ନୂଆବଜାର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ହେଲା ସାନିଟାଇଜ

କଟକ (ଏନ୍.ଏମ୍.): କଟକ ସଦର ବ୍ଲକର  ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ(ଉବିପ) ପକ୍ଷରୁ ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ନିର୍ଦ୍ଦେଶକ୍ରମେ କଟକ ମହାନଗର ନିଗମ ୱାର୍ଡ ନମ୍ବର ୫୧ ତିନିଘରିଆ ଉପକଣ୍ଠ ନୟାବଜାର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ କରୋନା ଭୂତାଣୁ ସଂକ୍ରମଣ ରୋକିବାରେ ବିଶୋଧନ କରାଯାଇଛି । ଏହି ବିଶୋଧନ କାର୍ଯ୍ୟରେ ତିନିଘରିଆ ପୂଜାକମିଟି ସଭାପତି ଲେଲିନ ଖୁଣ୍ଟିଆ, ଯୁବସମାଜସେବୀ ଅଲୋକ ବସ୍ତିଆ,ଶୁଭେନ୍ଦୁ ଭୂୟାଁ,ପୋପରଡା ମହାଦେବ ପୂଜା କମିଟିର ସମ୍ପାଦକ ସୁଦର୍ଶନ…

Read More

ବାଇକରେ ବୁହା ହେଲା ଶବ

ମାଲାକାନାଗିରି (ଏନ୍.ଏମ୍): ବାଇକ ରେ ବୁହା ହେଲା ଆଦିମ ବଣ୍ଡା ଜନଜାତିର ଶବ । ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଖଇରପୁଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ।ସୂଚନା ନେଵାରୁ ଜଣାପଡିଛି ଉପାନ୍ତ ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ କଦମଗୁଡା ଗ୍ରାମର ଶୁକ୍ରା ସୀସା ନିଜ ଚାହା ଦୋକାନରେ ଚାହା ବିକ୍ରି କରିବା ସମୟରେ ହଠାତ ଛାତି ଯନ୍ତ୍ରଣାରେ ଛଟପଟ ହୋଇ ତଳେ ପଡି ଯାଇଥିଲେ।ଏପରି ହେଉଥିବାର ଦେଖି ସ୍ଥାନୀୟ ଲୋକେ ସଙ୍ଗେ ସଙ୍ଗେ…

Read More

କରୋନା କଟକଣା ଉଲ୍ଲଙ୍ଘନ ମହଙ୍ଗା ପଡ଼ିଲା: ବିବାହ ଭୋଜିବେଳେ ପୁଲିସର ଚଢ଼ାଉ, ୨୦ହଜାର ଟଙ୍କା ଜୋରିମାନା

କଟକ(ଏନ୍.ଏମ୍.): ରାଜ୍ୟରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ନିମନ୍ତେ ରାଜ୍ୟସରକାର ଲକଡାଉନ ଓ ସଟଡାଉନ ଭଳି କଠୋର ପଦକ୍ଷେପ ନିଆଯାଇଛି । ସଂକ୍ରମଣର ଚେନ୍କୁ ଭାଙ୍ଗିବା ତଥା ନିଜକୁ ସୁରକ୍ଷିତ ରଖିବା ଲାଗି ବାରମ୍ବାର ସଚେତନ ମଧ୍ୟ କରାଯାଉଛି । କରେନା ସଂକ୍ରମଣକୁ ରୋକିବା ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ବିବାହ, ବ୍ରତ ତଥା ସୁଦ୍ଧିକ୍ରିୟାରେ ମଧ୍ୟ କେତେଜଣ ଲୋକ ସାମିଲ ହୋଇ ପାରିବେ ତାହା ନେଇ ଏକ ଗାଇଡ଼ଲାଇନ ଜାରି କରାଯାଇଛି । କିନ୍ତୁ…

Read More

କୋଭିସିଲ୍ଡ ଟିକାର ପ୍ରଥମ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ବ୍ୟବଧାନ ବଢ଼ିବା ରହସ୍ୟ

ଭୁବନେଶ୍ୱର(ଏନ୍.ଏମ୍.): ରାଜ୍ୟରେ କରୋନା ମାହାମାରୀର ଦ୍ୱିତୀୟ ପର୍ଯ୍ୟାୟ ଜାରି ରହିଛି । କରୋନା ନିୟନ୍ତ୍ରଣ ପାଇଁ ଟିକାକୁ ମୁଖ୍ୟ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି । କିନ୍ତୁ ଆଜିବି ଜନସାଧାରଣଙ୍କ ମନରେ ଟିକାକୁ ନେଇ ଅନେକ ଦ୍ୱନ୍ଦ୍ୱ ରହିଛି । ବିଶେଷକରି କୋଭିସିଲ୍ଡ ଟିକାର ଦୁଇ ଡୋଜ୍ ମଧ୍ୟରେ ବୃଦ୍ଧି କରାଯାଇଥିବା ଅବଧିକୁ ନେଇ ଉଠିଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିଦେ୍ର୍ଦଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ…

Read More

‘ବ୍ଲାକ୍ ଫଙ୍ଗସ୍’ ଗୋଟାଏ ନୂଆ ଚାଲେଞ୍ଜ୍ : ଆଗୁଆ ପ୍ରସ୍ତୁତି ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ(ଏଜେନ୍ସି): ସମ୍ପ୍ରତି କରୋନା ଦେଶର ମେରୁଦଣ୍ଡକୁ ଦୋହଲାଇ ଦେଇଥିବାବେଳେ ‘ବ୍ଲାକ୍ ଫଙ୍ଗସ୍’ ଗୋଟାଏ ନୂଆ ଚାଲେଞ୍ଜ୍ ଭାବେ ଉଭା ହୋଇଛି । ତେଣୁ ଏଥିପାଇଁ ଆଗୁଆ ପ୍ରସ୍ତୁତି ଆବଶ୍ୟକ ବୋଲି ଆଜି ଉତ୍ତର ପ୍ରଦେଶ ଅନ୍ତର୍ଗତ ବାରାଣସୀର ସ୍ୱାସ୍ଥ୍ୟକର୍ମୀଙ୍କୁ ଭର୍ଚ୍ୟୁଆଲ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ସେ ପୁଣି କହିଛନ୍ତି ଯେ, କୋଭିଡ୍ ସଂକ୍ରମଣରୁ ସୁସ୍ଥ ହେଉଥିବା ବ୍ୟକ୍ତିମାନେ କ୍ରମଶଃ ଏହି ମାରାତ୍ମକ ରୋଗଦ୍ୱାରା ଅଧିକ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି । କରୋନାଭାଇସ୍ ଗୋଟାଏ…

Read More

କୋଭିସେଲ୍ଫକୁ ଆଇସିଏମଆର ଅନୁମୋଦନ : ଏଥର ଘରେ କରିପାରିବେ କରୋନା ପରୀକ୍ଷା,

ନୂଆଦିଲ୍ଲୀ (ଏଜେନ୍ସି): ଦେଶରେ କୋଭିଡ ଆକ୍ରାନ୍ତ ସଂଖ୍ୟା ଅହେତୁକ ବୃଦ୍ଧି ପାଇବା ଯୋଗୁଁ ସରକାରଙ୍କ ଚିନ୍ତା ବଢ଼ିଯାଇଛି । ତେବେ କରୋନା ସଂକ୍ରମଣକୁ ହ୍ରାସ କରିବା ପାଇଁ ପଜେଟିଭ ରୋଗୀଙ୍କୁ ଚିହ୍ନଟ କରିବା ଉପରେ ସରକାର ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି । ରୋଗୀଙ୍କୁ ଚିହ୍ନଟ କରିବା ପାଇଁ ଭାରତ ଦିନକୁ ୧୬-୧୯ ଲକ୍ଷ ନମୁନା ପରୀକ୍ଷା କରୁଛି । ତଥାପି, ଆହୁରି ଅଧିକ ନମୂନା ପରୀକ୍ଷାର ଆବଶ୍ୟକତା ରହିଛି । ଲ୍ୟାବ ଦ୍ୱାରା କୋଭିଡ -୧୯ ପାଇଁ…

Read More

କରୋନା କାର୍ଯ୍ୟରେ ନିୟୋଜିତ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ପ୍ରୋତ୍ସାହନ ରାଶି ସହ ବୀମାଭୁକ୍ତ କରିବାପାଇଁ ଦାବି

କଟକ(ଏନ୍.ଏମ୍.): ସମ୍ପ୍ରତି ମହାମାରୀ କରୋନାର ଭୟାବହତା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାକୁ ଦମନ କରିବା ପାଇଁ ଆସନ୍ତା ୨୪ତାରିଖ ଦିନଠାରୁ ଘରକୁ ଘର ବୁଲି କରୋନା ରୋଗୀ ଚିହ୍ନଟ ସର୍ଭେକ୍ଷଣ କରିବାପାଇଁ ଆଶାକର୍ମୀ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଅଙ୍ଗନୱାଡ଼ି କର୍ମୀମାନେ ସହଯୋଗ କରିବାପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ନିଶ୍ଚିତରୂପେ ସ୍ୱାଗତଯୋଗ୍ୟ ପଦକ୍ଷେପ ହୋଇଥିବାବେଳେ ଆଶାକର୍ମୀ ପୂର୍ବରୁ ବୀମାଭୁକ୍ତ ହୋଇଛନ୍ତି ଏବଂ ସ୍ୱାସ୍ଥ୍ୟକର୍ମୀମାନେ ମଧ୍ୟ କରୋନା ଯୋଦ୍ଧା ଭାବରେ ବୀମାଭୁକ୍ତ ଅଟନ୍ତି। ତତ୍ସହିତ…

Read More

କଟକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନିଶ୍ଳୁକ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ

କଟକ (ଏନ୍.ଏମ୍.): କରୋନା ମହାମାରୀରେ ପିଡିତ ହେଉଥିବା ରୋଗୀମାନଙ୍କୁ ନିରନ୍ତର ସେବା ଯୋଗାଇ ଦେବା ପାଇଁ କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୈାଧୁରୀଙ୍କ ତତ୍ୱବଧାନରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଆଜି କଟକ ଜିଲା କଂଗ୍ରେସ କାର୍ଯ୍ୟାଳୟଠାରେ ଦୁଇଟିି ନିଶ୍ଳକ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରିଛନ୍ତି କଂଗ୍ରେସର ମୁଖପାତ୍ର ତଥା ସାମ୍ବାଦିକ ସତ୍ୟପ୍ରକାଶ ନାୟକ ।  ସମଗ୍ର କଟକ ଜିଲ୍ଲାର ସମସ୍ତ ନାଗରିକମାନେ ଏହି ସେବାକୁ ବିନା ମୁଲ୍ୟରେ ପାଇପାରିବେ…

Read More

ସିଏମସି ପକ୍ଷରୁ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଘରକୁ ଯାଇ କରାଯିବ କୋଭିଡ ପରୀକ୍ଷା ଓ ଟିକାକରଣ

କଟକ (ଏନ୍.ଏମ୍.):  କଟକ ସହରରେ  କୋଭିଡ ପରିଚାଳନା ପାଇଁ ସିଏମସି ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ଏଣିକି ସ୍ୱତନ୍ତ୍ର ଗାଡିରେ ଘର ଘର ବୁଲି  କରୋନା ଟିକା କରଣ ଏବଂ କରୋନା ପରୀକ୍ଷା  କରାଯିବ । ୭୦ବର୍ଷରୁ ଉଦ୍ଧ୍ୱର୍ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଏହି ସୁବିଧା କରାଯାଇଛି । ଟିକା କରଣ ଏବଂ କରୋନା ପରୀକ୍ଷା ପାଇଁ ସିଏମସି ପକ୍ଷରୁ ପୃଥକ ଭାବେ ୨ଟି ଫୋନ ନମ୍ବର ଜାରି କରାଯାଇଛି । ସକାଳ ୧୦ଟାରୁ ଅପରାହ୍ନ…

Read More

କମୁନି କରୋନା: ଜୁନ ୧ତାରିଖ ଯାଏ ବଢ଼ିଲା ଲକଡାଉନ ଅବଧି

ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟରେ ସମ୍ପ୍ରତି କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବା ଯୋଗୁଁ ସରକାର ଓ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ହୋଇଛି । ତେବେ ସଂକ୍ରମଣର ଚେନ ଭାଙ୍ଗିବା ପାଇଁ ସରକାର ବାଧ୍ୟ ହୋଇ ଲକଡାଉନ ଓ ସଟଡାଉନ ଭଳି ପଦକ୍ଷେପ ନେଉଛନ୍ତି । ତେବେ ରାଜ୍ୟରେ ଜାରି ହୋଇଥିବା ଲକ୍ ଡାଉନକୁ ଆଜି ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ଏଥି ସହିତ କୋହଳ ସମୟକୁ ମଧ୍ୟ ହ୍ରାସ କରାଯାଇଛି । ଆସନ୍ତା ଜୁନ ୧ତାରିଖ…

Read More

ରାଜ୍ୟରେ କରୋନା ସଂକ୍ରମଣ କ୍ଷେତ୍ରରେ କଟକ ଆଗରେ

କଟକ(ଏନ୍‌.ଏମ୍‌.): ଆଜି କଟକ ଜିଲ୍ଲାର କରୋନା ସଂକ୍ରମଣ ସଂଖ୍ୟା ସମଗ୍ର ରାଜ୍ୟରେ ସର୍ବାଧିକ ରହିଛି । ଅନ୍ୟ ଜିଲ୍ଲା ଅପେକ୍ଷା କଟକ ଜିଲ୍ଲାରେ ଆଜି ୯୭୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ ମହାନଗର ନିଗମ ଅଞ୍ଚଳରୁ ୩୮୩ଜଣ, ଗ୍ରାମାଞ୍ଚଳରୁ ୫୬୯ଜଣ ଏବଂ ଅନ୍ୟ ଜିଲ୍ଲାରୁ ୨୧ଜଣ ଅଛନ୍ତି । ସେହିପରି ଆଜି ୯୧୬ ଜଣ ସୁସ୍ଥ ହୋଇଥିବା ଜଣାପଡ଼ିଛି । ସହରରୁ ୫୯୭ଜଣ ଏବଂ ଗ୍ରାମାଞ୍ଚଳରୁ ୩୧୯ଜଣ ସୁସ୍ଥ ହୋଇଛନ୍ତି । ଆଜି ଗ୍ରାମାଞ୍ଚଳରୁ…

Read More

ଏଣିକି ଗୁରୁତର କରୋନା ରୋଗୀଙ୍କୁ ଦିଆଯିବ ‘ଟୋସଲିଜୁମାବ୍’ ଇଂଜେକସନ

ରାଜ୍ୟରେ କରୋନା ଏବେ ଦିନକୁ ଦିନ ଲମ୍ବ ଡିଆଁ ମାରୁଥିବା ବେଳେ ଘାତକ ସାଜିଲାଣି ମେ’। ଚଳିତ ମାସରେ ରାଜ୍ୟରେ କରୋନା ପିକ୍‌ରେ ପହଞ୍ଚିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଆକଳନ କରୁଥିବା ବେଳେ ଗୁରୁତରଙ୍କ ସଂଖ୍ୟା ମଧ୍ୟ ବଢ଼ିଯିବ। ଏପରି ସ୍ଥିତିରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା କରୋନା ରୋଗୀ ତଥା ଭେଣ୍ଟିଲେଟରରେ ଥିବା ରୋଗୀଙ୍କୁ ଦିଆଯିବ ଟୋସଲିଜୁମାବ୍ ଇଂଜେକସନ୍। ଏହାଦ୍ୱାରା ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ ବୋଲି ଆକଳନ କରାଯାଉଥିବା ବେଳେ ଏହାକୁ କିନ୍ତୁ ତୁରନ୍ତ…

Read More