ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନ ଦ୍ୱାରା “ବିଶେଷସ୍ୱଚ୍ଛ ଭାରତ ଅଭିଯାନ’ କାର୍ଯ୍ୟକ୍ରମ

ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନ ଦ୍ୱାରା ‘ବିଶେଷସ୍ୱଚ୍ଛ ଭାରତ ଅଭିଯାନ’ କାର୍ଯ୍ୟକ୍ରମ


ନିମାପଡ଼ା(ଏନ୍‌.ଏମ୍‌.): ଭାରତୀୟ ଜଳ ପ୍ରବନ୍ଧନ ସଂସ୍ଥାନ ଦ୍ୱାରା ନିମାପଡ଼ା ବ୍ଲକର ଶେଉଳସାହି ଗ୍ରାମରେ ‘ସ୍ୱଚ୍ଛ ଭାରତ ଅଭିଯାନ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂସ୍ଥାନ ତରଫରୁ ବୈଜ୍ଞାନିକ ଡ. ହେମନ୍ତ କୁମାର ଦାଶ, ଡ. ସନାତନ ପ୍ରଧାନ, ଡ. ଦେବବ୍ରତ ସେଠୀ ଏବଂ ଡ. ରୁମେଶ କୁମାର ଜେନା ପ୍ରମୁଖ ଉପସ୍ଥିତ ରହି କୃଷି ଏବଂ ଗୃହଯାତ ଜୈବ ବର୍ଜ୍ୟ ବସ୍ତୁରୁ ଜିଆଖତ ଏବଂ କମ୍ପୋଷ୍ଟ ବନାଇବାର ବିଭିନ୍ନ ବୈଜ୍ଞାନିକ ପଦ୍ଧତି ଉପରେ ଆଲୋକପାତ କରିଥିଲେ । ବର୍ଜ୍ୟ ବସ୍ତୁକୁ ଧନରେ ରୂପାନ୍ତରଣ ସନ୍ଦର୍ଭରେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଦ୍ୱାରା ପ୍ରସ୍ତୁତ ଶିକ୍ଷାତ୍ମକ ଭିଡ଼ିଓ ମଧ୍ୟ ପ୍ରଦର୍ଶନ କରାଯାଇଥିଲା । ଡ. ସୁବୋଧ କର୍ଣ୍ଣ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ପ୍ରାୟ ୧୦୦ ଜଣ ମହିଳା କୃଷକ ବ୍ୟବସାୟିକ ଭିତ୍ତିରେ ଜିଆ ଖତ ପ୍ରସ୍ତୁତି ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଏହି ଅବସରରେ ଡିହବାଡ଼ି ଏବଂ ଶେଉଳସାହି ଗ୍ରମବାସୀମାନଙ୍କୁ ଚକଲଗା ଡଷ୍ଟବିନ ପ୍ରଦାନ କରାଯାଇଥିଲା ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *