ଚୌଦ୍ୱାର କଟକ ମହିଳା ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା

ଚୌଦ୍ୱାର କଟକ ମହିଳା ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା

News by Rajendra Pradhan (Cuttack)

#ଟକ(ଏନ୍‍.ଏମ୍‍.): ରାଜ୍ୟ ସରକାର ମହିଳାମାନଙ୍କୁ ସଶକ୍ତକରଣ କରିବା ସଂଗେ ସଂଗେ ସମାଜର ମୁଖ୍ୟସ୍ରୋତରେ ସାମିଲ କରି ସମଗ୍ର ଭାରତ ବର୍ଷରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରି ଏକ ଉଦାହରଣ ପାଲଟିଛନ୍ତିି । ଏହି ଅବସରରେ ଚୌଦ୍ୱାର କଟକ ବିଜୁ ମହିଳା ଜନତା ଦଳ ପକ୍ଷରୁ ସଭାନେତ୍ରୀ ସୌଭାଗିନୀ ଜେନାଙ୍କ ନେତୃତ୍ୱରେ କଟକ ସିଟି କମିଟିରେ ସ୍ଥାନ ପାଇଥିବା ବିଭିନ୍ନ ପଦାଧିକାରୀମାେ ଚୌଦ୍ୱାର କଟକର ପ୍ରାକ୍ତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ମହାନଦୀବିହାର ସ୍ଥିତ ବାସଭବନରେ ପହଞ୍ଚି ତାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତିି ।
ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନିତା ମହାନ୍ତି, ବିଶ୍ୱବନ୍ଦିତା ପଣ୍ଡା, ବିଦୁଲତା ସ୍ୱାଇଁ, ଗୋପ ସାମଲ, ଉତ୍ତମା ବେହେରା, ମନୋରମା ସାହୁ, ରୀନାରାଣୀ ସେଠୀ, ମିତାଲୀ ଭଞ୍ଜ, ଉଷାରାଣୀ ସାହୁ, ମମତା ବେହେରା, ସୁଲୋଚନା ସ୍ୱାଇଁ, ବିଦ୍ୟୁତପ୍ରଭା ଭଦ୍ର ପ୍ରମୁଖ ଉପସ୍ଥିତ ରହି ଦଳକୁ ଅଧିକ ଶକ୍ତିଶାଳୀ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, କଟକ ଜିଲ୍ଲା ମହିଳା ସଭାନେତ୍ରୀ ଅନିତା ବେହେରା, ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ, ପୂର୍ବତନ ବିଧାୟକ ଡଃ ବିଶ୍ୱାଳ, ବିଧାୟକ ସୌଭିକ ବିଶ୍ୱାଳ, ଚୌଦ୍ୱାର କଟକ ସଭାନେତ୍ରୀ ସୌଭାଗିନୀ ଜେନା, ନଗର କମିଟି ସଭାପତି ମଧୁସୁଦନ ସାହୁ, କାର୍ଯ୍ୟକାରୀ ସଭାପତି ଇଂ ସୁବ୍ରତ ଘଡାଇ, ସାଧାରଣ ସମ୍ପାଦକ ତାପସ ମହାନ୍ତିଙ୍କ ସମେତ ସମସ୍ତ ଦଳୀୟ ନେତୃମଣ୍ଡଳୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *