ଆଉ ନାହାନ୍ତି ସଂଗୀତର ବିଶେଷ ରୂପକାର ସ୍ୱରୂପ ନାୟକ
ଆଉ ନାହାନ୍ତି ସଂଗୀତର ବିଶେଷ ରୂପକାର ସ୍ୱରୂପ ନାୟକ #କଟକ(ଏନ୍.ଏମ୍.): ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ସ୍ୱରୂପ ନାୟକଙ୍କର ସଂଗୀତର ମୂର୍ଚ୍ଚନା ଆଜି ନିରବୀ ଯାଇଛି । ୭୬ବର୍ଷ ବୟସରେ ତାଙ୍କର ଆଜି ପରଲୋକ ହୋଇଯାଇଛି । ଦୀର୍ଘ ଦିନ ଧରି ସେ କ୍ୟାନସରରେ ପୀଡ଼ିତ ଥିଲେ । କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ୧୯୪୭ ମସିହା ଫେବ୍ରୁଆରୀ ୮ ତାରିଖରେ ଜନ୍ମିତ ସ୍ୱରୂପ ଏକାଧାରରେ ଜଣେ…
