ବିଭିନ୍ନ ଦାବି ନେଇ ଆଶା କର୍ମୀଙ୍କ ରାସ୍ତା ଅବରୋଧ

ବିଭିନ୍ନ ଦାବି ନେଇ ଆଶା କର୍ମୀଙ୍କ ରାସ୍ତା ଅବରୋଧ


ନରସିଂହପୁର(ଏନ୍‌.ଏମ୍‌.): ବିଭିନ୍ନ ଦାବି ନେଇ ଆଜି କଟକ ଜିଲ୍ଲା ନରସିଂହପୁର ପଞ୍ଚମୁହିଁ ଛକ ଠାରେ ଆଶା କର୍ମୀମାନେ ରାସ୍ତା ଅବରୋଧ କରିଛନ୍ତି । ନରସିଂହପୁରରେ କାର୍ଯ୍ୟରତ ଆଶା କର୍ମୀମାନେ ଦୀର୍ଘ ଦିନ ଧରି ଦାବି କରିଆସୁଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ବାଧ୍ୟ ହୋଇ କର୍ମୀମାନେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି । ବିପିଏମ (ବ୍ଲକ ପ୍ରୋଗ୍ରାମ ମ୍ୟାନେଜର)ଙ୍କ ବଦଳି ବାତିଲ ଦାବିକରି ରାସ୍ତା ଅବରୋଧ କରିଛନ୍ତି ।
ସୂଚନା ଅନୁଯାୟୀ ନରସିଂହପୁର ବ୍ଲକରେ ଥିବା କାନପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଥିବା ବିପିଏମଙ୍କର ଅନ୍ୟତ୍ର ବଦଳି ହୋଇଯାଇଛି । ତବେ ତରଙ୍କର ବଦଳି ବାତିଲ କରି ପୁନର୍ବାର କାନପୁର ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ରରେ ପୁନଃ ଅବସ୍ଥାପିତ କରିବା, ନରସିଂହପୁର ବ୍ଲକରେ ଥିବା ୧୩ ଗୋଟି ଉପ ସ୍ୱାସ୍ଥ୍ୟ କେନ୍ଦ୍ରରେ ଖାଲି ପଡିଥିବା ଏଏନଏମ ପଦବୀ ପୂରଣ କରିବା ଏବଂ ଡେପୁଟେସନରେ କଟକ ଯାଇ କାମ କରୁଥିବା ଏଏନଏମମାନଙ୍କୁ ପୁଣି ସେମାନେ କାର୍ଯ୍ୟ କରୁଥିବା ଉପ ସ୍ୱାସ୍ଥ୍ୟ କେନ୍ଦ୍ର ମାନଙ୍କରେ ଅବସ୍ଥାପିତ କବିବା ଭଳି ବିଭିନ୍ନ ପ୍ରକାର ଦାବି ନେଇ କଟକ ନରସିଂହପୁର ମୁଖ୍ୟ ରାସ୍ତା ରାଜ୍ୟ ରାଜପଥ ୬୫ ଓ ନରସିଂହପୁର ଅନୁଗୁଳ ମୁଖ୍ୟ ରାସ୍ତାକୁ ନରସିଂହପୁର ଆଶା କର୍ମୀ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା ।ସେମାନଙ୍କର ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେମାନେ ରାସ୍ତା ଅବରୋଧରୁ ହଟିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି । ଘଟଣା ସ୍ଥଳରେ ନରସିଂହପୁର ପୁଲିସ ଓ ନରସିଂହପୁର ତହସିଲଦାର ପହଞ୍ଚି ଆଶାକର୍ମୀମାନଙ୍କୁ ବୁଝାସୁଝା କରିବା ପରେ ମଧ୍ୟ ସେମାନେ ରାସ୍ତା ଅବରୋଧରୁ ବିରତ ହୋଇଥିଲେ । ତେବେ ଦୀର୍ଘ ସମୟ ଧରି ରାସ୍ତା ଅବରୋଧ ଯୋଗୁଁ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡି ସବୁ ଅଟକି ରହିଥିଲା ।

Leave a Reply

Your email address will not be published. Required fields are marked *