ବରିଷ୍ଟ ଫଟୋ ସାମ୍ବାଦିକ ଉମାପ୍ରସାଦ ମିଶ୍ରଙ୍କ ପରଲୋକ

ବରିଷ୍ଟ ଫଟୋ ସାମ୍ବାଦିକ ଉମାପ୍ରସାଦ ମିଶ୍ରଙ୍କ ପରଲୋକ #କଟକ(ଏନ୍‌.ଏମ୍‌.): ବରିଷ୍ଟ ଫଟୋ ସାମ୍ବାଦିକ ଉମାପ୍ରସାଦ ମିଶ୍ରଙ୍କ ୮୭ବର୍ଷ ବୟସରେ ପରଲୋକ ହୋଇଯାଇଛି । ତାଙ୍କର ପରଲୋକଗତ ଖବର ପାଇ କଟକ ସହରର ବହୁ ବୁଦ୍ଧିଜୀବୀ, ସାମ୍ବାଦିକ, ରାଜନେତା ତଥା ଅଞ୍ଚଳର ମୁରବୀମାନେ ପୀଠାପୁର ତାରାଚାନ୍ଦ ପାଟଣାସ୍ଥିତ ବାସ ଭବନରେ ପହଞ୍ôଚ ଶେଷ ଦର୍ଶନ କରିଥିଲେ । ସ୍ୱର୍ଗତ ମିଶ୍ର କେବଳ ଜଣେ ଫଟୋ ସାମ୍ବାଦିକ ଥିଲେ ତାହା ନୁହେଁ ସେ ଏକାଧାରରେ ଲେଖକ ମଧ୍ୟ ଥିଲେ ।…

Read More

ସିଏମସି ବିବାଦ: ବିରୋଧୀ କର୍ପୋରେଟରଙ୍କ ଅହୋରାତ୍ର ଧାରଣା: ସିଏମସି କମିଶନର ଧାରଣାକାରୀ କର୍ପୋରେଟରଙ୍କ ଦାବି ଶୁଣିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ

ସିଏମସି ବିବାଦ: ବିରୋଧୀ କର୍ପୋରେଟରଙ୍କ ଅହୋରାତ୍ର ଧାରଣା ସିଏମସି କମିଶନର ଧାରଣାକାରୀ କର୍ପୋରେଟରଙ୍କ ଦାବି ଶୁଣିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ #କଟକ(ଏନ୍‌.ଏମ୍‌.): ସିଏମସିରେ ଏବେ ଅଶାନ୍ତି ରାଜ କରୁଥିବା ଦେଖିବାକୁ ମିଳିଛି । ଗତକାଲି ଠାରୁ ବିରୋଧୀ କର୍ପୋରେଟରମାନେ ଅହୋରାତ୍ର ଧାରଣାରେ ବସିଥିବାବେଳେ ସେମାନଙ୍କ ଦାବି ପ୍ରତି ଗୁରୁତ୍ୱ ଦିଆଯାଉନଥିବା ଭଳି ସଂଗୀନ ଅଭିଯୋଗ ଉଠିଛି । ସେହିଭଳି ସିଏମସିରେ ଅଫିସର, ମେୟର ଓ କର୍ପୋରେଟରଙ୍କ ମଧ୍ୟରେ ବିବାଦ ମଧ୍ୟ ଲାଗି ରହିଛି । ସହରର ବିଭିନ୍ନ…

Read More

ଆତଙ୍କବାଦୀ ଷଡଯନ୍ତ୍ର ମାମଲା: ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଅବଦୁର ରେହମାନ ସମେତ ୪ ଜଣଙ୍କୁ ମିଳିଲା ଜେଲ୍ ଦଣ୍ଡ

ଆତଙ୍କବାଦୀ ଷଡଯନ୍ତ୍ର ମାମଲା: ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଅବଦୁର ରେହମାନ ସମେତ ୪ ଜଣଙ୍କୁ ମିଳିଲା ଜେଲ୍ ଦଣ୍ଡ ନୂଆଦିଲ୍ଲୀ(ଏଜେନ୍ସି): ଭାରତ ବିରୋଧରେ ଆତଙ୍କବାଦୀ ଷଡଯନ୍ତ୍ର ତଥା ଦେଶଦ୍ରୋହ ମାମଲାରେ ଲିପ୍ତ ଥିବା ଚାରିଜଣଙ୍କୁ ଦୋଷୀ ସାବ୍ୟସ୍ତ ପରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ସଜା ଶୁଣାଇଛନ୍ତି । ସେମାନଙ୍କ ମଧ୍ୟରେ ଓଡ଼ିଶା କଟକ ଜିଲ୍ଲା ଜଗତପୁର ଅଞ୍ଚଳରୁ ଗିରଫ ହୋଇଥିବା ମହମ୍ମଦ ଅବଦୁର ରେହମାନ ମଧ୍ୟ ରହିଛି । ଅବଦୁର ଦୀର୍ଘ ବର୍ଷ ଧରି…

Read More

ମିଶନ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ ସମ୍ମିଳନୀ -୨୦୨୩

ମିଶନ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ ସମ୍ମିଳନୀ -୨୦୨୩ #ଭୁବନେଶ୍ୱର(ଏନ୍‌.ଏମ୍‌.): ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଥିବା ରାଜ୍ୟର ୬ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ଅଧୀନରେ ୭୦ ଲକ୍ଷରୁ ଅଧିକ ମହିଳାଙ୍କୁ ସଶକ୍ତ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ଏବେ ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ (ଏସ୍‌ଏମ୍‌ଇ)ରେ ପରିଣତ କରିବା ନିମନ୍ତେ ଏକ ରୂପାନ୍ତରଣକାରୀ ଯାତ୍ରା ଆରମ୍ଭ କରିବାକୁ ଯାଉଛି । ଏହି କାର୍ଯ୍ୟକ୍ରମକୁ ଆଗେଇ…

Read More

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବରିଷ୍ଠ ଅଧିକାରୀ ସମ୍ମିଳନୀ-୨୦୨୩

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବରିଷ୍ଠ ଅଧିକାରୀ ସମ୍ମିଳନୀ-୨୦୨୩ #ଭୁବନେଶ୍ୱର(ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ କୃଷକମାନଙ୍କ ଆୟବୃଦ୍ଧି ନିମନ୍ତେ ଅଧିକ ଅର୍ଥକରୀ ଫସଲ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି । ସମ୍ପ୍ରତି ରାଜ୍ୟ କ୍ୟାବିନେଟ୍ ଫସଲ ବିବିଧିକରଣ କାର୍ଯ୍ୟକ୍ରମକୁ ଅନୁମୋଦନ କରିଛନ୍ତି । ଏଥିରେ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ, ବିଶେଷ କରି ମେଗା ଉଠା ଜଳସେଚନ ପ୍ରକଳ୍ପର ଆୟକଟ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ।…

Read More

ନାବାଳିକାକୁ ଅସଦାଚରଣ ଓ ହତ୍ୟା ଧମକ : ଜଣେ ଗିରଫ

ନାବାଳିକାକୁ ଅସଦାଚରଣ ଓ ହତ୍ୟା ଧମକ : ଜଣେ ଗିରଫ #ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଥାନା ଅନ୍ତର୍ଗତ ଗୁଜରପୁର ଅଞ୍ଚଳରେ ଜଣେ ନାବାଳିକାକୁ ଅସଦାଚରଣ କରିବା ଅଭିଯୋଗରେ ଜଗତପୁର ଥାନା ପୁଲିସ ଜଣଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି । ଗିରଫ ଅଭିଯୁକ୍ତର ନିଜ ଘର ସାଲେପୁର ହୋଇଥିଲାବେଳେ ତା’ର ନାମ ନୃସିଂହ ଚରଣ ବେହେରା(୪୦) ବୋଲି ଜଣାପଡ଼ିଛି । ନୃସିଂହ ଜଗତପୁର ଥାନା ଅନ୍ତର୍ଗତ ଗୁଜରପୁର ବସନ୍ତ ବିହାରରେ କିଛି ବର୍ଷ ଧରି ରହୁଥିଲା ।…

Read More

ସିଏମସି କାଉନସିଲ ବୈଠକରେ ବିରୋଧୀ କର୍ପୋରେଟରଙ୍କ ହଟ୍ଟଗୋଳ

ସିଏମସି କାଉନସିଲ ବୈଠକରେ ବିରୋଧୀ କର୍ପୋରେଟରଙ୍କ ହଟ୍ଟଗୋଳ #କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମରେ କାଉନସିଲ ବୈଠକ ଆରମ୍ଭରୁ କଂଗ୍ରେସ କର୍ପୋରେଟରମାନ ହଟ୍ଟଗୋଳ କରିଥିଲେ । ୩ଟି ବିଧାନସଭା ନିର୍ବାଚନକୁ ନେଇ ସିଏମସି ଗଠନ ହୋଇଛି । ବିଶେଷ କରି ବାରବାଟୀ-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀଟି ସମ୍ପୂର୍ଣ୍ଣ ଥିବାବେଳେ ଚୌଦ୍ୱାର କଟକ ଏବଂ କଟକ ସଦରର ନିର୍ବାଚନ ମଣ୍ଡଳୀର ଆଂଶିକ ରହିଛି । ସମ୍ପ୍ରତି ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀ ସମ୍ପୂର୍ଣ୍ଣ ସିଏମସି ଅଧିନରେ ଥିଲେ ମଧ୍ୟ ବିଧାୟକଙ୍କୁ ଅଣଦେଖା…

Read More

କୋଣାର୍କ ଏଏସଆଇ ଅଧିକାରୀ ଓ ଠିକାଦାରଙ୍କ ଅସାଧୁ ମେଣ୍ଟ, ମନ୍ଦିର ପରିସରରୁ ୫୦ରୁ ଉର୍ଦ୍ଧ୍ୱ ପୁରୁଣା ଗଛ ଉଭାନ: ଉଚ୍ଚସ୍ତରୀୟ ତଦନ୍ତ ଦାବି

କୋଣାର୍କ ଏଏସଆଇ ଅଧିକାରୀ ଓ ଠିକାଦାରଙ୍କ ଅସାଧୁ ମେଣ୍ଟ ମନ୍ଦିର ପରିସରରୁ ୫୦ରୁ ଉର୍ଦ୍ଧ୍ୱ ପୁରୁଣା ଗଛ ଉଭାନ: ଉଚ୍ଚସ୍ତରୀୟ ତଦନ୍ତ ଦାବି #କୋଣାର୍କ (ଏନ୍‌.ଏମ୍‌.): ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ଦାୟିତ୍ୱରେ ଥିବା ସ୍ଥାନୀୟ ଏଏସଆଇ ଅଧିକାରୀ ଓ ପ୍ରାଚୀର ନିର୍ମାଣ କାର୍ଯ୍ୟ କରୁଥିବା ଠିକାଦାରଙ୍କ ଅସାଧୁମେଣ୍ଟ ଓ ମଧୁଚନ୍ଦ୍ରିକା ନୀତି ଏବେ ପଦାରେ ପଡ଼ିଛି । ଏଥି ପାଇଁ ସୂର୍ଯ୍ୟ ମନ୍ଦିର ପରିସରରେ ଥିବା ୫୦ରୁ ଉର୍ଦ୍ଧ୍ୱ ପୁରୁଣା ଗଛ ରାତିଅଧିଆ ଭାବେ…

Read More

ସର୍ବୋଚ୍ଚ ନ୍ୟାୟାଳୟରେ ଶପଥ ନେଲେ ୨ ନୂଆ ବିଚାରପତି, ପୂରଣ ହେଲା ସବୁ ପଦବୀ

ସର୍ବୋଚ୍ଚ ନ୍ୟାୟାଳୟରେ ଶପଥ ନେଲେ ୨ ନୂଆ ବିଚାରପତି, ପୂରଣ ହେଲା ସବୁ ପଦବୀ ନୂଆଦିଲ୍ଲୀ(ଏଜେନ୍ସି): ସର୍ବୋଚ୍ଚ ନ୍ୟାୟାଳୟରେ ଆଜି ୨ ଜଣ ନୂଆ ବିଚାରପତି ଶପଥ ଗ୍ରହଣ କରିଛନ୍ତି । ଜଷ୍ଟିସ ରାଜେଶ ବିନ୍ଦଲ୍ ଓ ଜଷ୍ଟିସ ଅରବିନ୍ଦ କୁମାର ନୂଆ ବିଚାରପତି ଭାବେ ଶପଥ ନେଇଛନ୍ତି । ଉଭୟଙ୍କ ଶପଥ ଗ୍ରହଣ ସହ ସୁପ୍ରିମକୋର୍ଟରେ ବିଚାରପତି ଆସନ ପୂର୍ଣ୍ଣ ହୋଇଛି । ସୁପ୍ରିମକୋର୍ଟରେ ପ୍ରଧାନ ବିଚାପତିଙ୍କ ସମେତ ମୋଟ ୩୪ ଟି ବିଚାରପତି ଆସନ…

Read More

ରାଜ୍ୟରେ ବନ୍ୟଜନ୍ତୁ ନୁହଁନ୍ତି ସୁରକ୍ଷିତ : ଆଠଗଡ଼ ଅଞ୍ଚଳରେ ପୁଣି ଏକ ଦନ୍ତାର ମୃତ ଦେହ ଠାବ

ରାଜ୍ୟରେ ବନ୍ୟଜନ୍ତୁ ନୁହଁନ୍ତି ସୁରକ୍ଷିତ : ଆଠଗଡ଼ ଅଞ୍ଚଳରେ ପୁଣି ଏକ ଦନ୍ତାର ମୃତ ଦେହ ଠାବ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଆଖି ବୁଜିଲା ଗଜରାଜ ! #ଆଠଗଡ଼/ ଚୌଦ୍ୱାର/ କଟକ(ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟରେ ବନ୍ୟଜନ୍ତୁ ସୁରକ୍ଷିତ ନଥିବା ଦେଖିବାକୁ ମିଳୁଛି । କେଉଁଠି ହରିଣ, ବାରହା ମୃତ୍ୟୁ ଦେଖିବାକୁ ମିଳୁଛି ତ ଆଉ କେଉଁଠି ଗଜରାଜ । ତେବେ ରାଜ୍ୟରେ ବର୍ତ୍ତମାନ ହାତୀ ମୃତ୍ୟୁ ଘଟଣା ଦିନକୁ ଦିନ ଯେଭଳି ବୃଦ୍ଧି ପାଉଛି ବୋଧହୁଏ…

Read More

ଆଡଗଡ଼ ଅଞ୍ଚଳରେ ଗୁଳି ମାଡ ୩ ଆହତ

ଆଡଗଡ଼ ଅଞ୍ଚଳରେ ଗୁଳି ମାଡ ୩ ଆହତ #ଆଠଗଡ଼(ଏନ୍‌.ଏମ୍‌.): ଆଠଗଡ ଥାନା ଅଞ୍ଚଳରେ ଗୁଳିମାଡ଼ । ଜେନାପଦା ଦେଶ ମଝି ସାହିରେ ଗୁଳିମାଡ । ଗୁଳିମାଡ଼ର କାରଣ ଅସ୍ପଷ୍ଟ । ଗୁଳିମାଡ଼ରେ ୩ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ସମସ୍ତଙ୍କୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ଆହତ ମାନଙ୍କ ମଧ୍ୟରେ ବଂଶୀଧର ନାୟକ, ଜିତେନ୍ଦ୍ର ନାୟକ ଦୀନବନ୍ଧୁ ନାୟକ…

Read More

ଓଏମପି ପ୍ରିମିୟର ଲିଗର ଷଷ୍ଠ ସଂସ୍କରଣ ଉଦ୍‌ଯାପିତ

ଓଏମପି ପ୍ରିମିୟର ଲିଗର ଷଷ୍ଠ ସଂସ୍କରଣ ଉଦ୍‌ଯାପିତ #କଟକ(ଏନ୍‌.ଏମ୍‌.): ଓଏମ୍‌ପି ଗୋର୍ଖା କଲୋନୀ ପଡିଆ ଠାରେ ଓଏମ୍‌ପି ପ୍ରିମିୟର ଲିଗର ଷଷ୍ଠ ସଂସ୍କରଣ ଉଦ୍‌ଯାପିତ ହୋଇ ଯାଇଅଛି । ଏହି ଉଦଯାପନୀ ଉତ୍ସବରେରେ ଚୌଦ୍ୱାର-କଟକ ପୁର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ୩୮ନମ୍ବର ୱାର୍ଡର ବିଜୁ ଜନତା ଦଳର ସଭାପତି ସତ୍ୟବ୍ରତ ପଟ୍ଟନାୟକ, ୩୮ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ଅନିଲ ନୀଳାଦ୍ରି, ବିଜୁ ଛାତ୍ର ଜନତା ଦଳର କଟକ ଜିଲ୍ଲା କାର୍ଯ୍ୟକାରୀ ସଭାପତି ସିଦ୍ଧାର୍ଥ କୁମାର ନାୟକ…

Read More