ରୂପାନ୍ତରିତ ନିମନ୍ତେ ଚୌଦ୍ୱାର ମହାବିଦ୍ୟାଳୟକୁ ୧କୋଟି ୨୫ ଲକ୍ଷ ସରକାରୀ ଅନୁଦାନ
ରୂପାନ୍ତରିତ ନିମନ୍ତେ ଚୌଦ୍ୱାର ମହାବିଦ୍ୟାଳୟକୁ ୧କୋଟି ୨୫ ଲକ୍ଷ ସରକାରୀ ଅନୁଦାନ ଚୌଦ୍ୱାର(ଏନ୍.ଏମ୍.): ଉଚ୍ଚଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଗୁଡ଼ିକର ବିଭିନ୍ନ ବିକାଶ ପାଇଁ ଅନୁଦାନ ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ୨୦୨୩ ଅଗଷ୍ଟ ୭ ତାରିଖ ଚିଠି ନମ୍ବର୍ ୧୪୫୭୪, ଅନୁଯାୟୀ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ଯୋଜନାରେ ରାଜ୍ୟ ବିଭିନ୍ନ ମହାବିଦ୍ୟାଳୟ ଗୁଡ଼ିକୁ ମୋଟ ୨୪କୋଟି ୫୦ ଲକ୍ଷ ଅର୍ଥରାଶି ସହାୟତା ପ୍ରଦାନ କରିଛନ୍ତି…
