ରାଜ୍ୟରେ ୫ ଆଇପିଏସଙ୍କ ବଦଳି

ରାଜ୍ୟରେ ୫ ଆଇପିଏସଙ୍କ ବଦଳି #ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ ସରକାର ଆଜି ଆଇପିଏସସ୍ତରରେ ଅଦଳବଦଳ କରିଛନ୍ତି । ନୟାଗଡ଼ ଓ କଟକରେ ନୂଆ ପୁଲିସ ଏସପିଙ୍କ ନିଯୁକ୍ତି ସମେତ ମୋଟ ୬ଜଣ ପୁଲିସ ଅଫିସର(୫ ଆଇପିଏସ୍ ଓ ଜଣେ ଓପିଏସ)ଙ୍କ ବଦଳି ହୋଇଛି । ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୨୦୦୩ ବ୍ୟାଚ୍ ଆଇପିଏସ୍ କେ.ସଫିନ ଅହମ୍ମଦଙ୍କୁ କ୍ରାଇମବ୍ରାଂଚ ଆଇଜି ଭାବେ ବଦଳି ହୋଇଛି । ସଫିନ ଏବେ ଏଚଆରପିସି ଆଇଜି ଅଛନ୍ତି ।…

Read More

ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କୁ ନବୀନଙ୍କ ଛାଟ

ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କୁ ନବୀନଙ୍କ ଛାଟ ୩ ଜଣଙ୍କୁ ଚାକିରିରୁ ବିଦା, ୬ ଜଣଙ୍କ ପେନସନ ବନ୍ଦ #ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟରେ ଏବେ ଦୁର୍ନୀତି ବଢ଼ୁଥିବାବେଳେ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ତତ୍ପରତା ଦେଖାଇଛନ୍ତି । ଦୁର୍ନୀତିକରୁଥିବା କୌଣସି ଅଧିକାରୀଙ୍କୁ କ୍ଷମା ଦିଆଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ରାଜ୍ୟର ୯ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।…

Read More

ପ୍ରକାଶ ପାଇଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ ପ୍ରଥମ ପର୍ଯ୍ୟାୟ ନାମଲେଖା ଜୁଲାଇ ୭ ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ #ଭୁବନେଶ୍ୱର(ଏନ୍‌.ଏମ୍‌.): ପ୍ରକାଶ ପାଇଛି ଚଳିତ ବର୍ଷର ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟଅଫ୍ ମାର୍କ । ଦିନ ୧୧ଟା ୪୫ରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ମେରିଟ୍ ଲିଷ୍ଟ ପ୍ରକାଶ କରାଯାଇଛି । ପ୍ରଥମ ପର୍ଯ୍ୟାୟ କଟଅଫରେ ୪ ଲକ୍ଷ ୧୨ ହଜାର ୩୬୮ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି…

Read More

କିଟ୍ ଟିବିଆଇକୁ ବାୟୋସ୍ପେକ୍‌ଟ୍ରମ୍ ଏକ୍‌ସେଲେନ୍‌ସ ପୁରସ୍କାର

କିଟ୍ ଟିବିଆଇକୁ ବାୟୋସ୍ପେକ୍‌ଟ୍ରମ୍ ଏକ୍‌ସେଲେନ୍‌ସ ପୁରସ୍କାର #ଭୁବନେଶ୍ୱର(ଏନ୍‌.ଏମ୍‌.): କିଟ୍ ଟେକ୍ନୋଲୋଜି ବିଜିନେସ୍ ଇନ୍‌କ୍ୟୁବେଟର (କିଟ୍‌-ଟିବିଆଇ)କୁ ସମ୍ମାନଜନକ ବାୟୋସ୍ପେକ୍ ଟ୍ରମ୍ ଏକ୍‌ସେଲେନ୍‌ସ ପୁରସ୍କାର ୨୦୨୧-୨୨ ପ୍ରଦାନ କରାଯାଇଛି । ଦେଶର ସମସ୍ତ ଘରୋଇ ଓ ସରକାରୀ ଇନ୍‌କ୍ୟୁବେଟର ମଧ୍ୟରେ କିଟ୍ ଟିବିଆଇ ପ୍ରଥମ ସ୍ଥାନରେ ରହି ଏହି ସମ୍ମାନଜନକ ପୁରସ୍କାର ଲାଭ କରିଛି । ନୂଆଦିଲ୍ଲୀ ଠାରେ ଗତ ଶୁକ୍ରବାର କିଟ୍ ଟିବିଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ତଥା କିଟ୍ ବିଶ୍ୱବିଦ୍ୟାଳୟର ଗବେଷଣା ଓ ବିକାଶ ମହାନିର୍ଦ୍ଦେଶକ ପ୍ରଫେସର ମୃତ୍ୟୁଞ୍ଜୟ…

Read More

ସ୍କୁଲରୁ ଛୁଟି ହୋଇ ଘରକୁ ଫେରୁଥିଲେ ଛାତ୍ରଛାତ୍ରୀ: ଓଲଟି ପଡ଼ିଲା ଅଟୋ, ଜଣେ ଛାତ୍ରୀ ମୃତ

ସ୍କୁଲରୁ ଛୁଟି ହୋଇ ଘରକୁ ଫେରୁଥିଲେ ଛାତ୍ରଛାତ୍ରୀ: ଓଲଟି ପଡ଼ିଲା ଅଟୋ, ଜଣେ ଛାତ୍ରୀ ମୃତ #ଭଦ୍ରକ (ଏନ୍‌.ଏମ୍‌.): ସ୍କୁଲକୁ ଯାଇଥିଲେ ପିଲା । ପାଠ ପଢ଼ିବେ ବଡ଼ ମଣିଷ ହେବେ ସେଥିପାଇଁ ବାପାମା’ ଇଂଲିସ ମିଡ଼ିୟମ ସ୍କୁଲରେ ପିଲାଙ୍କୁ ପଢ଼ାଉଥିଲେ । ସ୍କୁଲ ଛୁଟି ହେଲା ହେଲେ ଫେରିଲେନି ପିଲା ଘରକୁ ଆସିଲା ମୃତ ଦେହ । ଏଭଳି ଅଭାବନୀୟ ତଥା ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବ ପୁର ବ୍ଲକ ଅଞ୍ଚଳରେ ।…

Read More

ଓଟିଇଟି ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ସଂଶୋଧନ ପାଇଁ କଣ୍ଟ୍ରୋଲ ରୁମ୍ ଅବଗତ କରିବାକୁ ବୋର୍ଡ଼ର ପରାମର୍ଶ

ଓଟିଇଟି ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡ ସଂଶୋଧନ ପାଇଁ କଣ୍ଟ୍ରୋଲ ରୁମ୍ ଅବଗତ କରିବାକୁ ବୋର୍ଡ଼ର ପରାମର୍ଶ #କଟକ(ଏନ୍‌.ଏମ୍‌.) : ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଜୁଲାଇ ୧ ତାରିଖରେ ହେବାକୁ ଥିବା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି-୨୦୨୨, ଦ୍ୱିତୀୟ)ର ଅନେକ ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡରେ ଗୁରୁତର ତ୍ରୁଟି ରହିଥିବା ଜଣାପଡ଼ିଛି । ବହୁ ପରୀକ୍ଷାର୍ଥୀ ପାଇଥିବା ଆଡମିଟ୍ କାର୍ଡରେ ଦୁଇଟି ପେପର୍ ପାଇଁ ଦୁଇଟି ପରୀକ୍ଷା କେନ୍ଦ୍ର ରହିଛି । ଯାହା ଫଳରେ ଗୋଟିଏ ଦିନରେ…

Read More

ସିଏସଏମ ଟେକର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ – ମାନବ ସମନ୍ୱୟ ଉପଯୋଗ, ପ୍ରଥମ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କର୍ମଚାରୀଙ୍କ ଯୋଗଦାନ

ସିଏସଏମ ଟେକର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ – ମାନବ ସମନ୍ୱୟ ଉପଯୋଗ, ପ୍ରଥମ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କର୍ମଚାରୀଙ୍କ ଯୋଗଦାନ #ଭୁବନେଶ୍ୱର(ଏନ୍‌.ଏମ୍‌.): ଏକ ସମୟରେ ଯେତେବେଳେ କୃତିମ ବୁଦ୍ଧି (ଆର୍ଟିଫିସିଆଲ୍‌ଇଣ୍ଟେଲିଜେନ୍ସ)ର ଅଭିବୃଦ୍ଧି ଚାକିରୀ ହରାଇବାର କାରଣ ପାଲଟିଛି ।ସେହି ସମୟରେ ସିଏସଏମ ଟେକର କୃତିମ ବୁଦ୍ଧି (ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ) – ମାନବ ସମନ୍ୱୟକୁ ପ୍ରାଥମିକତା ପ୍ରଦାନ କରିଛି, ଏହା ସହିତ ମାନବ ସମ୍ବଳ ସହ ସମନ୍ୱୟ ଏବଂ ସମର୍ଥନ ଦେବା ପାଇଁ ମେଧା – କେସିଏସଏମ ଟେକେର ଯୋଗଦେଇଛି, ଯାହାକି…

Read More

ଓସ୍ତିଆ ପଞ୍ଚାୟତରେ ପାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ମକ୍‌ଡ୍ରିଲ

ଓସ୍ତିଆ ପଞ୍ଚାୟତରେ ପାକୃତିକ ବିପର୍ଯ୍ୟୟ ମୁକାବିଲା ନେଇ ମକ୍‌ଡ୍ରିଲ #ବାଙ୍କୀ(ଏନ୍‌.ଏମ୍‌.): ବାଙ୍କୀ ବ୍ଲକ ଅନ୍ତର୍ଗତ ଓସ୍ତିଆ ପଞ୍ଚାୟତ ସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ବନ୍ୟା ବାତ୍ୟା ଆଶ୍ରୟ ସ୍ଥଳୀସ୍ତରୀୟ ସାମୁହିକ ଅଭ୍ୟାସ କର୍ମକୌଶଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସରପଞ୍ଚ ଆର୍ତ୍ତବନ୍ଧୁ ବେହେରାଙ୍କ ପ୍ରତେକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ସ୍ପେଶାଲ ରିଲିଫ କମିଶନ ପଦ୍ମନାଭ ମିଶ୍ର, ସମ୍ମାନିତ ଅତିଥି ଭାବେ ଜିଲା ପ୍ରକଳ୍ପ ଅଧିକାରୀ ବାପି ବିଶ୍ୱଜିତ୍ ସାହୁ, ବାଙ୍କୀ…

Read More

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ବାହନାଗା ହାଇସ୍କୁଲର ପୁନଃନିର୍ମାଣ ହେବ

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି: ବାହନାଗା ହାଇସ୍କୁଲର ପୁନଃନିର୍ମାଣ ହେବ ୫-ଟି ଉପକ୍ରମରେ ଏକ ମଡେଲ ସ୍କୁଲ ଭାବରେ ଗଢାହେବ #ଭୁବନେଶ୍ୱର(ଏନ୍‌.ଏମ୍‌.): ବାଲେଶ୍ୱର ଜିଲ୍ଲାର ବାହନଗା ହାଇସ୍କୁଲ ତଥା ସ୍କୁଲ ପରିସରରେ ଥିବା ପ୍ରାଥମିକ ସ୍କୁଲ ସମ୍ପୂର୍ଣ୍ଣ ଭଙ୍ଗା ଯିବ । ୫-ଟି ଉପକ୍ରମ ରେ ଏହାର ପୁନଃନିର୍ମାଣ କରାଯିବା ସହିତ ଏହାକୁ ଏକ ଆଦର୍ଶ ସ୍କୁଲ ଭାବରେ ଗଢିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ ଗତ ୨ ତାରିଖରେ ବାହନଗା ରେଳ ଷ୍ଟେସନ…

Read More

ଓଡ଼ିଶା ପୁଲିସ ପକ୍ଷରୁ ପ୍ରଥମ ବ୍ୟାଚ କ୍ୟାଡେଟ ସବ ଇନ୍ସପେକ୍ଟରଙ୍କ ଦୀକ୍ଷାନ୍ତ ସମାରୋହ

ଓଡ଼ିଶା ପୁଲିସ ପକ୍ଷରୁ ପ୍ରଥମ ବ୍ୟାଚ କ୍ୟାଡେଟ ସବ ଇନ୍ସପେକ୍ଟରଙ୍କ ଦୀକ୍ଷାନ୍ତ ସମାରୋହ #କଟକ (ଏନ୍‌.ଏମ୍‌.): ବିଜୁ ପଟ୍ଟନାୟକ ଷ୍ଟେଟ୍ ପୁଲିସ ଏକାଡେମୀ ଠାରେ ପ୍ରଥମ ବ୍ୟାଚ କ୍ୟାଡେଟ୍ ସବ୍‌-ଇନ୍ସପେକ୍ଟର (ସଶସ୍ତ୍ର)ଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟଅତିଥି ଭାବେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ ଯୋଗ ଦେଇ ସମସ୍ତଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ ଜଣାଇବା ସହ ଦେଶ, ସମାଜ ତଥା ସାଧାରଣ ଲୋକଙ୍କ ପାଇଁ ସାଧୁତା ଓ ସଚ୍ଚୋଟତାର…

Read More

ସାମ୍ନାକୁ ଆସିଲା ଆକାଉଣ୍ଟସ ଯାଞ୍ଚ କମିଟି ରିପୋର୍ଟ: କୋଣାର୍କ ଭଗବତୀ କଲେଜରେ ଆର୍ଥିକ ଅନିୟମିତତା

ସାମ୍ନାକୁ ଆସିଲା ଆକାଉଣ୍ଟସ ଯାଞ୍ଚ କମିଟି ରିପୋର୍ଟ: କୋଣାର୍କ ଭଗବତୀ କଲେଜରେ ଆର୍ଥିକ ଅନିୟମିତତା -ନକଲି ରସିଦ୍ ବ୍ୟବହାର କରି ୨୩ଲକ୍ଷ ଲୁଟିଛନ୍ତି ମହିଳା କିରାଣୀ – ବିଭାଗୀୟ ପଦକ୍ଷେପ ପାଇଁ ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କୁ ପତ୍ର ଲେଖିଲେ ଅଧ୍ୟକ୍ଷ #କୋଣାର୍କ(ଏନ୍‌.ଏମ୍‌.): କୋଣାର୍କ ଭଗବତୀ ମହାବିଦ୍ୟାଳୟର ପୂର୍ବତନ ମହିଳା କିରାଣୀଙ୍କ ଅର୍ଥ ହରିଲୁଟ ସମ୍ପର୍କିତ ପ୍ରଥମ ପର୍ଯ୍ୟାୟ ରିପୋର୍ଟ ଲୋକଲୋଚନକୁ ଆସିଛି । ମହିଳା କିରାଣୀ ଜଣକ ୨୦୧୭ ମସିହାରୁ ୨୦୨୨ ମସିହା ଡିସେମ୍ବର ମାସ ମଧ୍ୟରେ…

Read More

କୋଣାର୍କ ହାଇସ୍କୁଲ ୧୯୮୮ ମାଟ୍ରିକ୍ ବ୍ୟାଚର ବନ୍ଧୁ ମିଳନ ଉତ୍ସବ: ‘ଫେରିଆସନ୍ତାକି ସେ ଛାତ୍ରଜୀବନ’

କୋଣାର୍କ ହାଇସ୍କୁଲ ୧୯୮୮ ମାଟ୍ରିକ୍ ବ୍ୟାଚର ବନ୍ଧୁ ମିଳନ ଉତ୍ସବ: ‘ଫେରିଆସନ୍ତାକି ସେ ଛାତ୍ରଜୀବନ’ #କୋଣାର୍କ(ଏନ୍‌.ଏମ୍‌.): ସ୍ଥାନୀୟ ଯାତ୍ରୀନିବାସ ଠାରେ କୋଣାର୍କ ହାଇସ୍କୁଲର ୧୯୮୮ ମସିହା ମାଟ୍ରିକ୍ ବ୍ୟାଚ ଛାତ୍ରଛାତ୍ରୀମାନଙ୍କର ଏକ ବନ୍ଧୁ ମିଳନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୩୫ବର୍ଷ ପରେ ପ୍ରଥମ ଥର ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୦୦ରୁ ଅଧିକ ପୁରାତନ ଛାତ୍ରଛାତ୍ରୀ ସପରିବାର ଯୋଗଦେଇ ଛାତ୍ର ଜୀବନର ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଆୟୋଜିତ ଗୁରୁପୂଜନ କାର୍ଯ୍ୟକ୍ରମରେ…

Read More