Nishkarsha

ଓଏସଏସସିରେ ଲାଗିଲା କଳାଦାଗ: ବିରଞ୍ଚିଙ୍କ ବହିଷ୍କାର ପରେ ଏବେ ନିର୍ମଳଙ୍କ ଉପରେ ଭିଜିଲାନ୍ସର ନଜର

ଓଏସଏସସିରେ ଲାଗିଲା କଳାଦାଗ: ବିରଞ୍ଚିଙ୍କ ବହିଷ୍କାର ପରେ ଏବେ ନିର୍ମଳଙ୍କ ଉପରେ ଭିଜିଲାନ୍ସର ନଜର ଭୁବନେଶ୍ୱର(ଏନ୍‍.ଏମ୍‍.): ଓଡ଼ିଶା ଷ୍ଟାଫ ସିଲେକ୍ସନ୍ କମିଶନ(ଓଏସଏସସି)ଙ୍କ ବ୍ୟକ୍ତିଗତ ସଚିବ(ପିଏସ୍‌) ବିରଞ୍ଚି ନାରାୟଣ ସାହୁଙ୍କ ଠାରୁ କୋଟିକୋଟି ଟଙ୍କାର ଆୟବର୍ହିଭୁତ ସମ୍ପତ୍ତି ଠାବ ହେବା ପରେ ବିଭାଗରେ ବ୍ୟାପକ ଅନିୟମିତତା ଚାଲିଥିବା ଚର୍ଚ୍ଚା ଜୋର ଧରିଛି । ଇତି ମଧ୍ୟରେ ସମ୍ପୂର୍ଣ୍ଣ ବିଭାଗର ଅଧିକାରୀମାନଙ୍କ ଉପରେ ମଧ୍ୟ ଭିଜିଲାନ୍ସ ବିଭାଗର ତୀକ୍ଷ୍ନ ନଜର ରହିଛି । ତେବେ ଏହି ବିଭାଗର ମୁଖ୍ୟଙ୍କ ଉପରେ…

Read More

ଟେଟ୍ରାହେଡ୍ରନରେ ରକ୍ତଦାନ ଶିବିର, ୧୦୦ ୟୁନିଟ୍ ସଂଗୃହୀତ

ଟେଟ୍ରାହେଡ୍ରନରେ ରକ୍ତଦାନ ଶିବିର, ୧୦୦ ୟୁନିଟ୍ ସଂଗୃହୀତ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): କଟକ ଜିଲ୍ଲା ଟାଙ୍ଗୀସ୍ଥିତ ଘରୋଇ ବିଜ୍ଞାନ ମହାବିଦ୍ୟାଳୟ ଟେଟ୍ରାହେଡ୍ରନ ପରିସରରେ ଆଜି ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ନବ ନିର୍ମିତ କ୍ୟାମ୍ପସ ପରିସରରେ ଆୟେଜିତ ଏହି ଶିବିରରେ ଟେଟ୍ରାହେଡ୍ରନ ସମେତ ସ୍ଥାନୀୟ ଟାଙ୍ଗୀ, ବିଶ୍ୱନାହାକାଣୀ ଓ ଶଙ୍କରପୁର(ଗୋଖଲେ) ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଟେଟ୍ରାହେଡ୍ରନ ଗ୍ରୁପ୍‌ର ଅଧ୍ୟକ୍ଷ ତ୍ରିଦେବ ବେହେରା ଓ ସହଧର୍ମିଣୀ ଅଧ୍ୟାପିକା ସସ୍ମିତା ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ…

Read More

କପିଳାସ ସିମେଣ୍ଟ କମ୍ପାନୀରେ ଶ୍ରମିକ ଅଶାନ୍ତି: ୩ମାସ ଧରି ବେତନରୁ ବଞ୍ଚିତ ଶତାଧିକ ଶ୍ରମିକ

କପିଳାସ ସିମେଣ୍ଟ କମ୍ପାନୀରେ ଶ୍ରମିକ ଅଶାନ୍ତି: ୩ମାସ ଧରି ବେତନରୁ ବଞ୍ଚିତ ଶତାଧିକ ଶ୍ରମିକ ଟାଙ୍ଗୀ-ଚୌଦ୍ୱାର (ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଗରୁଡ଼ଗାଁ ପଞ୍ଚାୟତ ଅନ୍ତର୍ଗତ ବିଶ୍ୱାଳୀ ମୌଜାରେ ସ୍ଥାପିତ ତଥା ଡାଲମିଆଁ ଭାରତ ପରିଚାଳିତ ସିମେଣ୍ଟ କମ୍ପାନୀ ‘କପିଳାସ ସିମେଣ୍ଟ ମାନୁଫ୍ୟାକ୍‌ଚରିଂ ୱାର୍କ୍ସ’ ପରିସରରେ ଆଜି ଶ୍ରମିକ ଅଶାନ୍ତି ସୃଷ୍ଟି ହୋଇଛି । ୩ ମାସର ପାଉଣାରୁ ବଞ୍ôଚତ ଶତାଧିକ ଶ୍ରମିକ ପେଟ ପାଇଁ କମ୍ପାନୀ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସାଧାରଣରେ ଚର୍ଚ୍ଚାକୁ ଆସିଛି…

Read More

ଓଡ଼ିଶାରେ ଶତପ୍ରତିଶତ ଏମଜିଏନଆରଜିଏସ କାମରେ ଦୁର୍ନୀତି : ତହନ୍ତ ହେଲେ ୩୧୪ ବ୍ଲକ ବିଡିଓ ଦଣ୍ଡିତ ହେବେ

ଓଡ଼ିଶାରେ ଶତପ୍ରତିଶତ ଏମଜିଏନଆରଜିଏସ କାମରେ ଦୁର୍ନୀତି ତହନ୍ତ ହେଲେ ୩୧୪ ବ୍ଲକ ବିଡିଓ ଦଣ୍ଡିତ ହେବେ ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶାରେ ଶତପ୍ରତିଶତ ଏମଜିଏନଆରଇଜିଏସ(ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା) କାମରେ ଦୁର୍ନୀତି ହେଉଥିବା ବିଜେପି ପାଖରୁ ଅଭିଯୋଗ ହୋଇଛି । ଓଡ଼ିଶା ଏକମାତ୍ର ରାଜ୍ୟ ଯେଉଁଠି ଶତ ପ୍ରତିଶତ ଏମଜିଏନଆରଇଜିଏସ୍ କାମ ମେସିନ ଦ୍ୱାରା ହେଉଛି । ଲୋକଙ୍କ ଦ୍ୱାରା କିଛି କାମ ହେଉ ନାହିଁ । ୪୦ ପ୍ରତିଶତ କାମର ଫଲ୍ସ ବିଲ୍ କରାଯାଇଛି ।…

Read More

ଗୋପାଳପୁର-ବାଲିକୁଦା ରାସ୍ତା ଶୋଚନୀୟ: କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ

ଗୋପାଳପୁର-ବାଲିକୁଦା ରାସ୍ତା ଶୋଚନୀୟ: କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଗୋପାଳପୁର-ବାଲିକୁଦା ଛକକୁ ସଂଯୋଗ କରୁଥିବା ୧୬ ନମ୍ବର ଜାତୀୟ ରାଜପଥର ଅସ୍ଥାୟୀ ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି । ଏପରିକି ଉକ୍ତ ରାସ୍ତାରେ ଥିବା ପୋଲଟି ଏବେ ଫାଟିଯିବା ସହ ଭୁଷୁଡ଼ିବା ଆଶଙ୍କା ସୃଷ୍ଟି ହୋଇଛି । ତେବେ ନିମ୍ନମାନର କାମ କରି ଠିକାଦାର ଚାଲିଯାଇଥିବାବେଳେ ଏହାରର ରକ୍ଷଣାବେକ୍ଷଣ ଦାୟିତ୍ୱ ନିଆଯାଉନଥିବା ସାଧାରଣରେ ଅଭିଯୋଗ ଉଠିଛି । ଏ ସମ୍ପର୍କରେ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ…

Read More

ଦୁଇ ଶିକାରୀ ଗିରଫ, ହରିଣ ସିଙ୍ଗ ଓ ଚମଡା ଜବତ

ଦୁଇ ଶିକାରୀ ଗିରଫ, ହରିଣ ସିଙ୍ଗ ଓ ଚମଡା ଜବତ ନରସିଂହପୁର(ଏନ୍‌.ଏମ୍‌.): କଟକ ଜିଲ୍ଲା ଉପକଣ୍ଠମାନଙ୍କରେ ଥିବା ଜଙ୍ଗଲରେ ଏବେ ବେଆଇନ ବନ୍ୟଜନ୍ତୁ ଶିକାର ବୃଦ୍ଧି ପାଇବାରେ ଲାଗିଛି । ବନ୍ୟଜନ୍ତୁ ଶିକାରକୁ ରୋକିବା ପାଇଁ ବନବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଥିବାବେଳେ ଶିକାରୀମାନଙ୍କୁ ଲଗାମ ଲଗାଇବା ଦିନକୁ ଦିନ ଅସମ୍ଭବ ହୋଇ ପଡ଼ୁଛି । ଯାହକୁ ନେଇ ବନ୍ୟଜନ୍ତୁ ପ୍ରେମୀଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । କଟକ ଜିଲ୍ଲାର ନରସିଂହପୁର ପୂର୍ବାଞ୍ଚଳ ରେଞ୍ଜ ଅନ୍ତର୍ଗତ ଦେବଭୂଇଁ…

Read More

ପାର୍ଲିଆମେଣ୍ଟରେ କେନ୍ଦ୍ରାପଡ଼ାର ରସାବଳୀକୁ ଜି.ଆଇ ଟ୍ୟାଗ ପାଇଁ ଦାବି

ପାର୍ଲିଆମେଣ୍ଟରେ କେନ୍ଦ୍ରାପଡ଼ାର ରସାବଳୀକୁ ଜି.ଆଇ ଟ୍ୟାଗ ପାଇଁ ଦାବି ନୂଆଦିଲ୍ଲୀ (ଏନ୍‌.ଏମ୍‌.): କେନ୍ଦ୍ରାପଡ଼ାର ପ୍ରସିଦ୍ଧ ରସାବଳୀକୁ ଜି. ଆଇ ଟ୍ୟାଗ କରିବା ପାଇଁ ସାଂସଦ ସୁବାଷ ସିଂହ ନେତୃତ୍ୱରେ ସାଂସଦ ମୁନା ଖାନ ଓ ସାଂସଦ ମମତା ମହନ୍ତ ପ୍ରମୁଖ ଆଜି କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ତାଙ୍କ ପାର୍ଲିଆମେଣ୍ଟ କାର୍ଯ୍ୟଳୟରେ ଭେଟି କେନ୍ଦ୍ରାପଡାର ତଥା ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ମୁଖ୍ୟ ପ୍ରସାଦ ରସାବଳୀକୁ ଜି.ଆଇ, ତ୍ୟାଗ କରିବା ପାଇଁ ଦାବି କରିବା…

Read More

ସାରା ରାଜ୍ୟରେ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବ: ଭୁବନେଶ୍ୱର, କଟକ ଓ ପୁରୀରେ ଜାରି ରହିବ ସପ୍ତାହନ୍ତ ସର୍ଟ ଡାଉନ

ସାରା ରାଜ୍ୟରେ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବ: ଭୁବନେଶ୍ୱର, କଟକ ଓ ପୁରୀରେ ଜାରି ରହିବ ସପ୍ତାହନ୍ତ ସର୍ଟ ଡାଉନ ଭୁବନେଶ୍ୱର(ଏନ୍‌.ଏମ୍‌.): ଓଡ଼ିଶାରେ କରୋନା ସଂକ୍ରମଣ ଧିରେ ଧିରେ ନିୟନ୍ତ୍ରଣକୁ ଆସୁଛି । ଯାହା ଫଳରେ ଅନଲକ ଆଡ଼କୁ ଗତି କରୁଛି ଓଡ଼ିଶା । ଏଥିପାଇଁ ସାରା ରାଜ୍ୟରେ ଦୋକାନବଜାର ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ । ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ କର୍ଫ୍ୟୁ ଲାଗୁ ହେବ । ତେବେ…

Read More

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା ଦାବି : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ୩ ସାଂସଦ

ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା ଦାବି : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଲେ ୩ ସାଂସଦ ନୂଆଦିଲ୍ଲୀ(ଏନ୍‌.ଏମ୍‌.): ପଶ୍ଚିମ ଓଡିଶାର ପ୍ରମୁଖ ରାଜେନ୍ଦ୍ର ମହାବିଦ୍ୟାଳୟ କୁ ମାନ୍ୟବର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ୧୯୮୯ ସେକ୍ସନ ୩୨ (୧) ଅନୁଯାଇ ଜୁନ ଏକ ତାରିଖ ୨୦୨୦ ମସିହାରେ ଏହି ମହାବିଦ୍ୟାଳୟକୁ , ବିଶ୍ୱବିଦ୍ୟାଳୟ ଭାବରେ ଘୋଷଣା କରିଥିଲେ । ୨୦୨୧ ମସିହା ଉତ୍କଳ ଦିବସରେ ଏହି ବିଶ୍ୱବିଦ୍ୟାଳୟରେ ସ୍ଥାୟୀ କୁଳପତି ନିଯୁକ୍ତି ହୋଇସାରିଛନ୍ତି ।…

Read More

ସଡ଼କ ଦୁର୍ଘଟଣାରେ ଯୁବକ ମୃତ, ୬ଘଣ୍ଟା ରାସ୍ତାରୋକ: ନିଯୁକ୍ତି ସହ ଆର୍ôଥକ ସହାୟତା ପ୍ରଦାନ କରିବ ସିମେଣ୍ଟ କମ୍ପାନୀ

ସଡ଼କ ଦୁର୍ଘଟଣାରେ ଯୁବକ ମୃତ, ୬ଘଣ୍ଟା ରାସ୍ତାରୋକ: ନିଯୁକ୍ତି ସହ ଆର୍ôଥକ ସହାୟତା ପ୍ରଦାନ କରିବ ସିମେଣ୍ଟ କମ୍ପାନୀ ଟାଙ୍ଗୀ-ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ ଥାନା କହ୍ନେଇପୁର ପଞ୍ଚାୟତ ବଡ଼ପୋଖରୀ ମୌଜା ଅନ୍ତର୍ଗତ ମାଛମଲା ବସ୍ତି ନିକଟରେ ସଡ଼କ ଦୁର୍ଘଟଣା ଘଟି ଗୁରୁବାର ବିଳମ୍ବିତ ରାତିରେ ଜଣେ ଆଦିବାସୀ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକଜଣକ ଉକ୍ତ ବସ୍ତିର ଶ୍ରୀକାନ୍ତ ହେମ୍ବ୍ରମ୍‌(୪୦) ଓ ସେ ଟ୍ରାକ୍ଟର ତଥା ପାୱାର ଟ୍ରିଲର ଚାଳକଭାବେ ସ୍ଥାନୀୟ ଅଞ୍ଚଳରେ କାର୍ଯ୍ୟ କରୁଥିଲେ ।…

Read More

ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟ ପିଏସ୍‌ଙ୍କ ଘରେ ରେଡ୍‌: ବିପୁଳ ପରିମାଣର ଟଙ୍କା ଜବତ

ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟ ପିଏସ୍‌ଙ୍କ ଘରେ ରେଡ୍‌: ବିପୁଳ ପରିମାଣର ଟଙ୍କା ଜବତ ଭୁବନେଶ୍ୱର (ଏନ୍‌.ଏମ୍‌.): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟଙ୍କ ପିଏସ୍ ବିରଞ୍ଚି ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍ କରିଛି । କଟକ ଓ ଭୁବନେଶ୍ୱରରେ ମୋଟ ୬ଟି ସ୍ଥାନରେ ଏକକାଳୀନ ଏହି ରେଡ୍ କରାଯାଇଥିବା ବେଳେ ବିପୁଳ ପରିମାଣର ସମ୍ପତି ଜବତ ହୋଇଛି । ଟଙ୍କା ଦେଖି ଭିଜିଲାନ୍ସ ଅଧିକାରୀ ଓ କର୍ମଚାରୀ ବି ତାଜୁବ୍…

Read More

ଅଗଷ୍ଟ ପହିଲାରୁ କଳାବ୍ୟାଚ ପିନ୍ଧିବ ଓଡ଼ିଶା ଭେଷଜ ପ୍ରୟୋଗଶାଳା ପ୍ରାଯୁକ୍ତିକ ସଂଘ

ଅଗଷ୍ଟ ପହିଲାରୁ କଳାବ୍ୟାଚ ପିନ୍ଧିବ ଓଡ଼ିଶା ଭେଷଜ ପ୍ରୟୋଗଶାଳା ପ୍ରାଯୁକ୍ତିକ ସଂଘ କଟକ(ଏନ୍‌.ଏମ୍‌.): ସରକାରଙ୍କ ଟାଳଟୁଳ ନୀତି ଓ ୧୦ଦଫା ଦାବିରେ ଓଡ଼ିଶା ଭେଷଜ ପ୍ରୟୋଗଶାଳା ପ୍ରାଯୁକ୍ତିକ ସଂଘ (ଓଡ଼ିଶା ମେଡ଼ିକାଲ ଲ୍ୟାବ ଟେକ୍‌ନିସିଆନ ଆସୋସିଏସନ- ଓଏମଏଲଓଏ) ପକ୍ଷରୁ ଅଗଷ୍ଟ ପହିଲାରୁ କଳାବ୍ୟାଚ ପରିଧାନ ପୂର୍ବକ ପ୍ରତୀକାତ୍ମକ ବିରୋଧ ପ୍ରଦର୍ଶନ କରିବେ ବୋଲି ସୂଚନା ଦିଆଯାଇଛି । ରାଜ୍ୟ ସଂଘ ଡାକରାରେ କଟକ ଜିଲ୍ଲା ସଂଘ ପକ୍ଷରୁ ଭେଷଜ ପ୍ରୟୋଗଶାଳା ପ୍ରାଯୁକ୍ତିକ ସଂଘ କଟକ ଜିଲ୍ଲା ସମ୍ପାଦକ…

Read More