ଭାରତୀୟ ପ୍ରବାସୀ ପରିଷଦ ସଙ୍ଘ ତରଫରୁ କୁଏତରେ ମାଗଣା ସ୍ୱାସ୍ଥ୍ୟ ଶିବିର

ଭାରତୀୟ ପ୍ରବାସୀ ପରିଷଦ ସଙ୍ଘ ତରଫରୁ କୁଏତରେ ମାଗଣା ସ୍ୱାସ୍ଥ୍ୟ ଶିବିର


କୁଏତ(ଏଜେନ୍ସି): କୁଏତର ଫରୱାନିଆ, ଅଞ୍ଚଳରେ ଅବସ୍ଥିତ ବାଦ୍ଦର ଅଲ ସାମା ମେଡିକାଲ ସେଣ୍ଟର ଏବଂ ଭାରତୀୟ ପ୍ରଭାସୀ ପରିଷଦ (ବିପିପି) ସଙ୍ଘର ମିଳିତ ସହଯୋଗରେ ଏକ ମାଗଣା ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ସକାଳ ୧ ଟାରୁ ଅପରାହ୍ନ ୭ଟା ପର୍ଯ୍ୟନ୍ତ ପରିଚାଳିତ ହୋଇଥିଲା । ଏହି ମହତ୍ୱ କାର୍ଯ୍ୟକ୍ରମରେ, ମୁଖ୍ୟଅତିଥି ଡାକ୍ତର ସୌମ୍ୟା ଆର. ସେଠି, ସମାଜସେବୀ ମନୋଜ ମାଲେବିକାର, ପୂର୍ବତନ ରୋଟାରୀ କ୍ଲବ ସଭାପତି ନାଗରାଜ ତାନ୍ତ୍ରି ପ୍ରମୁଖ ଯୋଗଦେଇ ଥିଲେ । ଭାରତୀୟ ପ୍ରବାସୀ ପରିଷଦ ସଙ୍ଘ ଯୁଗ୍ନ ସଚିବ ରାଜ ଭଣ୍ଡାରୀ ସଭା ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଭାରତୀୟ ପ୍ରବାସୀ ପରିଷଦ ସଙ୍ଘ ସମସ୍ତ କେନ୍ଦ୍ରୀୟ କମିଟି ସଭାପତି ବିନୟ ସେବାଷ୍ଟୀୟନ, ଏରିଆ ସଭାପତି ବିଶ୍ୱ ରଞ୍ଜନ ସାହୁ, ସାଧାରଣ ସମ୍ପାଦକ ସୁଧୀର ମେନନ, ଶ୍ରୀ ବିନୋଦ,ଉପସଭାପତି ସମ୍ପଥ, ଯୁଗ୍ମ ସମ୍ପାଦକ ଶ୍ରୀ ରାଜୀବ, ଶ୍ରୀ କାର୍ତିକେୟନ, ରେଶ୍ମି ନବୀନ, ଶ୍ରୀ ସନ୍ତୋଷ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଭାରତୀୟ ପ୍ରବାସୀ ପରିଷଦ ଓଡିଶାର କାର୍ଯକାରିଣୀ କମିଟି ସଦସ୍ୟ ଘନଶ୍ୟାମ ପଲାଇ, ଜିତେନ୍ଦ୍ର କୁମାର ଜେନା, ଅଶୋକ କୁମାର ସ୍ୱାଇଁ ପ୍ରମୁଖ ସହଯୋଗ କରିଥିଲେ ।
ସୂଚନା ଯୋଗ୍ୟ ଯେ, କୁଏତର ସମାଜ ସେବୀ ତଥା ବିପିପି ଏରିଆ ସଭାପତି, ଭାରତ ସେବା ଦର୍ଶନ ଅଧ୍ୟକ୍ଷ, ଶ୍ରୀ ସାହୁ ୱାର୍ଲଡ ହ୍ୟୁମାନ ରାଇଟ କମିଶନ, ମୋ ସହାୟ, ବସୁଧା, ଜଗନ୍ନାଥ ସମିତି, ବିଭିନ୍ନ ସାମାଜିକ ଓ ଜନକଲ୍ୟାଣ କାର୍ଯ୍ୟକ୍ରମରେ ପ୍ରତ୍ୟକ୍ଷ ଓ ନିସ୍ୱାର୍ଥପର ମନୋଭାବ ସେବାରେ ବିଭିନ୍ନ ସାମାଜିକ ଜନକଲ୍ୟାଣ ନିୟୋଜିତ ହୋଇ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରି ଆସୁଛନ୍ତି । ଏଥି ନିମନ୍ତେ ବିଭିନ୍ନ ବର୍ଗର ଜନ ସାଧାରଣ, ସଙ୍ଘଠନର କର୍ମକର୍ତ୍ତା, ବରିଷ୍ଟ ଉପଦେଷ୍ଟା ଓଡ଼ିଆ ଭାଇମାନେ, ଭାରତୀୟ ପ୍ରବାସୀ ପରିଷଦ କୁଏତର ସଭାପତି, ଉପ ସଭାପତି ସାଧାରଣ ସମ୍ପାଦକ, ଯୁଗ୍ମ ସଚିବ, ସମସ୍ତ କେନ୍ଦ୍ରୀୟ କମିଟିର ସଭ୍ୟବୃନ୍ଦ, ଓଡିଶା ଓ ଭାରତର ବିଭିନ୍ନ ସ୍ୱେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ନିଜର ଆନ୍ତରିକ ଶୁଭେଚ୍ଛା ସହିତ ଆଗକୁ ଏପରି ଅନେକ ମାନବ ସେବାରେ କାମ କରିବାର ଶକ୍ତି ପ୍ରଦାନ କରିବାକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ନିକଟରେ ସମସ୍ତେ ପାର୍ଥନା କରିଥିଲେ । ଏହି ମାଗଣା ଚିକତ୍ସା ଶିବିରରେ ସହଯୋଗ କରିଥିବା ସମସ୍ତ ସ୍ୱେଛାସେବୀ, ଭାରତୀୟ ପ୍ରବାସୀ ପରିଷଦର ସମସ୍ତ କେନ୍ଦ୍ରୀୟ କମିଟିର ସଭ୍ୟ ଓ ସମ୍ପୂର୍ଣ ନିସ୍ୱାର୍ଥପର ସେବାରେ ନିୟୋଜିତ ଓ ପରିଚାଳନା କରିଥିବା ବାଦର ଅଲ ସାମା ମେଡିକାଲ କୁଏତର ସମସ୍ତ କର୍ମକର୍ତ୍ତାଙ୍କୁ, ଭାରତୀୟ ପ୍ରବାସୀ ପରିଷଦ ସଙ୍ଘର ଏରିଆ ସଭାପତି, ଶ୍ରୀ ସାହୁ ନିଜର ଆନ୍ତରିକ ଶୁଭେଚ୍ଛା ପ୍ରଦାନ କରିଥିଲେ ।

🤖 AI Quick Summary

Click the button to generate AI summary.

One thought on “ଭାରତୀୟ ପ୍ରବାସୀ ପରିଷଦ ସଙ୍ଘ ତରଫରୁ କୁଏତରେ ମାଗଣା ସ୍ୱାସ୍ଥ୍ୟ ଶିବିର

Leave a Reply to Raj Cancel reply

Your email address will not be published. Required fields are marked *