ବିଧାୟିକା ଭାବେ ଶପଥ ଗ୍ରହଣ କଲେ ବର୍ଷା ସିଂ ବରିହା
ବିଧାୟିକା ଭାବେ ଶପଥ ଗ୍ରହଣ କଲେ ବର୍ଷା ସିଂ ବରିହା ଭୁବନେଶ୍ୱର(ଏନ୍.ଏମ୍.): ଓଡ଼ିଶା ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ଆଜି ୧-ପଦ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ବିଧାୟିକା ବର୍ଷା ସିଂ ବରିହାଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ପ୍ରକାଶଯୋଗ୍ୟ ଯେ ବରଗଡ଼ ଜିଲ୍ଲାର ୧-ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଜୟ ରଞ୍ଜନ ସିଂ ବରିହାଙ୍କ ପରଲୋକ ଯୋଗୁଁ ଏହି ବିଧାନସଭା ଆସନଟି ଖାଲି ରହିଥିଲା । ଚଳିତ ମାସ ୫ ତାରିଖ ଦିନ ଏହି ଆସନ…
