ପୂର୍ବାଞ୍ଚଳ ବାସ୍କେଟବଲ ଚାମ୍ପିଅନସିପ:ଉଭୟ ବର୍ଗରେ ଉତ୍ତରପ୍ରଦେଶ ଚାମ୍ପିଅନ

ପୂର୍ବାଞ୍ଚଳ ବାସ୍କେଟବଲ ଚାମ୍ପିଅନସିପ:ଉଭୟ ବର୍ଗରେ ଉତ୍ତରପ୍ରଦେଶ ଚାମ୍ପିଅନ


କଟକ(ଏନ୍‌.ଏମ୍‌.): ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଚାଲିଥିବା ୭୧ତମ ସିନିୟର ଜାତୀୟ ପୂର୍ବାଞ୍ଚଳ ବାସ୍କେଟବଲ ଚାମ୍ପିଅନସିପ ଉଦଯାପିତ ହୋଇଯାଇଛି । ପ୍ରତିଯୋଗିତାର ଉଭୟ ବର୍ଗରେ ଉତ୍ତରପ୍ରଦେଶ ଦଳ ଚାମ୍ପିଅନ ହୋଇଛି । ପୁରୁଷ ଫାଇନାଲରେ ଉତ୍ତରପ୍ରଦେଶ ଦଳ ୮୦-୬୬ରେ ଉତ୍ତରାଖଣ୍ଡକୁ ପରାସ୍ତ କରିଥିଲା । ସେହିପରି ମହିଳା ଫାଇନାଲରେ ଉତ୍ତରପ୍ରଦେଶ ୭୦-୬୧ରେ ଓଡ଼ିଶାକୁ ହରାଇଥିଲା । ଅନ୍ୟପକ୍ଷରେ ପୁରୁଷ ବର୍ଗରେ ଉତ୍ତରାଖଣ୍ଡ ଦ୍ୱିତୀୟ ଏବଂ ପଶ୍ଚିମବଙ୍ଗ ତୃତୀୟ ସ୍ଥାନ ଅଧିକାର କରିଥିବା ବେଳେ ମହିଳାରେ ଓଡ଼ିଶା ଦ୍ୱିତୀୟ ଏବଂ ପଶ୍ଚିମବଙ୍ଗ ତୃତୀୟ ସ୍ଥାନ ହାସଲ କରିଛି । ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା ସମ୍ପାଦକ ଆଶୀର୍ବାଦ ବେହେରା, ଅନ୍ୟତମ ଅତିଥି ଭାବେ ଓଡ଼ିଶା କ୍ରିକେଟ ଆସୋସିଏସନ ସଭାପତି ପଙ୍କଜଲୋଚନ ମହାନ୍ତି, ଓଡ଼ିଶା ଅଲିମ୍ପିକ ସଂଘର ସମ୍ପାଦକ ଅଭିଜିତ ପାଲ, ସମାଜସେବୀ ଶାସ୍ତ୍ରୀ ବାହାଦୂର ପ୍ରଧାନ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *