କୋଣାର୍କ ଉତ୍ସବ-୨୦୨୧ ଅବସରରେ ଗଣଦୌଡ

କୋଣାର୍କ ଉତ୍ସବ-୨୦୨୧ ଅବସରରେ ଗଣଦୌଡ


କୋଣାର୍କ(ଏନ୍‍.ଏମ୍‍.): କୋଣାର୍କ ଉତ୍ସବ-୨୦୨୧ ଉପଲକ୍ଷେ ରାଜ୍ୟ ପର୍ଯ୍ୟଟନ ବିଭାଗ ଓ ବସନ୍ତ ମଞ୍ଜରୀ ପାଠାଗାର ମିଳିତ ଆନୁକୁଲ୍ୟରେ କୋଭିଡି କଟକଣା ମଧ୍ୟରେ ଏକ ଗଣଦୌଡ଼ କାର୍ଯ୍ୟକ୍ରମ ବୁଧବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲାପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳାଇ, ଗୋପ ତହସିଲଦାର ସେକ୍ ସାଗିର, ବସନ୍ତମଞ୍ଜରୀ ପାଠାଗାର ସଭାପତି ତ୍ରିବିକ୍ରମ ରାମକୃଷ୍ଣ ମହାପାତ୍ର, କୋଣାର୍କ ଥାନାଧିକାରୀ ରଞ୍ଜନ କୁମାର ମଲ୍ଲିକ, କୋଣାର୍କ ସାହିତ୍ୟ ସଂସଦର ସମ୍ପାଦକ ରବୀନ୍ଦ୍ରନାଥ ବାହୀନିପତି ନେହେରୁ ଯୁବକେନ୍ଦ୍ର ପୁରୀର ଯୁବ ସଂଯୋଜକ ଜୟଶଙ୍କର ଯୋଶୀ ପ୍ରମୁଖ ଉପସ୍ଥିତ ରହି ପତାକା ଦେଖାଇ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ଗଣଦୌଡରେ ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ ଏବଂ ସ୍ୱେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତାଙ୍କ ସମେତ ୧୦୦ଜଣ ସାମିଲ ହୋଇଥିଲେ । ସକାଳ ୮ଟାରେ ଏହି ଗଣଦୌଡ଼ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରୁ ବାହାରି ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିର ସମ୍ମୁଖରେ ପହଞ୍ଚିଥିଲେ । ସୂର୍ଯ୍ୟମନ୍ଦିର ସମ୍ମୁଖରେ ଅତିଥିମାନେ ପତାକା ପ୍ରଦର୍ଶନ କରିବା ପାରେ ଗଣ ଦୌଡ ଆରମ୍ଭ ହୋଇଥିଲା । ଏଥିରେ ସାମିଲି ହୋଇଥିବା ପ୍ରତିଯୋଗୀମାନେ ଚନ୍ଦ୍ରଭାଗାଠାରେ ପହଞ୍ଚିବା ପରେ ଗଣଦୌଡ ଶେଷ ହୋଇଥିଲା । ଏହି ଅବସରରେ ଗଣଦୌଡରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇ ଉତ୍ସାହିତ କରାଯାଇଥିଲା । କୋଣାର୍କ ଉତ୍ସବକୁ ଅଧିକ ଲୋକାଭିମୁଖି କରିବା ଏବଂ ପଲିଥିନ ମୁକ୍ତ ଓ ସବୁଜ ପରିବେଶ ସୃଷ୍ଟି କରିବା ଉଦେଶ୍ୟରେ ଏହି ଗଣଦୌଡ଼ର ଆୟୋଜକ ତଥା ବସନ୍ତମଞ୍ଜରୀ ପାଠାଗାରର ସମ୍ପାଦକ ସମାଜସେବୀ ରାମକୃଷ୍ଣ ମହାନ୍ତି ପ୍ରକାଶ କରିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *