କଟକ ନଗର କଂଗ୍ରେସ ପକ୍ଷରୁ ମହଙ୍ଗାଇ ପେ ଚର୍ଚ୍ଚା

କଟକ ନଗର କଂଗ୍ରେସ ପକ୍ଷରୁ ମହଙ୍ଗାଇ ପେ ଚର୍ଚ୍ଚା

News by Padmalochan Mishra (Cuttack)

କଟକ (ଏନ୍‌.ଏମ୍‌.): ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ କଟକ ନଗର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଭାପତି ସୁରେଶ ମହାପାତ୍ରଙ୍କ ନେତୃତ୍ୱରେ ମହଙ୍ଗାଇ ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଆଜି କଟକ ସହରର ବିଭିନ୍ନ ମଣ୍ଡି, ବଜାର, ହାଟ, ବସଷ୍ଟାଣ୍ଡ ଜନଗହଳି ପୂର୍ଣ୍ଣ ଛକ ତଥା କଲେଜ ଛକ, ବକ୍ସିବଜାର, ଗୌରୀଶଙ୍କର ପାର୍କ, ନୟା ସଡ଼କ, ଚାନ୍ଦିନୀଚୌକ, ବାଦାମବାଡ଼ି, ଛତ୍ର ବାଜର, ମାଲଗୋଦାମ ପ୍ରଭୃତି ସହରର ପ୍ରମୁଖ ସ୍ଥାନମାନଙ୍କରେ ପଥପ୍ରାନ୍ତ ସଭାମାନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର ବିଜେପି ସରକାର ଓ ରାଜ୍ୟ ବିଜେଡି ସରକାରଙ୍କ ଜନମାରଣ ନୀତି ଓ ପେଟ୍ରୋଲ, ଡ଼ିଜେଲ, ରନ୍ଧନ ଗ୍ୟାସ, କିରୋସିନି, ବିଭିନ୍ନ ଅତ୍ୟାବଶ୍ୟକୀୟ ଦ୍ରବ୍ୟ ଗୁଡିକରେ ଅହେତୁକ ଦରବୃଦ୍ଧିର ପ୍ରତିଦାଦ କରାଯାଇଥିଲା । ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ବିଜୟ ଲକ୍ଷ୍ମୀ ସାହୁ, ପ୍ରଦେଶ କଂଗ୍ରେସ ଅନୁସୂଚୀତ ଜାତି ବିଭାଗ ଅଧ୍ୟକ୍ଷ ବାଙ୍କନିଧି ବେହେରା, କଂଗ୍ରେସ ନେତା ବିଶ୍ୱନାଥ ଶତପଥୀ, ରାଜେନ୍ଦ୍ର ପଟନାୟକ, ଉତ୍ତମ ବେହେରା, ମାନସ ନାୟକ, ନିରଞ୍ଜନ ଦାସ, ସଞ୍ଜୟ ଦାସ, ପ୍ରଶାନ୍ତ ବେହେରା, ବରଦା ସାହୁ, ବିପନ ପଶାୟତ, ନିର୍ମଳ ସ୍ୱାଇଁ, ମଞ୍ଜୁଶ୍ରୀ କଳ୍ପନା ରାଉତ, ନିରୂପମା ଦାସ, ସୁନିଲ୍ ଜେନା, ବାବୁ ରାଓ, ରୁନକ୍ ପ୍ରଧାନ, ଅଲେଖ ବେହେରା, ଗୁଡୁ ଦାସ, ଘନଶ୍ୟାମ ବେହେରା, ମନୋଜ ମହାପାତ୍ର, ନନ୍ଦୁ ବିଶ୍ୱାଳ, ଚନ୍ଦ୍ରଶେଖର ସାହୁ, ସୁକାନ୍ତ ରାଉତ, ରାଜୀବ ମହାନ୍ତି, ଅବିଦ୍ ଖାଁ, ରାଜଶ୍ରୀ ଦେବୀ ପ୍ରମୁଖ ଯୋଗଦେଇ ମହାଙ୍ଗାଇ ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *