ନ୍ୟାୟ ନପାଇ କିଶୋରନଗର ଥାନା ସମୁଖରେ ଆତ୍ମାହୁତି ଉଦ୍ୟମ
ନ୍ୟାୟ ନପାଇ କିଶୋରନଗର ଥାନା ସମୁଖରେ ଆତ୍ମାହୁତି ଉଦ୍ୟମ କଟକ ସଦର(ଏନ୍.ଏମ୍.): ନ୍ୟାୟ ପାଇଁ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଧିକାରୀଙ୍କ ନିଷ୍କ୍ରିୟତା ପ୍ରତିବାଦରେ ଆଜି ଜଣେ ଅଭିଯୋଗକାରୀ ଥାନା ପରିସରରେ ଆତ୍ମାହୁତି ଉଦ୍ୟମ କରିବା ଘଟଣା ଚର୍ଚ୍ଚାକୁ ଆସିଛି । ସମ୍ପୃକ୍ତ ବ୍ୟକ୍ତିଜଣକ ଏଭଳି କରିବା ଦ୍ୱାରା ରାଜ୍ୟରେ ସମଗ୍ର ପୁଲିସ ବିଭାଗର ଅବହେଳା ତଥା ପକ୍ଷପାତିତାକୁ ସ୍ପଷ୍ଟ କରୁଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ…
