ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ ଓ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଟ୍ରଷ୍ଟର ୬ଷ୍ଠ ସ୍ୱନକ୍ଷତ୍ର ଦିବସ

ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନ ଓ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଟ୍ରଷ୍ଟର ୬ଷ୍ଠ ସ୍ୱନକ୍ଷତ୍ର ଦିବସ


ଭୁବନେଶ୍ୱର(ଏନ୍‌.ଏମ୍‌.): ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନର ସ୍ୱନକ୍ଷତ୍ର ଦିବସ ପାଳନ ସହ ୭୨ତମ ବନମହୋତ୍ସବ ସ୍ଥାନୀୟ ଖାରବେଳ ନଗରସ୍ଥିତ ଶିକ୍ଷକ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ମେୟର ତଥା ବିଧାୟକ ଅନନ୍ତ ନାରାୟଣ ଜେନା ଓ ଗଣଶିକ୍ଷାମନ୍ତ୍ରୀଙ୍କ ଧର୍ମପତ୍ନୀ ତଥା ଶିକ୍ଷୟିତ୍ରୀ ସଂଗୀତା ଦାସ, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ସାଂସଦ ପ୍ରଫେସର ପ୍ରସନ୍ନ ପାଟ୍ଟଶାଣୀ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଭାପତି,ନିଶିଗନ୍ଧା ସାହିତ୍ୟ ସଂସଦ ଓ ଚଳଚିତ୍ର ଲେଖକ ଡକ୍ଟର ରଜନୀ ରଞ୍ଜନ ଦାଶ, ପଦ୍ମନାଭ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ । ନାରୀ ସଶକ୍ତିକରଣ ସଂଗଠନ ସଭାପତି କୌଶଲ୍ୟା ବେଉରିଆ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଶିକ୍ଷକ ଶ୍ରୀଯୁକ୍ତ ଚକ୍ରଧର ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟଅତିଥି ଶ୍ରୀ କାନୁନଗୋ ନିଶିଗନ୍ଧାର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହିତ ଆଜିର ଦିନରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଏକ ମହତ କାର୍ଯ୍ୟ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ପ୍ରତିଷ୍ଠାନର ପ୍ରତିଷ୍ଠାତା ବଳରାମ ତରାଇ କାର୍ଯ୍ୟକ୍ରମର ମହତ ଉଦ୍ଦେଶ୍ୟ ସମ୍ପର୍କରେ ସମ୍ୟକ ଆଲୋକପାତ କରିଥିଲେ । ନିଶିଗନ୍ଧା ପ୍ରତିଷ୍ଠାନ ପରିବାରର ମୁଖ୍ୟ ସମ୍ପାଦିକା ନିଶିଗନ୍ଧା ଖବର କାଗଜର ସମ୍ପାଦିକା ସରସ୍ୱତୀ ନାୟକ, ରାଜ୍ୟ ମୁଖ୍ୟ ପୃଷ୍ଠପୋଷକ କରୁଣାକର ମଲ୍ଲିକ, ଶ୍ରୀ ଜଗନ୍ନାଥ ସେବା ପ୍ରତିଷ୍ଠାନର ଉପସଭାପତି ଗୋବିନ୍ଦ ଚନ୍ଦ୍ର ଫାରକ, ନିଶିଗନ୍ଧା ଖବର ସହ ସମ୍ପାଦକ ସନ୍ତୋଷ କୁମାର ପାଢୀ, ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଉପସଭାପତି-ଚକ୍ରଧର ତ୍ରିପାଠୀ, ରାଜ୍ୟ ପୃଷ୍ଠପୋଷକ ଇଂ. ଅର୍ଚ୍ଚନା ଦାଶ , ଦୁଷ୍ମନ୍ତ ସାହୁ ଯୋଗଦେଇଥିଲେ । ଶେଷରେ ଗୋଟିଏ ଗଛ କୋଟିଏ ଜୀବନ କୁ ଆଧାର କରି ଅତିଥିମାନଙ୍କ ସହଯୋଗରେ ବୃକ୍ଷରୋପଣ କରାଯାଇଥିଲା ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *