ଉଡାଣ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ବନମହୋତ୍ସବ
ଉଡାଣ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ବନମହୋତ୍ସବ କଟକ(ଏନ୍.ଏମ୍.): ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉଡାଣ, କଟକ ଜିଲ୍ଲା ପ୍ରଶାସନ ଓ ଶିକ୍ଷା ବିଭାଗ ସହଯୋଗରେ ୭୨ତମ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ବ୍ୟାପକ ବୃକ୍ଷରୋପଣ ଦ୍ୱାରା ସୁସ୍ଥ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ରେଭେନ୍ସା କଲିଜିଏଟ ସ୍କୁଲ ପରିସରରେ ଉଡାଣ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା । କାର୍ଯ୍ୟକ୍ରମରେ କଟକ ଡିଭିଜନ ଡିଏଫଓ ସଞ୍ଜୟ ସ୍ୱାଇଁ…
