ଉତ୍କଳ ବିକାଶ ପରିଷଦ ପକ୍ଷରୁ କରୋନା ଟୀକାଦାନ ପରିଚାଳନା ନେଇ ବୈଠକ

କଟକ (ଏନ୍.ଏମ୍.): କରୋନା ମହାମାରୀ ପରିଚାଳନା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଉଥିବା ସମୟରେ କଟକ ସହର ଉପକଣ୍ଠ ବୟାଳିଶମୌଜା ବେଣ୍ଟକାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏହାର ବ୍ୟତିକ୍ରମ ଦେଖାଯାଇଛି । ସୂଚନା ମୁତାବକ ସ୍ବାସ୍ଥ୍ୟକେନ୍ଦ୍ର ପାଖରେ ଥିବା ଏକ କୋଠାଘରେ କୋରୋନା ଭୁତାଣୁ ପରୀକ୍ଷା ନମୁନା ସଂଗ୍ରହ ପାଇଁ ପ୍ରତ୍ୟେହ ଶତାଧିକ ରୋଗୀ ନିରାଟ ଖରାରେ ଘଣ୍ଟା ଘଣ୍ଟା କାଳ ଧାଡ଼ିରେ ଠିଆ ହେଉଥିବା ବେଳେ ସେଠାରେ ରୋଗୀଙ୍କ ପାଇଁ…

Read More

କେନ୍ଦ୍ରାପଡ଼ା ସାଂସଦଙ୍କ ପିତା ପଦୋନ୍ନତି ପାଇଁ ବ୍ୟବହାର କରିଥିଲେ ଜାଲ ସାର୍ଟିଫିକେଟ !

କେନ୍ଦ୍ରାପଡ଼ା ସାଂସଦଙ୍କ ପିତା ପଦୋନ୍ନତି ପାଇଁ ବ୍ୟବହାର କରିଥିଲେ ଜାଲ ସାର୍ଟିଫିକେଟ ! ଭୁବନେଶ୍ୱର(ଏନ୍.ଏମ୍.): କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ପିତା ଅଭୟ କୁମାର ମହାନ୍ତି ଜାଲ୍ ସାର୍ଟିଫିକେଟ୍ ଦେଇ ସିନିୟର ଅଧ୍ୟାପକରୁ ରିଡର ପାହ୍ୟାକୁ ପଦୋନ୍ନତି ପାଇଥିବା ଭଳି ସାଙ୍ଘାତିକ ଅଭିଯୋଗ ଆସିଛି । ଅବସରପ୍ରାପ୍ତ ଇଂରାଜୀ ଅଧ୍ୟାପକ ଶ୍ରୀ ମହାନ୍ତିଙ୍କୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ କଡ଼ା ଭାଷାରେ ଭର୍ତ୍ସନା କରିଛି । ଏଥିସହିତ ସେ ଦାବି କରୁଥିବା ପେନସନ୍ ସୁବିଧାକୁ ମଧ୍ୟ ବିଭାଗ ଖାରଜ…

Read More

କରୋନା ପାଇଁ ଆଉ ଏକ ସ୍ୱଦେଶୀ ଟିକାକୁ ମିଳିବ ଅନୁମତି

କରୋନା ପାଇଁ ଆଉ ଏକ ସ୍ୱଦେଶୀ ଟିକାକୁ ମିଳିବ ଅନୁମତି ନୂଆଦିଲ୍ଲୀ (ଏଜେନ୍ସି): ଦେଶରେ କରୋନାର ଦ୍ୱିତୀୟ ଲହର ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ଟିକାକରଣରେ କୌଣସି ଅଗ୍ରଗତି ହୋଇନଥିବା ଜଣାପଡ଼ିଛି । ଅନେକ ରାଜ୍ୟରେ ଟିକା କେନ୍ଦ୍ର ମଧ୍ୟ ଖାଲି ରହିଛି । ଦେଶର ଯୋଗ୍ୟ ବ୍ୟକ୍ତିକୁ କିନ୍ତୁ ବର୍ଷ ଶେଷ ସୁଦ୍ଧା ଟିକାକରଣ କରାଯିବ ବୋଲି କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ କହିଛନ୍ତି । ଏହାରି ଭିତରେ କେନ୍ଦ୍ର ସରକାର ୩୦ କୋଟି ଟିକା ପାଇଁ…

Read More

ଔଷଧ ଗୋଦାମ ଘରେ ଅଗ୍ନିକାଣ୍ଡ ଲକ୍ଷାଧିକ ଟଙ୍କାର ସାମଗ୍ରୀ  ପାଉଁଶ

ଔଷଧ ଗୋଦାମ ଘରେ ଅଗ୍ନିକାଣ୍ଡ ଲକ୍ଷାଧିକ ଟଙ୍କାର ସାମଗ୍ରୀ  ପାଉଁଶ କଟକ(ଏନ୍.ଏମ୍.):   ହାଇକୋର୍ଟ ଛକ ସ୍ଥିତ ଏକ ଔଷଧ ଗୋଦାମ ଘରେ ଭୟାବହ ଅଗ୍ନିକାଣ୍ଡ ଘଟିଛି୤  ଅଗ୍ନିକାଣ୍ଡ ଯୋଗୁଁ ଗୋଦାମରେ ଥିବା ବିଭିନ୍ନ ମୂଲ୍ୟବାନ ଔଷଧ ଜଳି ପୋଡି ପାଉଁଶ ହୋଇଯାଇଛି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ଦମକଳ ଗାଡି ପହଞ୍ôଚ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛି୤ ମିଳିଥିବା ସୂଚନା ଅନୁଯାୟୀ, ହାଇକୋର୍ଟ ଛକ ନିକଟରେ ଏକ ଔଷଧ ଗୋଦାମ ଘର ରହିଛି…

Read More

ପରଲୋକରେ ସାହିତ୍ୟିକା ମୀନାକ୍ଷୀ ଦେବୀ

ପରଲୋକରେ ସାହିତ୍ୟିକା ମୀନାକ୍ଷୀ ଦେବୀ କଟକ(ଏନ୍‌.ଏମ୍‌.): ବିଶିଷ୍ଟ ଲେଖିକା ତଥା ଉତ୍କଳ ସାହିତ୍ୟ ସମାଜର ସାଧାରଣ ସମ୍ପାଦକ ମୀନାକ୍ଷୀ ଦେବୀଙ୍କର ଆଜି ସଂଧ୍ୟା ୬ଟା ସମୟରେ ଦେହାନ୍ତ ହୋଇଯାଇଛି । ରାଜାବଗିଚା ଚକୋଲେଟ୍‌ଲେନ୍‌ସ୍ଥିତ ବାସଗୃହରେ ସେ ହଠାତ୍ ପଡ଼ିଯାଇଥିଲେ । ତାଙ୍କୁ ତୁରନ୍ତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜକୁ ନିଆଯାଇଥିଲା । ସେଠାରେ ତାଙ୍କର ପରଲୋକ ହୋଇଯାଇଛି ବୋଲି ଡାକ୍ତର ସୂଚନା ଦେଇଥିଲେ । ନିକଟରେ ତାଙ୍କର ସ୍ୱାମୀ ଶଶିଭୂଷଣ ତ୍ରିପାଠୀ ଉପସ୍ଥିତ ଥିଲେ । ତାଙ୍କ…

Read More

ଦ୍ୱାଦଶ ପରୀକ୍ଷା ବାତିଲ ପାଇଁ କଟକ ନଗର ଛାତ୍ର କଂଗ୍ରେସ ପକ୍ଷରୁ ଧନ୍ୟବାଦ

ଦ୍ୱାଦଶ ପରୀକ୍ଷା ବାତିଲ ପାଇଁ କଟକ ନଗର ଛାତ୍ର କଂଗ୍ରେସ ପକ୍ଷରୁ ଧନ୍ୟବାଦ କଟକ(ଏନ୍‌.ଏମ୍‌.): ମହାମାରୀ କରୋନା ସାରା ଦେଶରେ ଶିକ୍ଷା ବ୍ୟବସ୍ଥାକୁ ପ୍ରଭାବିତ କରିଥିବାରୁ ଛାତ୍ର, ଶିକ୍ଷକ ଓ ଅଭିଭାବକମାନେ ଘୋର ଚିନ୍ତାରେ ଥିଲେ । ଏହି ପରିସ୍ଥିତିରେ ଗମ୍ଭୀରତାକୁ ନେଇ ଛାତ୍ର ଛାତ୍ରୀଙ୍କ ସ୍ୱାସ୍ଥ୍ୟ ଓ ନିରାପତ୍ତା ଆଶଙ୍କା ଥିବାରୁ ସର୍ବ ଭାରତୀୟ ଛାତ୍ର କଂଗ୍ରେସ ସଭାପତି ନୀରଜ କୁନ୍ଦନ ସିବିଏସଇ ଓ ସିଆଇଏସଇ ଦ୍ୱାଦଶ ପରୀକ୍ଷା ଚଳିତ ବର୍ଷ ବାତିଲ କରିବା ପାଇଁ…

Read More

ଲକ୍‌ଡାଉନ୍ ସୁଯୋଗରେ ବସ୍ତିବାସିନ୍ଦାଙ୍କ ପ୍ରତି ବର୍ବରତା ବନ୍ଦ ହେଉ – ବସ୍ତିବାସିନ୍ଦାଙ୍କ ମିଳିତ ମଞ୍ଚ

ଲକ୍‌ଡାଉନ୍ ସୁଯୋଗରେ ବସ୍ତିବାସିନ୍ଦାଙ୍କ ପ୍ରତି ବର୍ବରତା ବନ୍ଦ ହେଉ – ବସ୍ତିବାସିନ୍ଦାଙ୍କ ମିଳିତ ମଞ୍ଚ କଟକ (ଏନ୍‌.ଏମ୍‌.): କରୋନାଜନିତ ହାହାକାରମୟ ପରିସ୍ଥିତି ଓ ଲକ୍‌ଡାଉନ୍ ଭିତରେ ବସ୍ତି ଉଛେଦ ଚାଲିଛି । ସରକାରଙ୍କ ଏପରି କଣ ଜରୁରୀ ହୋଇ ପଡିଛି କେଜାଣି ଗରିବ ବସ୍ତିବାସିନ୍ଦାଙ୍କୁ ଅତ୍ୟନ୍ତ ନିର୍ମମ ଭାବରେ ଉଛେଦ କରି ସେମାନଙ୍କ ମାନବିକ ଅଧିକାର କ୍ଷୁର୍ଣ୍ଣ କରାଯାଉଛି? ସରକାର ଓ ପ୍ରଶାସନର ଏହିଭଳି ନିଷ୍ଠୁର ଅମାନବୀୟ ଆଚରଣକୁ ‘ବସ୍ତିବାସିନ୍ଦାଙ୍କ ମିଳିତ ମଞ୍ଚ’ ପକ୍ଷରୁ ଆବାହକ ଖଗେଶ୍ୱର…

Read More

ଆରପାରିରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ

ଆରପାରିରେ ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଭୁବନେଶ୍ୱର(ଏନ୍‌.ଏମ୍‌.): ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଆଜି ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ହୋଇଥିଲା । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ତାଙ୍କର ଦେହାନ୍ତ ହୋଇଛି । ଏନେଇ ବିଜୟଶ୍ରୀଙ୍କ ନିକଟ ସମ୍ପର୍କୀୟଙ୍କ ସୂଚନା ଦେଇଥିବା ଉକ୍ତ ହସ୍ପିଟାଲ ପକ୍ଷରୁ ମଧ୍ୟ ସ୍ପଷ୍ଟ କରାଯାଇଛି । ତେବେ ସେ ମସକ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇଥିଲେ । ଜ୍ୱରରେ ପୀଡ଼ିତ ହେବା…

Read More

କରୋନା ପିକ୍ ଅତିକ୍ରମ କରିଛି, ଏବେ ସ୍ଥିତି ତଳମୁହାଁ- ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

କରୋନା ପିକ୍ ଅତିକ୍ରମ କରିଛି, ଏବେ ସ୍ଥିତି ତଳମୁହାଁ- ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଭୁବନେଶ୍ୱର (ଏନ୍‌.ଏମ୍‌.): ‘ବୋଧହୁଏ ଆମେ ପିକ୍ ଅତିକ୍ରମ କରିଗଲେଣି । ସ୍ଥିତି ଏବେ ତଳମୁହାଁ ହେଉଛି ।’ ସମ୍ପ୍ରତି ରାଜ୍ୟରେ କୋଭିଡ ସ୍ଥିତି ନେଇ ଏକଥା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ସେ ପୁଣି କହିଛନ୍ତି ଯେ, ବର୍ତ୍ତମାନ ଦେଶରେ ପୂର୍ବାପେକ୍ଷା ସଂକ୍ରମଣ ହାର ଖସୁଛି । ଅନ୍ୟ ରାଜ୍ୟରେ ଯେତେବେଳେ ଅଧିକ ଥିଲା ଆମର ଅଧିକ ନଥିଲା । ଆମ…

Read More

୨୦୨୪ ଅଲମ୍ପିକ୍ସ ପାଇଁ ଜୋରଦାର ପ୍ରସ୍ତୁତିରେ ଓଡ଼ିଶାର ସୁନା ଝିଅ ଅର୍ପିତା

୨୦୨୪ ଅଲମ୍ପିକ୍ସ ପାଇଁ ଜୋରଦାର ପ୍ରସ୍ତୁତିରେ ଓଡ଼ିଶାର ସୁନା ଝିଅ ଅର୍ପିତା ରାଉରକେଲା (ଏନ୍‌.ଏମ୍‌.): ଜାତୀୟ ଓ ଅନ୍ତର୍ଜାତୀୟ ଆଥଲେଟିକସରେ ସ୍ୱର୍ଣ୍ଣପଦକ ଜିତି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ଅର୍ପିତା ଏବେ ୨୦୨୪ ଅଲମ୍ପିକସ ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ସେକ୍ଟର-୬ରେ ରହୁଥିବା ପଙ୍କଜ କୁମାର ପରିଡ଼ା ଓ ପ୍ରତିମା ପରିଡ଼ାଙ୍କ କନ୍ୟା ଅର୍ପିତା ପିଲାଟି ଦିନରୁ ପାଠପଢ଼ା ସହିତ ଖେଳପ୍ରତି ତାଙ୍କର ଅହେତୁକ ଆଗ୍ରହ ଓ ନିଷ୍ଠା ତାଙ୍କୁ ସଫଳତାର ଏକ…

Read More

ଟିକା ଲଢ଼େଇ ପାଇଁ ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଟିକା ଲଢ଼େଇ ପାଇଁ ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ ଭୁବନେଶ୍ୱର(ଏନ୍‌.ଏମ୍‌.): କରୋନା ଟିକା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି । ଟିକା ସଂକଟ ଦୂର କରିବା ନେଇ ସେ ସମସ୍ତଙ୍କ ସହମତି ଲୋଡ଼ିଛନ୍ତି । ତାଙ୍କ ଚିଠିରେ ଟିକା ପାଇଁ ପରସ୍ପର ଭିତରେ ଲଢ଼େଇ ନକରି, ଏକାଠି ଲଢ଼ିବାକୁ ସେ ପରାମର୍ଶ ଦେଇଛନ୍ତି । କରୋନାରୁ ଲୋକଙ୍କୁ ସୁରକ୍ଷା ଦେବାର ଟିକା ହେଉଛି ଏକମାତ୍ର ମାଧ୍ୟମ । ତେଣୁ…

Read More

କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା ଅଭିଯୋଗ: ସିଏମସି ଏନଫୋର୍ସମେଣ୍ଟ ଟିମର ଅଚାନକ ଚଢ଼ାଉ

କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା ଅଭିଯୋଗ: ସିଏମସି ଏନଫୋର୍ସମେଣ୍ଟ ଟିମର ଅଚାନକ ଚଢ଼ାଉ କଟକ (ଏନ୍‌.ଏମ୍‌.): କଟକ ସହରରେ ରହିଥିବା ବିଭିନ୍ନ କୋଭିଡ ହସ୍ପିଟାଲରେ ଅବ୍ୟବସ୍ଥା ସମ୍ପର୍କରେ ଅଭିଯୋଗ ଆସିବା ପରେ ଆଜି ସିଏମସି ଏନଫୋର୍ସମେଣ୍ଟ ଟିମ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି । କୋଭିଡ ହସ୍ପିଟାଲରେ ରୋଗୀ ତଥା ସେମାନଙ୍କ ପରିବାର ଲୋକେ ଏଭଳି ଅସୁବିଧାର ସମ୍ମୁଖୀନ ହେବା ପରେ ଅନେକ ସମୟରେ କୋଭିଡ ପରିଚାଳନାକୁ ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ସିଏମସି…

Read More