ଏସ୍ ୟୁ ସି ଆଇ (ସି)ର ମେୟର ପ୍ରାର୍ଥୀ ବବି ବଳବନ୍ତରାୟଙ୍କ ସମର୍ଥନରେ ସହରରେ ଶୋଭାଯାତ୍ରା

ଏସ୍ ୟୁ ସି ଆଇ (ସି)ର ମେୟର ପ୍ରାର୍ଥୀ ବବି ବଳବନ୍ତରାୟଙ୍କ ସମର୍ଥନରେ ସହରରେ ଶୋଭାଯାତ୍ରା

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): ମହାନଗର ନିଗମ ନିର୍ବାଚନ ପରିପ୍ରେକ୍ଷୀରେ ଏସ୍‌ୟୁସିଆଇ (ସି)ର ମେୟର ପ୍ରାର୍ଥୀ ବବି ବଳବନ୍ତରାୟଙ୍କ ସମର୍ଥନରେ ସହରରେ ଶୋଭାଯାତ୍ରା ହୋଇଥିଲା । କଟକ କଲେଜ ଛକ ନେତାଜୀ ପ୍ରତିମୁର୍ତ୍ତି ସମ୍ମୁଖରୁ ବାଇକ ଶୋଭାଯାତ୍ରା ବାହାରି ଥିଲା । ସହରର ସମସ୍ତ ସ୍ଥାନ, ସିଡିଏ, ଖପୁରିଆ, ନୂଆବଜାର, ମହାନଦୀ ବିହାର ସହରର ପ୍ରମୁଖ ଅଞ୍ଚଳ ଶୋଭାଯାତ୍ରା ପରିକ୍ରମା କରିଥିଲା । ଏହି ଶୋଭାଯାତ୍ରାରେ ଏସ୍ ୟୁ ସି ଆଇ (ସି) ଜିଲ୍ଲା ସଂପାଦକ ବିଶ୍ୱାବସୁ ଦାସ, ଖଗେଶ୍ୱର ସେଠୀ, ରାଜକିଶୋର ମଲ୍ଲିକ, ବସନ୍ତ ନାୟକ, ସିଦ୍ଧାର୍ଥ ରଥ, ଭାଗ୍ୟରବି ଦାସ, ଦିପକ ଦାସ, ସସ୍ମିତା ମହାନ୍ତି, ବିନୋଦ ସେଠୀ, ତରୁଣସେନ ନାୟକ ପ୍ରମୁଖ ଦଳର ବହୁ ସଭ୍‌ଯ ଓ ଶୁଭେଛୁ ଯୋଗଦେଇଥିଲେ । କଟକ ମହାନଗର ନିଗମକୁ ସମ୍ପୂର୍ଣ୍ଣ ଦୁର୍ନିତୀ ମୁକ୍ତ କରବାକୁ ଲଢୁଆ ନେତ୍ରୀ ବବି ବଳବନ୍ତରାୟଙ୍କୁ ନିଶୁଣୀ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ନିବେଦନ କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *