କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲରେ ସ୍ୱତନ୍ତ୍ର ଦୀପାବଳି ଉତ୍ସବ

କଳିଙ୍ଗ ଇଂଲିଶ ମିଡିୟମ ସ୍କୁଲରେ ସ୍ୱତନ୍ତ୍ର ଦୀପାବଳି ଉତ୍ସବ

News by Padmalochan Mishra (Cuttack)

କଟକ(ଏନ୍‌.ଏମ୍‌.): ପବିତ୍ର ଦୀପାବଳି ଅବସରରେ ସ୍ମାର୍ଟ ଭିଲେଜ କଲରାବାଙ୍କ ଠାରେ ଅବସ୍ଥିତ କଳିଙ୍ଗ ଇଂଲିଶ ମିଡ଼ିୟମ ସ୍କୁଲଠାରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍କୁଲ ପରିସରରେ ଅଭିଭାବକ ମାନଙ୍କ ମଧ୍ୟରେ ଏକ ରଙ୍ଗୋଲି ପ୍ରତିଯୋଗିତା ହେବା ସହ ଦୀପୋତ୍ସବ ପାଳନ କରାଯାଇଥିଲା । ପରିଶେଷରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଉଦବୋଧନ ଦେଇ ବିଦ୍ୟାଳୟର ଚେୟାରପର୍ସନ୍ ଡକ୍ଟର ଇତି ସାମନ୍ତ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କୁ ଆମ ମୂଳ ପରମ୍ପରାକୁ ପାଳନ କରି ଆମ ସ୍ୱତନ୍ତ୍ର ପରିଚୟ ବଜାୟ ରଖିବା ଆମ କର୍ତ୍ତବ୍ୟ ବୋଲି କହିଥିଲେ । ଆହୁରିମଧ୍ୟ ଦୀପ ପ୍ରଜ୍ଜ୍ୱଳନ କରି ଯେତେସମ୍ଭବ ବହୁତ ହାନିକାରକ ଧୂଆଁ ନିର୍ଗତ କରି ପରିବେଶ ପ୍ରଦୂଷଣ କରୁଥିବା ବାଣ ନଫୁଟାଇବା ପାଇଁ ଆହ୍ୱାନ କରିଥିଲେ । ଉକ୍ତ ଉତ୍ସବରେ ନିମନ୍ତ୍ରିତ ଅତିଥି ମାନଙ୍କ ମଧ୍ୟରେ ଓଡିଶୀ ନୃତ୍ୟ ଶିଳ୍ପୀ ଜାହ୍ନବୀ ବେହେରା, ସମାଜସେବୀ ସବିତା ପଟ୍ଟନାୟକ, ଟିଭି ଉଦଘୋଷିକା ରମୟା ନନ୍ଦ, ସର୍ବଭାରତୀୟ ସ୍ୱାଧୀନତା ସଂଗ୍ରାମୀ ସଂଘର ସମ୍ପାଦକ ସରିତା ପ୍ରଧାନ, ଅଞ୍ଜନା ସାମନ୍ତ, ଅମୀୟ ପଟ୍ଟନାୟକ ଉପସ୍ଥିତ ଥିଲେ । ବିଦ୍ୟାଳୟର ପ୍ରିନ୍ସିପାଲ ଆଶୁତୋଷ ମହାନ୍ତି ଓ ପ୍ରଶାସନିକ ଅଧିକାରିଣୀ ସାଗରିକା ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *