଭ୍ରାମ୍ୟମାଣ ଆମ୍ବୁଲାନ୍ସ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

ବିଶ୍ୱ କଲ୍ୟାଣ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ମୟୂରଭଞ୍ଜ ଜିଲ୍ଲାକୁ ଦିଆ ଯାଇଥିବା ଦୁଇଟି ଅତ୍ୟାଧୁନିକ ଭ୍ରାମ୍ୟମାଣ ଆମ୍ବୁଲାନ୍ସ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ #ରାଇରଙ୍ଗପୁର(ଏନ୍‌.ଏମ୍‌.): ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବିଶ୍ୱ କଲ୍ୟାଣ ସେବା ଟ୍ରଷ୍ଟ ଦ୍ୱାରା ଦିଆଯାଇଥିବା ମୟୂରଭଞ୍ଜ ଜିଲ୍ଲାକୁ ଦୁଇଟି ଅତ୍ୟାଧୁନିକ ଭ୍ରାମ୍ୟମାଣ ଆମ୍ବୁଲାନ୍ସ ସେବାକୁ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ଆଦିବାସୀ ଅଧ୍ୟୁଷିତ ବିଶାଳ ମୟୂରଭଞ୍ଜ ଭୂଖଣ୍ଡର ଦୁର୍ଗମ ଇଲାକାରେ ବସବାସ…

Read More

ବାଲେଶ୍ୱର ବାହାନଗା ଠାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ: ଚାଲିଛି ମୃତାହତମାନଙ୍କୁ ଉଦ୍ଧାର

ବାଲେଶ୍ୱର ବାହାନଗା ଠାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ: ଚାଲିଛି ମୃତାହତମାନଙ୍କୁ ଉଦ୍ଧାର ବାଲେଶ୍ୱର/କଟକ/ ଭୁବନେଶ୍ୱର(ଏନ୍‌.ଏମ୍‌.): ବାଲେଶ୍ୱର ବାହାନଗା ଠାରେ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା । କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏକ ମାଲବାହୀ ଟ୍ରେନ ସହ ଏକ୍ସପ୍ରେସ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି । ଏକ୍ସପ୍ରେସର ୪ଟି ବଗି ଦୁର୍ଘଟଣାରେ କ୍ଷତିଗ୍ରସ୍ତ ହୋଇଥିବାବେଳେ ବହୁ ଯାତ୍ରୀ ପ୍ରଭାବିତ ହୋଇଛନ୍ତି । ତେବେ ଅନ୍ଧାର ରାତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲେ ମଧ୍ୟ ଅନ୍ଧାର…

Read More

ଆଠଗଡ଼ ମେଘା ସେକ୍ଟରରେ ବିଶ୍ୱ ମାସିକ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ

ଆଠଗଡ଼ ମେଘା ସେକ୍ଟରରେ ବିଶ୍ୱ ମାସିକ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳନ #ଆଠଗଡ(ଏନ୍‌.ଏମ୍‌.): ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ମେଘା ସେକ୍ଟରର ସମୂହ ଗାଁ କଲ୍ୟାଣ ସମିତି ଆନୁକୁଲ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ବ୍ରହ୍ମପୁର ଭାରପ୍ରାପ୍ତ ଚିକିତ୍ସା ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସଙ୍କ ନିର୍ଦ୍ଦେଶରେ ମେଘା ସେକ୍ଟରର ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ୍ ଅସ୍‌ଲମ୍‌ଙ୍କ ପୌରହିତ୍ୟରେ ବିଶ୍ୱ ମାସିକ ଋତୁସ୍ରାବ ଦିବସ ପାଳିତ ହୋଇଯାଇଛି । ସ୍ଥାନୀୟ ରାଧାଗୋବିନ୍ଦପୁର ପଞ୍ଚାୟତର ଲକ୍ଷ୍ମୀନାରାୟଣପୁର ଓ ରାଧାଗୋବିନ୍ଦପୁର ଠାରେ ଆୟୋଜିତ…

Read More

ଶୈବ ପୀଠରେ ବି ଗଞ୍ଜେଇ ଉପରେ ଲାଗିଲା କଟକଣା: ଜିଲ୍ଲାପାଳ ଓ ଏସପିଙ୍କୁ ସଂସ୍କୃତି ବିଭାଗର ଚିଠି

ଶୈବ ପୀଠରେ ବି ଗଞ୍ଜେଇ ଉପରେ ଲାଗିଲା କଟକଣା: ଜିଲ୍ଲାପାଳ ଓ ଏସପିଙ୍କୁ ସଂସ୍କୃତି ବିଭାଗର ଚିଠି #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶାର ସମସ୍ତ ଶୈବ ପୀଠରେ ଗଞ୍ଜେଇ ବ୍ୟବହାରକୁ ନିଷିଦ୍ଧ କରାଯାଇଛି । ଶୈବପୀଠ ମାନଙ୍କରେ ଗଞ୍ଜେଇ ବ୍ୟବହାର ଉପରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷେଧ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ସମସ୍ତ ଜିଲ୍ଲାର ଜିଲ୍ଲପାଳ ଓ ଏସପିଙ୍କୁ ଚିଠି ଲେଖିଛି । ବିଭିନ୍ନ ଶୈବ ପୀଠ ମାନଙ୍କରେ…

Read More

ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲିଲା ଏସସିବି ଆନାଟୋମୀ ସଂଗ୍ରହାଳୟ

ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ଖୋଲିଲା ଏସସିବି ଆନାଟୋମୀ ସଂଗ୍ରହାଳୟ #କଟକ(ଏନ୍‌.ଏମ୍‌.): ବିଶ୍ୱ ସଂଗ୍ରହାଳୟ ଦିବସ ଅବସରରେ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ (ଏସସିବି)ର ଆନାଟୋମୀ (ଶରୀର ବିଭାଗ) ସଂଗ୍ରହାଳୟରେ ଛାତ୍ର ଛାତ୍ରୀଙ୍କ ପାଠ ପଢା ନିମନ୍ତେ ରଖାଯାଇଥିବା ମଣିଷ ଶରୀରର ବିଭିନ୍ନ ଅଙ୍ଗକୁ ଆଜି (ଗୁରୁବାର) ସର୍ବସାଧାରଣ ପରିଦର୍ଶନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମକୁ ଆନାଟୋମୀ ବିଭାଗର ଏଚଓଡି ପ୍ରଫେସର ଡାକ୍ତର ସତ୍ୟଶ୍ରୀ ରାୟଙ୍କ ନେତୃତ୍ୱରେ ମହାବିଦ୍ୟାଳୟର ଡିନ ଏବଂ ପ୍ରିନ୍ସିପାଲ ପ୍ରଫେସର ଡାକ୍ତର ପ୍ରସନଜିତ୍ ମହାନ୍ତିଙ୍କ…

Read More

ଏସସିବିରେ ମହିଳା ସୁଇପରଙ୍କୁ ସୁପରଭାଇଜର ବଳାତ୍କାର କରିଥିବା ନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ!

ଏସସିବିରେ ମହିଳା ସୁଇପରଙ୍କୁ ସୁପରଭାଇଜର ବଳାତ୍କାର କରିଥିବା ନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ! #କଟକ(ଏନ୍‌.ଏମ୍‌.): କଟକ ବଡ଼ ମେଡ଼ିକାଲ(ଏସସିବି)ରେ ଜଣେ ମହିଳା ସୁଇପରଙ୍କୁ ସମ୍ପୃକ୍ତ ବିଭାଗର ସୁପରଭାଇଜର ବଳାତ୍କାର କରିଥିବା ଥାନାରେ ଅଭିଯୋଗ ହୋଇଛି । କାଜୁଆଲିଟିରେ କାର୍ଯ୍ୟରତ ଜଣେ ମହିଳା ସୁଇପରକୁ ସୁପରଭାଇଜର ଜଣକ ମେଡିକାଲ ଏସଆର ହଷ୍ଟେଲକୁ ରୁମ୍ ସଫା କରିବା ବାହାନାରେ ଡାକି ବଳାତ୍କାର କରିଥିବା ନେଇ ପୀଡ଼ିତା ସ୍ଥାନୀୟ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଥିବା ଜଣାପଡ଼ିଛି । ତେବେ ସୁପରଭାଇଜର ଜଣକ…

Read More

ତିରିଂ ଥାନା ଗୀତିଲତା ଗ୍ରାମରେ ଅଂଶୁଘାତ ଯୋଗୁ ଯୁବକ ମୃତ!

ତିରିଂ ଥାନା ଗୀତିଲତା ଗ୍ରାମରେ ଅଂଶୁଘାତ ଯୋଗୁ ଯୁବକ ମୃତ! #ରାଇରଙ୍ଗପୁର(ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ୁଛନ୍ତି । ତେବେ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଅଂଶୁଘାତରେ ଜନସାଧାରଣ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି । ତେବେ ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ତିରିଂ ଥାନା ଅନ୍ତର୍ଗତ ଗୀତିଲତା ପଞ୍ଚାୟତରେ ଅଂଶୁଘାତ ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ଗୀତିଲତା ଗ୍ରାମର ଅଜୟ…

Read More

ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଲା ଓଡ଼ିଶା-ମୋ ପରିବାର

ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇଲା ଓଡ଼ିଶା-ମୋ ପରିବାର #ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶା-ମୋ ପରିବାର ମାଧ୍ୟମରେ ବିଭିନ୍ନ ଦୁର୍ଘଟଣାରେ ନିଜର ଅଙ୍ଗ ହରାଇଥିବା ଦୁଇଜଣ ଭିନ୍ନକ୍ଷମଙ୍କୁ କୃତ୍ରିମ ଅଙ୍ଗ ଯୋଗାଇ ଦିଆଯାଇଛି । ସୂଚନାନୁସାରେ, ଖୋର୍ଦ୍ଧା ଜିଲ୍ଲାର ପ୍ରଭାତ ଦାସ ଏକ ଛୋଟ ଦୋକାନ କରି ଗୁଜୁରାଣ ମେଣ୍ଟାନ୍ତି । ହଠାତ୍ ତାଙ୍କ ଜୀବନରେ ଅନ୍ଧକାର ଘୋଟିଆସି ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେଲା । ମଧୁମେହ ରୋଗରେ ଆକ୍ରାନ୍ତ ହେଲା ପରେ ତାଙ୍କ ବାମ ଗୋଡ଼ର ହାଡ଼ ଦୁର୍ବଳ…

Read More

ଚାଉଳିଆଗଞ୍ଜ ସହରାଞ୍ଚଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଖୋଲିଲା ଏନସିଡି କ୍ଲିନିକ

ଚାଉଳିଆଗଞ୍ଜ ସହରାଞ୍ଚଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଖୋଲିଲା ଏନସିଡି କ୍ଲିନିକ #କଟକ(ଏନ୍‌.ଏମ୍‌.): ସହରାଞ୍ଚଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଚାଉଳିଆଗଞ୍ଜ ଠାରେ ନନ କମ୍ୟୁନିକେବୁଲ ଡିଜିଜ(ଏନସିଡି) କ୍ଲିନିକ ଉଦ୍‌ଘାଟିତ ହୋଇ ଯାଇଛି । ମୁଖ୍ୟଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଧାରୀ ଡାକ୍ତର ସତ୍ୟବ୍ରତ ଛୋଟରାୟ ଯୋଗ ଦେଇ ଏହି କ୍ଲିନିକକୁ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସହରାଞ୍ଚଳ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଅଧ୍ୟକ୍ଷ ଡାକ୍ତର ପ୍ରଦୀପ କୁମାର ମଲ୍ଲିକ, ଏଡିୟୁପିଏଚଓ ଡାକ୍ତର ପ୍ରମୋଦ କୁମାର…

Read More