୫ଟି ସଚିବଙ୍କ ଗସ୍ତକୁ ନେଇ କଟକ ସଦର ବିଜେଡି ପକ୍ଷରୁ ପ୍ରସ୍ତୁତି ବୈଠକ

୫ଟି ସଚିବଙ୍କ ଗସ୍ତକୁ ନେଇ କଟକ ସଦର ବିଜେଡି ପକ୍ଷରୁ ପ୍ରସ୍ତୁତି ବୈଠକ

News by Umakanta Jena (Cuttack)

#କଟକ(ଏନ୍‌.ଏମ୍‌.): ରାଜ୍ୟର ବିକାଶ ପଥକୁ ଆଗେଇ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ୫ଟି ସଚିବ ଭି.କେ. ପାଣ୍ଡିଆନ ସମଗ୍ର ରାଜ୍ୟ ପରିକ୍ରମଣ କରୁଛନ୍ତି । ଏହି ଅବସରରେ କଟକ ସଦର ଅଞ୍ଚଳର ବିଭିନ୍ନ ସ୍ଥାନ ଓ ପ୍ରାଚୀନ ଶୈବପୀଠ ବାବା ପରମହଂସ ପୀଠର ଉନ୍ନତିକରଣ ନିମନ୍ତେ ଆସନ୍ତା ୯ତାରିଖରେ ୫ଟି ସଚିବ ଶ୍ରୀ ପାଣ୍ଡିଆନଙ୍କ ଗସ୍ତକୁ ନେଇ କଟକ ସଦର ବିଜେଡି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଟକ ସଦର ବିଜେଡି ସଭାପତି ପ୍ରମୋଦ ମହାପାତ୍ର, କଟକ ଜିଲ୍ଲା ଉପସଭାପତି ସମର ବେହେରା, ବିଧାୟକଙ୍କ ବ୍ଲକ୍ ପ୍ରତିନିଧି ବିଭୂତି ପରିଡ଼ା, କଟକ ସଦର ବିକାଶ ମଞ୍ଚର ସଭାପତି ସୁବୋଧ ବେହେରା, ଜିଲ୍ଲା ପରିଷଦ ଉପାଧକ୍ଷା ସୁଭଦ୍ରା ଦାସ, ପ୍ରଦୀପ ମାହାଳୀ, ରଜନୀ ସାହୁ, ଶରତ ରାୟ, ପବିତ୍ର କୁମାର ମିଶ୍ର, ଦଇତାରୀ ବେହେରା, ବଳରାମ ଦାସ, ଅଶୋକ ପାତ୍ର, ବବିତା ବେହେରା, ହିମାଂଶୁ ଦାସଙ୍କ ସମେତ ବହୁ କର୍ମକର୍ତ୍ତା ଏବଂ ପରମହଂସ କମିଟିର ସମସ୍ତ ସଦସ୍ୟ ବୃନ୍ଦ ଉପସ୍ଥିତ ରହି ସଦର ଅଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସ୍ଥାନୀୟ ବିଧାୟକ ଚନ୍ଦ୍ରସାରଥୀ ବେହେରାଙ୍କୁ କୃତଜ୍ଞତା ଜଣାଇଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *