ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମକୁ ଉଦ୍ଘାଟନ କଲେ ରାଜ୍ୟ ଆବାହକ ଅରୂପ ପଟ୍ଟନାୟକ

ଓଡ଼ିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର
କାର୍ଯ୍ୟକ୍ରମକୁ ଉଦ୍ଘାଟନ କଲେ ରାଜ୍ୟ ଆବାହକ ଅରୂପ ପଟ୍ଟନାୟକ


କଟକ(ଏନ୍.ଏମ୍.): ସମ୍ପ୍ରତି କରୋନା ମହାମାରୀର ଦ୍ୱିତୀୟ ଲହର ଭଳି ଘଡ଼ିସନ୍ଧି ସମୟରେ ରକ୍ତ ସଙ୍କଟ ଦୂର କରିବା ପାଇଁ ଓଡ଼ିଶା ମୋ ପରିବାର ପକ୍ଷରୁ ମହାନଦୀ ବିହାର ଠାରେ ଭ୍ରାମ୍ୟମାଣ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରକ୍ତର ଆବଶ୍ୟକତାକୁ ଉପଲବ୍ଧି କରି ଓଡ଼ିଶା ମୋ ପରିବାରର ସ୍ରଷ୍ଟା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଦଶ କ୍ରମେ ଓଡ଼ିଶା ମୋ ପରିବାର ଜିଲ୍ଲା ଆବାହକ ତଥା ଜୀବନବିନ୍ଦୁ ଜିଲ୍ଲା ସଂଯୋଜକ ତୌଦ୍ୱାର କଟକ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ଆଜି ମହାନଦୀ ବିହାର ସେଲିବ୍ରେସନ ମଣ୍ଡପରେ ଏହି ରକ୍ତଦାନ ଶିବିର ହୋଇଥିଲା । କାର୍ଯ୍ୟକ୍ରମରେ ଓଡ଼ିଶା ମୋ ପରିବାର ରାଜ୍ୟ ଆବାହକ ଅରୁପ ପଟ୍ଟନାୟକ ଯୋଗଦେଇ ଉଦ୍ଘାଟନ କରିଥିଲେ । ମୁଖ୍ୟଅତିଥି ଭାବେ ଜିଲ୍ଲା ବିଜେଡ଼ି ସଭାପତି ତଥା ଜୀବନବିନ୍ଦୁ ରାଜ୍ୟ ଆବାହକ ତଥା ବାରବାଟୀ-କଟକ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଯୋଗଦେଇଥିଲେ । ଏହି ଅବସରରେ ଜୀବନବିନ୍ଦୁ ସିଟି ସଞ୍ଜୋଜକ ତଥା ପୂର୍ବତନ କର୍ପୋରେଟର ରଞ୍ଜନ କୁମାର ବିଶ୍ୱାଳ, ନଗର କାର୍ଯ୍ୟକାରୀ ସଭାପତି ଇଂ, ସୁବ୍ରତ ଘଡ଼େଇ, ପୂର୍ବତନ କର୍ପୋରେଟର କବିତା ଖଣ୍ଡାଇ, ପ୍ରଳୟା ବେଉରା, ପ୍ରଦୀପ୍ତ ଖୁଣ୍ଟିଆ, ରାଜ୍ୟ ଛାତ୍ର ଉପସଭାପତି ଭବାନୀଶଙ୍କର ଦାସ, ଜିଲ୍ଲା ଯୁବ ସଭାପତି ସ୍ମୃତିରଞ୍ଜନ ନାୟକ, ଜିଲ୍ଲା ଛାତ୍ର ସଭାପତି ଆସିଫ ଅମିନ, ୱାର୍ଡ଼ ସଭାପତି ରମେଶ ରାଉତ, ଅଭିଷେକ ବଳ, ସାଗର ବାସନ୍ତୀ ପ୍ରମୁଖ ଉପସ୍ଥିତଥିଲେ । ଏହି ରକ୍ତଦାନ ଶିବିରରେ ୬୦ୟୁନିଟ ରକ୍ତ ସଂଗୃହିତ ହୋଇଥବଲା । କୋଭିଡ କଟକଣା ଅନୁଯାୟୀ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା ।ଓଡ଼ିଶା ମୋ ପରିବାର ଦ୍ୱାରା ଆଗାମୀ ୧୧ଦିନ ପର୍ଯ୍ୟନ୍ତ ଚୌଦ୍ୱାର-କଟକ ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିର ହେବ ବୋାଲି ପୂର୍ବତନ ବିଧାୟକ ଶ୍ରୀ ବିଶ୍ୱାଳ କହିଛନ୍ତି ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *