ମାହାଙ୍ଗାରେ ଫାଇଭ-ଟି କାର୍ଯ୍ୟର ସମୀକ୍ଷା କଲେ ଆରଡିସି ଓ ଜିଲ୍ଲାପାଳ
ମାହାଙ୍ଗାରେ ଫାଇଭ-ଟି କାର୍ଯ୍ୟର ସମୀକ୍ଷା କଲେ ଆରଡିସି ଓ ଜିଲ୍ଲାପାଳ କଟକ/ମାହାଙ୍ଗା(ଏନ୍.ଏମ୍.): କଟକ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଅନିଲ ସାମଲ ଓ କଟକ ଜିଲ୍ଲା ପାଳ ଭବାନୀ ଶଙ୍କର ଚୟନି ମାହାଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳ ଗସ୍ତ କରି ବିଭିନ୍ନ ସରକାରୀ ଉନ୍ନୟନ ମୁଳକ କାର୍ଯ୍ୟର ସମୀକ୍ଷା କରିବା ସହ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ପରଖିବା ଘଟଣାକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି । ପ୍ରଥମେ ଏହି ପ୍ରତିନିଧି ଦଳ ପୁରାତନ ଶିକ୍ଷାନୁଷ୍ଠାନ ଝାଡ଼େଶ୍ୱରପୁର ଉଚ୍ଚବିଦ୍ୟାଳୟକୁ ଯାଇ…
