ଚଚରାଭଟା ଗାଁରେ ଦୋକାନକୁ ମାଡ଼ି ଗଲା ଗଞ୍ଜେଇ ବୋଝେଇ ଟାଟାସୁମୋ ଗାଡି

ଚଚରାଭଟା ଗାଁରେ ଦୋକାନକୁ ମାଡ଼ି ଗଲା ଗଞ୍ଜେଇ ବୋଝେଇ ଟାଟାସୁମୋ ଗାଡି


#ଖପ୍ରାଖୋଲ(ଏନ୍‌.ଏମ୍‌.): ବଲାଙ୍ଗୀର ଅଞ୍ଚଳରେ ଚୋରା ଗଞ୍ଜେଇ କାରବାର ବଢ଼ିବାରେ ଲାଗିଛି । ବିଶେଷ କରି ଅବକାରୀ ବିଭାଗର ନିଷ୍କ୍ରିୟତା ଯୋଗୁଁ ବେଆଇନ ନିଶା କାରବାର ରୋକିବାରେ ପ୍ରଶାସନ ବିଫଳ ହେଉଥିବା ଚର୍ଚ୍ଚା ହେଉଛି । ବେଆଇନ ଗଞ୍ଜେଇ ଚାଲଣ ସମୟରେ ଏକ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଏସବୁର ଗୁମର ଖୋଲିଛି । ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଲାଠୋର ଥାନା ଅନ୍ତର୍ଗତ ଚରାଭଟା ଗ୍ରାମ ନିକଟରେ ଏକ ଗଞ୍ଜେଇ ଭର୍ତ୍ତି ଟାଟା ସୁମୋ ଗାଡି ଭୋରୁ ଭୋରୁ ଏକ ଦୋକାନ ଘରକୁ ମାଡ଼ିଯାଇ ଦୁର୍ଘଟଣା ଘଟିଛି । ପ୍ରାପ୍ତ ସୂଚନା ଅନୁସାରେ ଓଆର୦୫ଏଫ ୩୬୨୩ ନମ୍ବର ବିଶିଷ୍ଟ ଟାଟା ସୁମୋ ଗଞ୍ଜେଇ ଭର୍ତ୍ତି କରି ଖପ୍ରାଖୋଲ ପଟୁ ରେଙ୍ଗାଲି ଗାଁ ପଟକୁ ଦ୍ରୁତ ଗତିରେ ଯାଇ ଚଚରାଭଟା ଗାଁ ଛକରେ ଥିବା ଏକ ଦୋକାନ ଘର ଉପରେ ମାଡି ଯାଇଥିଲା ; ଯାହା ଫଳରେ ଦୋକାନ ଘରର କିଛି ଅଂଶ ଭାଙ୍ଗି ଯାଇଥିବା ଜଣାପଡିଛି । ଦୁର୍ଘଟଣା ସମୟରେ ଦୋକାନ ଘରେ ଶୋଇଥିବା ଦୋକାନ ମାଲିକ ଅଳ୍ପକେ ବର୍ତ୍ତୀ ଯାଇଥିବାବେଳେ ଗାଡି ଚାଳକ ଗୁରୁତ୍ୱର ଅବସ୍ଥା ଥିବାରୁ ତାଙ୍କୁ ପାଟଣାଗଡ ମେଡିକାଲକୁ ଚିକିତ୍ସା ପାଇଁ ଆମ୍ବୁଲାନ୍ସରେ ନିଆଯାଇଥିବା ଜଣାଯାଇଛି ଏବଂ ଗାଡ଼ି ମାଲିକ ଫେରାର ଅଛି । ଖବର ପାଇ ଲାଠୋର ଥାନା ପୁଲିସ ଘଟଣା ସ୍ଥଳରେ ପହଁଛି ଦୁର୍ଘଟଣା ଗ୍ରସ୍ତ କରିଥିବା ଗାଡି ସହିତ ଗଞ୍ଜେଇ ଜବତ କରିଥିବାବେଳେ ଅଧିକ ତଦନ୍ତ ଚଳାଇଥିବା ଜଣାଯାଇଛି । ଏ ନେଇ ପାଟଣାଗଡ଼ ଏଡିପିଓ ସଦାନନ୍ଦ ପୂଝାରୀ ସୂଚନା ଦେଇ କହିଛନ୍ତି ଯେ, ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଯାଞ୍ଚକରିବାବେଳେ ସେଥିରେ ପ୍ରାୟ ୨କ୍ୱିଣ୍ଟାଲ ୬୫ କିଲୋଗ୍ରାମ ବେଆଇନ ଗଞ୍ଜେଇ ଭର୍ତ୍ତି ହୋଇଥିବା ଜଣାପଡ଼ିଥିଲା ଯାହାର ଆନୁମାନିକ ମୂଲ୍ୟ ୨ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ବୋଲି ଜଣାପଡ଼ିଛି ।ତେବେ ଏହି ଘଟଣାରେ ୨ଜଣଙ୍କୁ କୋର୍ଟ ଚାଲଣ କରାଯାଇଥିବା ଶ୍ରୀ ପୂଝାରୀ କହିଛନ୍ତି ।

🤖 AI Quick Summary

Click the button to generate AI summary.

One thought on “ଚଚରାଭଟା ଗାଁରେ ଦୋକାନକୁ ମାଡ଼ି ଗଲା ଗଞ୍ଜେଇ ବୋଝେଇ ଟାଟାସୁମୋ ଗାଡି

Leave a Reply to Tapan Kumar Sahoo Cancel reply

Your email address will not be published. Required fields are marked *