News by Padmalochan Mishra (Cuttack)

ଏ.ଆଇ.ଡି.ଏସ୍‌.ଓ. ପକ୍ଷରୁ ଗୋପବନ୍ଧୁଙ୍କ ଜୟନ୍ତୀ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୭ତମ ଜୟନ୍ତୀ ଅବସରରେ ଛାତ୍ର ସଂଗଠନ ଏ.ଆଇ.ଡି.ଏସ୍‌.ଓ, ମହିଳା ସଂଗଠନ ଏ.ଆଇ.ଏମ୍‌.ଏସ୍‌.ଏସ୍ ଓ ଯୁବ ସଂଗଠନ ଏ.ଆଇ.ଡି.ୱାଇ.ଓ ଏବଂ କିଶୋର ସଂଗଠନ କମ୍ ସୋମୋଲ୍ ପକ୍ଷରୁ ଗୋପବନ୍ଧୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସ୍ଥାନୀୟ କଲେଜ ଛକ ଠାରୁ ଏକ ସାଇକେଲ ଶୋଭାଯାତ୍ରା ବାହାରି ଗୋପବନ୍ଧୁ ବାଗ୍ ଠାରେ ପହଞ୍ଚି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ସେଠାରେ ଆୟୋଜିତ ଏକ ଆଲୋଚନା ସଭାରେ ଗୋପବନ୍ଧୁଙ୍କର ଜୀବନ ସଂଗ୍ରାମ ଉପରେ ଆଲୋକପାତ କରାଯାଇଥିଲା । ଏଥି ସହିତ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରାଯାଇ ଏକ ସଂକ୍ଷିପ୍ତ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏଆଇଡିଏସ୍‌ଓର ସର୍ବଭାରତୀୟ ପରିଷଦ ସଦସ୍ୟ ବବି ବଳବନ୍ତରାୟ, ସଂଗଠନର ଓଡିଶା ରାଜ୍ୟ ପରିଷଦର ସଂପାଦକ ମଣ୍ଡଳୀ ସଦସ୍ୟ ବିନୋଦ ସେଠୀ, କଟକ ଜିଲ୍ଲା କମିଟି ସଭାପତି ଇଶା ଧର, ସମ୍ପାଦକ ତରୁଣସେନ ନାୟକ, ଏଆଇଡିୱାଇଓ କଟକ ସଂପାଦକ ଦିପକ ଦାସ, ଏ.ଆଇ.ଏମ୍‌.ଏସ୍‌.ଏସ୍‌ର ସଂଗଠିକା ସ୍ୱାଧୀନୀ ବେହେରା, ଶୋଭା ଦେହୁରୀ, ଝରଣା ଦାସ, କମ୍‌ସୋମୋଲ୍ ପକ୍ଷରୁ ସୁଶ୍ରୀ ସର୍ଜନା, ଛାତ୍ରନେତା ଶିବାନୀ ସାହୁ, ଶୁଭସ୍ମିତା ସାହୁ, ଜ୍ୟୋତ୍ସ୍ନାରାଣୀ ଦାସ, ଅମରେନ୍ଦ୍ର ନାୟକ, ସରୋଜ ମାନସିଂ, ସତ୍ୟବ୍ରତ ମୁଦୁଲି, ଶଶାଙ୍କ ଶେଖର ଭୋଇ, ପ୍ରଭାସୀନୀ ଦେହୁରୀ, ଭାଗ୍ୟଶ୍ରୀ ଭୋଇ, କସକ ଜେନା, ଗାୟତ୍ରୀ ସାହୁ, ଜ୍ୟୋତିରଞ୍ଜନ ପ୍ରିୟଦର୍ଶୀ, ସରୋଜ ବେହେରା, ରାଜେଶ ନାୟକ, କୁମାର ରାଜା ସାହୁ, ଲଲାଟେନ୍ଦୁ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟ ଦିଗରେ ଗୋପବନ୍ଧୁଙ୍କ ଜୀବନୀ ପାଠ୍ୟ ପୁସ୍ତକରେ ସ୍ଥାନ ଦେବା, ତାଙ୍କ ଚିନ୍ତା, ଆଦର୍ଶ ଓଡ଼ିଶାର ଗାଁ ସହରରେ ପ୍ରଚାର କରିବା ଏବଂ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଓଡ଼ିଶାର ପ୍ରତ୍ୟେକ ଅଂଚଳର ବିଶେଷ ସ୍ଥାନମାନଙ୍କରେ ସ୍ଥାପନ କରିବା ପାଇଁ ସଂଗଠନ ତରଫରୁ ସରକାରଙ୍କ ନିକଟରେ ଦାବି କରାଯାଇଛି ।

One thought on “ଏ.ଆଇ.ଡି.ଏସ୍‌.ଓ. ପକ୍ଷରୁ ଗୋପବନ୍ଧୁଙ୍କ ଜୟନ୍ତୀ”
  1. 🕉️ 🙏🌹ଜୟ ଜଗନ୍ନାଥ🙏
    💐🤝 ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୭ ତମ ଜୟନ୍ତୀ ଉପଲକ୍ଷେ ଶୁଭେଛା ଓ ଅଭିନନ୍ଦନ ।
    🙏ଧନ୍ୟବାଦ୍🙏
    ଶ୍ରୀଯୁକ୍ତ ବିଶ୍ବ ରଂଜନ ସାହୁ, ସଭାପତି।
    ଭାରତୀୟ ପ୍ରବାସୀ ପରିଷଦ ଓଡ଼ିଶା ସଙ୍ଘ, କୁଏତ।

Leave a Reply to Raj Cancel reply

Your email address will not be published. Required fields are marked *