ଆସ୍କାକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବିରେ ମାମଲା

କଟକ(ଏନ୍.ଏମ୍): ଆସ୍କାକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବିରେ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ଆବେଦନକାରୀ ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ପକ୍ଷରୁ ଏହି ମାମଲା ରୁଜୁ ହୋଇଛି । ମାମଲାରେ ଦର୍ଶାଯାଇଛି ଯେ ଆସ୍କା, ଧରାକୋଟ, ଶେରଗଡ, ବୁଗୁଡା, ପୋଲସରା, କବିସୂର୍ଯ୍ୟନଗର, ହିଞ୍ଜିଳିକାଟୁ ଆଦି ୭ଟି ବ୍ଲକ୍କୁ ନେଇ ଆସ୍କା ରାଜସ୍ୱ ଉପଖଣ୍ଡ ଗଠନ କରାଯାଉ । ଆଇନଜୀବୀ ସଂଘ, ବଣିକ ସଂଘ, ନାଗରିକ ସଂଘମାନଙ୍କ ପକ୍ଷରୁ ୨୦୧୭-୧୮ ମସିହାରେ ଆନେ୍ଦାଳନ ପରେ…

Read More

କରୋନା କାର୍ଯ୍ୟରେ ନିୟୋଜିତ ଅଙ୍ଗନୱାଡ଼ି କର୍ମୀମାନଙ୍କୁ ପ୍ରୋତ୍ସାହନ ରାଶି ସହ ବୀମାଭୁକ୍ତ କରିବାପାଇଁ ଦାବି

କଟକ(ଏନ୍.ଏମ୍.): ସମ୍ପ୍ରତି ମହାମାରୀ କରୋନାର ଭୟାବହତା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାକୁ ଦମନ କରିବା ପାଇଁ ଆସନ୍ତା ୨୪ତାରିଖ ଦିନଠାରୁ ଘରକୁ ଘର ବୁଲି କରୋନା ରୋଗୀ ଚିହ୍ନଟ ସର୍ଭେକ୍ଷଣ କରିବାପାଇଁ ଆଶାକର୍ମୀ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଅଙ୍ଗନୱାଡ଼ି କର୍ମୀମାନେ ସହଯୋଗ କରିବାପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ନିଶ୍ଚିତରୂପେ ସ୍ୱାଗତଯୋଗ୍ୟ ପଦକ୍ଷେପ ହୋଇଥିବାବେଳେ ଆଶାକର୍ମୀ ପୂର୍ବରୁ ବୀମାଭୁକ୍ତ ହୋଇଛନ୍ତି ଏବଂ ସ୍ୱାସ୍ଥ୍ୟକର୍ମୀମାନେ ମଧ୍ୟ କରୋନା ଯୋଦ୍ଧା ଭାବରେ ବୀମାଭୁକ୍ତ ଅଟନ୍ତି। ତତ୍ସହିତ…

Read More

ବଙ୍ଗୋପ ସାଗରରେ ସମ୍ଭାବ୍ୟ ବାତ୍ୟା ‘ୟାସ୍’ ଭୀଷଣ ବା ଅତିଭୀଷଣ ହୋଇପାରେ : ଆଇଏମଡି

ଭୁବନେଶ୍ୱର(ଏନ୍.ଏମ୍.): ବଙ୍ଗୋପସାଗରରେ ଆସିବାକୁ ଥିବା ସମ୍ଭାବ୍ୟ ବାତ୍ୟାର ନାମ ରହିବ ‘ୟାସ୍’ । ଓମାନ୍ ପକ୍ଷରୁ ଏହି ବାତ୍ୟାର ନାମ କରଣ କରାଯାଇଛି । ୟାସ୍ ଅର୍ଥ ହେଉଛି ‘ନିରାଶ’ । ଏହା ଭୀଷଣ ବା ଅତିଭୀଷଣ ଆକାରର ହୋଇପାରେ । ଆଇଏମଡିର ସାଇକ୍ଲୋନ୍ ୱାର୍ଣ୍ଣିଂ ସେଣ୍ଟରର ମୂଖ୍ୟ ଆର.କେ ଜେନାମଣି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆସନ୍ତା ମେ’ ୨୨ ତାରିଖରେ ବାତ୍ୟା ନେଇ ସଠିକ୍ ଆକଳନ କରାଯାଇପାରିବ । ବାତ୍ୟା…

Read More

ଶ୍ୟାମଳ ସୁବର୍ଣ୍ଣର ତୃତୀୟ ସ୍ୱନକ୍ଷତ୍ର ବିଶେଷାଙ୍କ ପାଠକାର୍ପିତ

କଟକ(ଏନ୍.ଏମ୍.): ଓଡ଼ିଶାର ପ୍ରଥମ କୃଷି ବିଜ୍ଞାନୀ ଛାତ୍ରଛାତ୍ରୀ ସମ୍ପାଦିତ କୃଷିଭିତ୍ତିକ ତ୍ରୟମାସିକ ପତ୍ରିକା ଶ୍ୟାମଳ ସୁବର୍ଣ୍ଣର ତୃତୀୟ ସ୍ୱନକ୍ଷତ୍ର ବିଶେଷଙ୍କ ଲୋକାର୍ପିତ ହୋଇ ସାରା ଓଡ଼ିଶାରେ ଖୁବ ପାଠକୀୟ ସ୍ୱୀକୃତି ଲାଭକରିଛି । ୨୦୧୮ ସାଲରୁ ପ୍ରକାଶିତ ଏହି ପତ୍ରିକା କୃଷକ ମାନଙ୍କ ନିମନ୍ତେ ଉପାଦେୟ ତଥ୍ୟ, ରୋଗପୋକ ସମସ୍ୟା ଏହାର ସମାଧାନ ଉପରେ ଉପଯୁକ୍ତ ଗବେଷଣା, କୃଷକମାନଙ୍କୁ ନେଇ ଆଲୋଚନାଚକ୍ର, ପ୍ରଶିକ୍ଷଣ ଶିବିର, ବିଭିନ୍ନ କୃଷି ଗବେଷକମାନଙ୍କର ଉପାଦେୟ ସ୍ତମ୍ବ ପ୍ରକାଶିତ ହୋଇ କୃଷି ଆନେ୍ଦାଳନକୁ…

Read More

କଟକ ସହରରୁ ଜଳନିଷ୍କାସନ ନେଇ ସିଏମସି କମିଶନରଙ୍କ ସହ ସାଂସଦଙ୍କ ଆଲୋଚନା

କଟକ(ଏନ୍.ଏମ୍.): କଟକ ସହରରେ ଠିକ୍ଭାବେ ନାଳନର୍ଦ୍ଦମା ସଫେଇ ତଥା ପଙ୍କୋଦ୍ଧାର ନହେଉଥିବା ଯୋଗୁଁ ସହରବାସୀଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆସନ୍ତା ୨୬ ତାରିଖ ବେଳକୁ ପ୍ରବଳ ବର୍ଷା ହେବା ସମ୍ପର୍କରେ ପାଣିପାଗ ବିଭାଗ ପକ୍ଷରୁ ଆଗୁଆ ସୂଚନା ଦିଆଯିବା ପରେ ସହରବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ବିଶେଷ କରି ସହରର ମୁଖ୍ୟନର୍ଦ୍ଦମାରେ ବକ୍ସଡ୍ରେନ ନିର୍ମାଣ ଅଧାପନ୍ତରିଆ ଭାବେ ହୋଇଥିବା ଯୋଗୁଁ ଡ୍ରେନର ବିଭିନ୍ନ ସ୍ଥାନରେ ଆବର୍ଜନା ଜମା ହୋଇ ଜଳନିଷ୍କାସନରେ ବାଧକ ସାଜୁଛି…

Read More

ଜିଲ୍ଲାରେ କୋଭିଡ ପରିଚାଳନା ନେଇ ସାଂସଦ ଭର୍ତ୍ତୃହରି ମହତାବଙ୍କ ସମୀକ୍ଷା

କଟକ(ଏନ୍.ଏମ୍.): କଟକ ଜିଲ୍ଲାରେ କୋଭିଡ ପରିଚାଳନା ନିମନ୍ତେ ତଥା ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତି ସହ ପଦକ୍ଷେପ ସ୍ୱରୂପ ଆଜି ସାଂସଦ ଭତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଭର୍ଚ୍ଚୁଆଲ ମୋଡ଼ରେ ଏକ ସମୀକ୍ଷା ବୈଠକ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ କୋଭିଡ ପରିଚାଳନା ନିମନ୍ତେ ସ୍ୱତନ୍ତ୍ର ରଣନୀତି ଅବଲମ୍ବନ କରିବା ସହ କାର୍ଯ୍ୟସୂଚୀ ପ୍ରସ୍ତୁତ କରି ଭର୍ଚ୍ଚୁଆଲ ବୈଠକରେ ଆଲୋଚନା ମାଧ୍ୟମରେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବା ପାଇଁ ସାଂସଦଙ୍କ ନିଦେ୍ର୍ଦଶରେ ଜିଲ୍ଳାପାଳ ଭବାନୀ ଶଙ୍କର ଚୟନୀଙ୍କ ଅନୁରୋଧ…

Read More

ଆଇଏମଡିର ସୂଚନା: ବଙ୍ଗୋପସାଗରରେ ଆସୁଛି ବାତ୍ୟା, ୨୫ରୁ ଓଡ଼ିଶାରେ ବର୍ଷା

ଭୁବନେଶ୍ୱର (ଏନ୍.ଏମ୍.): ଚଳିତ ମେ ମାସ ୨୬ତାରିଖ ବେଳକୁ ଓଡ଼ିଶା ଓ ପଶ୍ଚିମବଙ୍ଗକୁ ପୁଣି ଏକ ବାତ୍ୟା ଆସିବାର ସମ୍ଭାବନା ରହିଛି । ଏ ନେଇ ଆଇଏମଡି ପକ୍ଷରୁ କରାଯାଇଥିବା ପୂର୍ବାନୁମାନ ସମ୍ପର୍କରେ ସୂଚନା ଦିଆଯାଇଛି । ଏବେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏ ନେଇ ଆଇଏମଡି ମହାନିଦେ୍ର୍ଦଶକ ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି ଯେ, ଆସନ୍ତା ୨୨ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ…

Read More

କଟକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ନିଶ୍ଳୁକ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ

କଟକ (ଏନ୍.ଏମ୍.): କରୋନା ମହାମାରୀରେ ପିଡିତ ହେଉଥିବା ରୋଗୀମାନଙ୍କୁ ନିରନ୍ତର ସେବା ଯୋଗାଇ ଦେବା ପାଇଁ କଟକ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୈାଧୁରୀଙ୍କ ତତ୍ୱବଧାନରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଆଜି କଟକ ଜିଲା କଂଗ୍ରେସ କାର୍ଯ୍ୟାଳୟଠାରେ ଦୁଇଟିି ନିଶ୍ଳକ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ କରିଛନ୍ତି କଂଗ୍ରେସର ମୁଖପାତ୍ର ତଥା ସାମ୍ବାଦିକ ସତ୍ୟପ୍ରକାଶ ନାୟକ ।  ସମଗ୍ର କଟକ ଜିଲ୍ଲାର ସମସ୍ତ ନାଗରିକମାନେ ଏହି ସେବାକୁ ବିନା ମୁଲ୍ୟରେ ପାଇପାରିବେ…

Read More

ସିଏମସି ପକ୍ଷରୁ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ଘରକୁ ଯାଇ କରାଯିବ କୋଭିଡ ପରୀକ୍ଷା ଓ ଟିକାକରଣ

କଟକ (ଏନ୍.ଏମ୍.):  କଟକ ସହରରେ  କୋଭିଡ ପରିଚାଳନା ପାଇଁ ସିଏମସି ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ଏଣିକି ସ୍ୱତନ୍ତ୍ର ଗାଡିରେ ଘର ଘର ବୁଲି  କରୋନା ଟିକା କରଣ ଏବଂ କରୋନା ପରୀକ୍ଷା  କରାଯିବ । ୭୦ବର୍ଷରୁ ଉଦ୍ଧ୍ୱର୍ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଏହି ସୁବିଧା କରାଯାଇଛି । ଟିକା କରଣ ଏବଂ କରୋନା ପରୀକ୍ଷା ପାଇଁ ସିଏମସି ପକ୍ଷରୁ ପୃଥକ ଭାବେ ୨ଟି ଫୋନ ନମ୍ବର ଜାରି କରାଯାଇଛି । ସକାଳ ୧୦ଟାରୁ ଅପରାହ୍ନ…

Read More

ନରସିଂହପୁରରେ ହରିଣ ଛୁଆକୁ ଉଦ୍ଧାର କଲା ବନବିଭାଗ

ନରସିଂହପୁର (ଏନ୍.ଏମ୍.): କଟକ ଜିଲ୍ଲା ବଡ଼ମ୍ବା ବନାଞ୍ଚଳ ଗୋପପୁର ସନ୍ନିକଟ ବାସୁଦେବ ହାଇସ୍କୁଲ ପଛ ପାଖରେ ଆଜି ପ୍ରତ୍ୟୁଷରୁ ପାଣି ପିଇବା ପାଇଁ ଏକ ପାଞ୍ଚ ବର୍ଷର ହରିଣ ଛୁଆ ଗୋପପୁର ଗାଁ ଆଡ଼କୁ ଆସୁଥିବା ବେଳେ ଦୃଭାଗ୍ୟ ବଶତଃ ପାଞ୍ଚ ଛ ଟି ବୁଲା କୁକୁରଙ୍କ ହାବୁଡ଼ରେ ପଡ଼ି ଯାଇଥିଲା। ହରିଣଟି ନିଜ ଜୀବନ ବଞ୍ଚାଇବା ପାଇଁ ଚେଷ୍ଠା କରି ନିକଟରେ ଥିବା ଲୋକମାନଙ୍କ ପାଖ କୁ ଦୌଡ଼ିବାକୁ ଚେଷ୍ଟା କରି ତୁଷାର୍ତ ହରିଣଟି ନିଜ…

Read More

କମୁନି କରୋନା: ଜୁନ ୧ତାରିଖ ଯାଏ ବଢ଼ିଲା ଲକଡାଉନ ଅବଧି

ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟରେ ସମ୍ପ୍ରତି କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବା ଯୋଗୁଁ ସରକାର ଓ ପ୍ରଶାସନର ମୁଣ୍ଡବିନ୍ଧାର କାରଣ ହୋଇଛି । ତେବେ ସଂକ୍ରମଣର ଚେନ ଭାଙ୍ଗିବା ପାଇଁ ସରକାର ବାଧ୍ୟ ହୋଇ ଲକଡାଉନ ଓ ସଟଡାଉନ ଭଳି ପଦକ୍ଷେପ ନେଉଛନ୍ତି । ତେବେ ରାଜ୍ୟରେ ଜାରି ହୋଇଥିବା ଲକ୍ ଡାଉନକୁ ଆଜି ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ଏଥି ସହିତ କୋହଳ ସମୟକୁ ମଧ୍ୟ ହ୍ରାସ କରାଯାଇଛି । ଆସନ୍ତା ଜୁନ ୧ତାରିଖ…

Read More

ପଞ୍ଚମୁଖୀ ଗୋ-ସେବା ସଂଘ ପକ୍ଷରୁ ଜୀବେ ଦୟା କାର୍ଯ୍ୟକ୍ରମ

କଟକ(ଏନ୍‌.ଏମ୍‌.): ପଞ୍ଚମୁଖୀ ଗୋ-ସେବା ସଂଘ ପକ୍ଷରୁ ଜୀବେ ଦୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କାଜିଡିହସ୍ଥିତ ସଂଘ ପକ୍ଷରୁ କଟକ ସହରର ବିଭିନ୍ନ ସ୍ଥାନରେ ବୁଲା ଷଣ୍ଢ, ଗାଇ, ବୁଲାକୁକୁରମାନଙ୍କୁ ଖାଦ୍ୟ ପାନୀୟ ବିତରଣ କରାଯାଇଥିଲା । ବିଶେଷ କରି ସମ୍ପ୍ରତି କରୋନା ସଂକ୍ରମଣ ଯୋଗୁଁ ଲକ୍‌ଡାଉନ ଓ ସର୍ଟଡାଉନ ସମୟରେ ବୁଲା ପଶୁମାନଙ୍କୁ ଆବଶ୍ୟକ ଖାଦ୍ୟ ମିଳୁନଥିବାବେଳେ ଅନୁଷ୍ଠାନ ପକ୍ଷରୁ ଏଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଆଗାମୀ ଦିନରେ ଏହି କାର୍ଯ୍ୟ ଜାରି…

Read More