କୋଟିଆରେ ପଶିଲେ ବନ୍ଧାହେବେ ଆନ୍ଧ୍ର ଅଧିକାରୀ: ରାଜସ୍ୱମନ୍ତ୍ରୀ
କୋଟିଆରେ ପଶିଲେ ବନ୍ଧାହେବେ ଆନ୍ଧ୍ର ଅଧିକାରୀ: ରାଜସ୍ୱମନ୍ତ୍ରୀ ଭୁବନେଶ୍ୱର(ଏନ୍.ଏମ୍.): କୋଟିଆ ଉପରେ ଆନ୍ଧ୍ରପ୍ରଦେଶର ଲୋଲୁପ ଦୃଷ୍ଟି ନେଇ ଗର୍ଜିଛନ୍ତି ରାଜସ୍ୱ ମନ୍ତ୍ରୀ। ଆନ୍ଧ୍ର ସବୁବେଳେ କୋଟିଆରେ ପ୍ରବେଶ କରି ଲୋକଙ୍କୁ ଭଡ଼କାଉଛି। ଆଉ କୋଟିଆକୁ ନିଜ ରାଜ୍ୟରେ ସାମିଲ କରିବା ପାଇଁ ଗୋଟିଏ ପରେ ଗୋଟିଏ ଚକ୍ରାନ୍ତ ଚଳାଇ ଆସିଛି। କେତେବେଳେ ସରକାରୀ ଯୋଜାନ ଯୋଗାଇ ଦେଉଛି ତ ଆଉ କେତେବେଳେ ନିର୍ବାଚନ କରି ସେଠାରେ ଜନପ୍ରତିନିଧି ତିଆରି କରି ଓଡ଼ିଶା ବିରୋଧରେ ଲୋକଙ୍କୁ ଉସକାଉଛନ୍ତି। ତେବେ…
