ଯୋଗାଣ ଅଧିକାରୀ ପରିବହନ ଠିକାଦାର ଅସାଧୁ ମେଣ୍ଟ: ଶୋଷଣ ହେଉଛନ୍ତି ଖୁଚୁରା ବିକ୍ରେତା
ଯୋଗାଣ ଅଧିକାରୀ ପରିବହନ ଠିକାଦାର ଅସାଧୁ ମେଣ୍ଟ: ଶୋଷଣ ହେଉଛନ୍ତି ଖୁଚୁରା ବିକ୍ରେତା #କଟକ(ଏନ୍.ଏମ୍.): କଟକ ମହାନଗର ଅଞ୍ଚଳରେ ସରକାରଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ପରିବହନ ଠିକାଦାରମାନେ ଯୋଗାଣ ବିଭାଗ ଅଧିକାରୀଙ୍କ ସହାୟତାରେ କ୍ରମାଗତ ଭାବେ ଧାର୍ଯ୍ୟ ଓଜନ ଠାରୁ କମ୍ ପରିମାଣର ସାମଗ୍ରୀ ପହଞ୍ଚାଣ କରି ଆସୁଥିଲେ । ଏ ସମ୍ପର୍କରେ ଖୁଚୁରା ବିକ୍ରେତା ମାନେ ବାରମ୍ବାର ଅଭିଯୋଗ କରିବା ପରେ କଟକ ରିଟେଲ ଡିଲର୍ସ ଆସୋସିଏସନ୍ ପକ୍ଷରୁ ଏ ସମ୍ବଦ୍ଧ ରେ ବିଭିନ୍ନ ସମୟରେ…
