ସିଏମସି ୪୮ନମ୍ବର ୱାର୍ଡରେ ବିଜେଡ଼ି କର୍ମି ସମ୍ମିଳନୀ

ସିଏମସି ୪୮ନମ୍ବର ୱାର୍ଡରେ ବିଜେଡ଼ି କର୍ମି ସମ୍ମିଳନୀ

ଫଟୋ- ପଦ୍ମଲୋଚନ ମିଶ୍ର

ଜଗତପୁର (ଏନ୍‌.ଏମ୍‌.): କଟକ ମହାନଗର ନିଗମ ୪୮ନମ୍ବର ୱାର୍ଡରେ ବିଜେଡି ପକ୍ଷରୁ କର୍ମୀସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଜଗତପୁରସ୍ଥିତ ଆଇବି ରୋଡ ଜେମାମଣି ମଣ୍ଡପରେ ଆୟୋଜିତ ଏହି କର୍ମୀ ସମ୍ମିଳନୀରେ ଚୌଦ୍ୱାର କଟକ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ମୁଖ୍ୟଅତିଥି ଭାବେ ଯୋଗଦେଇ ସିଏମସି ନିର୍ବାଚନରେ ବିଜୁ ଜନତା ଦଳର କର୍ପୋରେଟର ପ୍ରାର୍ôଥନୀ ଚୟନ ସମ୍ପର୍କରେ ଉପସ୍ଥିତ ଦଳୀୟ କର୍ମକର୍ତ୍ତା ଓ ସଦସ୍ୟ ମାନଙ୍କ ଠାରୁ ମତାମତ ଗ୍ରହଣ କରିଥିଲେ । ଏହି ସମ୍ମିଳନୀରେ ଯେଉଁ ପ୍ରାର୍ଥିନୀଙ୍କ ନାମ ଚୟନ ହେବ ତାହାକୁ ସମସ୍ତ କର୍ମକର୍ତ୍ତା ଓ ସଭ୍ୟ ମାନେ ମାନିନେବେ ବୋଲି ବୈଠକରେ ସହମତି ପ୍ରକାଶ ପାଇଥିଲା । ଏହି ସମ୍ମିଳନୀର ମୁଖ୍ୟତଃ ବିଜେଡିର ୪ ଜଣ ଆଶାୟୀ ପାର୍ଥିନୀଙ୍କ ମଧ୍ୟରୁ ଜଣଙ୍କୁ ବଛାଯିବା ପାଇଁ ଏହି ବୈଠକ ଅନୁଷ୍ଟିତ ହୋଇଥିଲା । ଆଶାୟୀ ପ୍ରାର୍ଥିନୀଙ୍କ ମଧ୍ୟରେ ଗୋପା ସାମଲ, ମୋନାଲିସା ଶୁକ୍ଲ, ନଳିନୀ ଶୁକ୍ଳ ଓ ପ୍ରତିଭା ବେହେରା ରେସରେ ଥିବାବେଳେ କାହାକୁ ଦଳୀୟ ଟିକେଟ ମିଳିବ ଏ ନେଇ ଅଙ୍କ କଷା ଚାଲିଛି । ଏହି ସଭାରେ ୱାର୍ଡ ସଭାପତି ବିଜୟ ଭୂୟାଁ, ତାପସ ମହାନ୍ତି, ବନ ବିହାରୀ ଦଳାଇ, ଲଳିତେନ୍ଦୁ ଶତପଥି, ନାଗେଶ୍ୱର ବେହେରା ,ଐଶ୍ୱର୍ଯ୍ୟା ପଣ୍ଡା, ଫକୀର ଦଳାଇ, ପ୍ରତାପ ପଣ୍ଡା, ସୁବାସ ଚନ୍ଦ୍ର ସ୍ୱାଇଁ, କାଳିକିଙ୍କର ମୁଖାର୍ଜୀ, ବିଭୁତି ବେହେରା ଓ ୱାର୍ଡ ମହିଳା ସଭାପତି ଇତିଶ୍ରୀ ପଣ୍ଡା, ପୂର୍ବତନ କର୍ପୋରେଟର ଅନିତା ମହାନ୍ତି, ଦିପାସ୍ମିତା ଗିରି, ସୁସ୍ମିତା ଭଦ୍ରାଙ୍କ ସହ ଶତାଧିକ ମହିଳା ଓ ଯୁବକ କର୍ମକର୍ତ୍ତାଙ୍କ ସହ ୪ଶହରୁ ଉର୍ଦ୍ଧ ବିଜେଡି କର୍ମକର୍ତ୍ତା ଉପସ୍ଥିତ ଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *