ସାମୁଦ୍ରିକ ଝଡ଼ ୟାସକୁ ନେଇ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ
କଟକ(ଏନ୍.ଏମ୍): ଆଗକୁ ଆସୁଥିବା ସାମୁଦ୍ରିକ ଝଡ଼ ୟାସକୁ ମୁକାବିଲା କରିବା ସମ୍ପର୍କରେ ଆଜି ଏକ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈକଠ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଭବାନୀଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପ୍ରାକୁତିକ ବିପର୍ଯ୍ୟୟ କମିଟି ବୈଠକ ଭର୍ଚ୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଥିଲା । ବୈଠକର ପ୍ରାରମ୍ଭରେ ଜିଲ୍ଲାପାଳ ମନ୍ତ୍ରୀ, ସାଂସଦ, ବିଧାୟକ ମାନଙ୍କୁ ସ୍ୱାଗତ କରିଥିଲେ । ବରିଷ୍ଠ ଅଧିକାରୀ ମାନଙ୍କ ସହିତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଆଗୁଆ ପଦକ୍ଷେପ ବିଷୟରେ ବିଷଦ୍ ଆଲୋଚନା କରିଥିଲେ…
