ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀର ୪୫ତମ ବାର୍ଷିକ ଉତ୍ସବ

ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀର ୪୫ତମ ବାର୍ଷିକ ଉତ୍ସବ


କଟକ(ଏନ୍‌.ଏମ୍‌.): ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ କଟକର ମୁଖ୍ୟ ସମ୍ପାଦକ କବିସାରଥୀ ଡକ୍ଟର ଗିରିଜା ଶଙ୍କର ଶ୍ରୀଚନ୍ଦନ ମହାପାତ୍ରଙ୍କ ପୌରୋହିତରେ ଆର୍ଯ୍ୟକବି ପଣ୍ଡିତ ଡଃ. ପ୍ରମୋଦ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ (କଟକ), ଅଗ୍ନୀସ୍ଫୁଲିଙ୍ଗ (ରାଉରକେଲା) ଓ ଓଡିଶା ପୂଜ୍ୟପୁଜା ପରିଷଦ (କଟକ) ଆନୁକୂଲ୍ୟରେ ଦିବସ ବ୍ୟାପି ୪୫ତମ ରାଜ୍ୟସ୍ତରୀୟ ଲେଖକ,କବି ଓ କଳାକାର ସମାବେଶ, କବିତା ପାଠ, ପୁସ୍ତକ ଉନ୍ମୋଚନ, ସାଧାରଣ ସଭା ଓ ସାରସ୍ୱତ ସମ୍ବର୍ଦ୍ଧନା ମହୋତ୍ସବ କଟକ ସ୍ଥିତ କର୍ମବୀର ଗୌରୀଶଙ୍କର ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଉତ୍ସବରେ ଉଦ୍ଘାଟକ ଭାବେ ନୀଳଗିରିର ରାଜାସାହେବ ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ଓ ନୀଳଗିରିର ରାଣୀସାହେବା ମନୋଜା ମଞ୍ଜରୀ ଦେବୀ ଯୋଗଦେଇଥିବା ବେଳେ ମୁଖ୍ୟଅତିଥି ଭାବେ ବରିଷ୍ଠ କବି ତଥା ପ୍ରାକ୍ତନ ସାଂସଦ ଡକ୍ଟର ପ୍ରସନ୍ନ ପାଟ୍ଟଶାଣୀ, ମୁଖ୍ୟ ବକ୍ତା ଭାବେ ଡାକ୍ତର ସଂଗ୍ରାମ କେଶରୀ ସାମନ୍ତରାୟ ସମନ୍ନିତ ଅତିଥି ଭାବେ ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଭାପତି ହୁସେନରବି ଗାନ୍ଧୀ ଓ ସମ୍ମାନିତ ବକ୍ତା ଭାବେ ଗୋପୀନାଥ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ନୃଶିଂହାନନ୍ଦ ମହାପାତ୍ର ୟୋଗ ଦେଇଥିଲ । ପ୍ରଥମ ଅଧିବେଶନରେ ନବକିଶୋର ବେହେରା, ସୁଶାନ୍ତ କୁମାର ନାୟକ, ସୁକାନ୍ତୀ ସାହୁ ଓ ଚାରୁଲତା ଭୂୟାଁଙ୍କ ସଂଯୋଜନାରେ ରାଜ୍ୟର କୋଣଅନୁକୋଣରୁ ଆସିଥିବା କବି ଓ କବୟତ୍ରୀମାନଙ୍କ ଦ୍ୱାରା ସ୍ୱରଚିତ କବିତା ପାଠ କରାଯିବା ସହିତ ମା ମଙ୍ଗଳା ଡ୍ୟାନ୍ସ ଏକାଡେମୀ, ଜଗସିଂହପୁର ଆସିଥିବା କଳାକାରମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ ପାରଦର୍ଶୀତା ଲାଭ କରିଥିବା ବ୍ୟକ୍ତିବିଶେଷଙ୍କୁ ମାନପତ୍ର ଓ ଉତ୍ତରୀୟ ଦ୍ୱାରା ସମ୍ବର୍ଦ୍ଧନା କରାଯାଇଥିଲା ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *